ETV Bharat / state

ବାତ୍ୟାରେ କେମିତି ସୁରକ୍ଷିତ ରଖିବେ ଫସଲ ? ଚାଷୀଙ୍କୁ ପରାମର୍ଶ ଦେଲା OUAT

ବାତ୍ୟା ପରେ ଚାଷ ଏବଂ ଫସଲ ନଷ୍ଟକୁ ନେଇ ଚିନ୍ତିତ କି ? କଣ କରିବେ କଣ କରିବେ ନାହିଁ । ଫସଲ ପରିଚାଳନା ପାଇଁ ପରାମର୍ଶ ଦେଲା ଭୁବନେଶ୍ବର OUAT ।

OUAT
OUAT (ETV Bharat Odisha)
author img

By ETV Bharat Odisha Team

Published : Oct 28, 2024, 1:54 PM IST

ଭୁବନେଶ୍ବର: ଚାଲିଗଲା ବାତ୍ୟା ‘ଦାନା’, ହେଲେ ଭାଙ୍ଗି ଦେଇଗଲା ଚାଷୀଙ୍କ ମେରୁଦଣ୍ଡ । ବାତ୍ୟା 'ଦାନା' ପ୍ରଭାବରେ ରାଜ୍ୟର ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଯାଜପୁର, ଜଗତସିଂହପୁର ଆଦି ଜିଲ୍ଲାରେ ମାତ୍ରାଧିକ ବୃଷ୍ଟିପାତ ହୋଇଥିବା ବେଳେ ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଆଦି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଅଞ୍ଚଳରେ ଉଜୁଡି ଯାଇଛି ଚାଷ । ପାଣିରେ ଲୋଟୁଛି ଫସଲ । ଏହାକୁ ନେଇ ଚାଷୀ ଚିନ୍ତିତ ଥିବା ବେଳେ କିପରି ମୁକାବିଲା କରିବେ, ସେ ନେଇ ପରାମର୍ଶ ଦେଇଛି କୃଷି ବିଜ୍ଞାନ କେନ୍ଦ୍ର, ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର ଏବଂ ଓୟୁଏଟି । ଏଥିପାଇଁ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି । ଏହି ୧୫୫୩୩୩ ନମ୍ବରରେ ଯୋଗଯୋଗ କରିପାରିବେ ।

କ୍ଷତିଗ୍ରସ୍ତ ଫସଲ ସୁପରିଚାଳନା ପାଇଁ ପଦକ୍ଷେପ :

  • ବାତ୍ୟା ଓ ଭାରି ବର୍ଷା ପରେ ଜମିରେ ଧାନ ଗଛ ପଡି ଯାଇଥିଲେ ଭେଳା ବାନ୍ଧି କିମ୍ବା ହଳା କରି ଠିଆ ରଖନ୍ତୁ ଏବଂ
    ଧାନ ଜମିର ବନ୍ଧକୁ କାଟି ଅତ୍ୟଧ‌ିକ ଜଳ ନିଷ୍କାସନ କରନ୍ତୁ
  • ଆବଶ୍ୟକ ଅନୁଯାଇ ଧାନ କିଆରିରେ ପାହି କରି ଜଳ ନିଷ୍କାସନ କରନ୍ତୁ
  • ଜମିରେ ଜଳମଗ୍ନ ପରିସ୍ଥିତି ହେବାର ସମ୍ଭାବନା ଥିଲେ, ନାଳ ଶେଷ ଭାଗ ଖୋଲା ରଖି ନାଳ ସଫା ରଖନ୍ତୁ
  • ଧାନ ପାଣିରେ ବୁଡିଥିଲେ ପାଣି କମିଗଲା ପରେ ଏକର ପ୍ରତି ୧୦ ରୁ ୧୨କି.ଗ୍ରା. ମ୍ୟୁରେଟ ଅଫ ପଟାସ ସାର ପ୍ରୟୋଗ କରନ୍ତୁ
  • ଧାନ ଫୁଲ ଉଡ଼ାଉ ଥିଲେ ପ୍ରତି ଲିଟର ପାଣିରେ ୨ ଗ୍ରାମ ହିସାବରେ ବୋରନ (୨୦%) ମିଶାଇ ସିଞ୍ଚନ କରନ୍ତୁ
  • ବର୍ଷା ଛାଡି ଖରା ପାଗ ହୋଇଗଲା ପରେ କେଣ୍ଡା କଟା ପୋକ ଲାଗିବାର ସମ୍ଭାବନା ରହିଛି
  • ଏହାକୁ ନିୟନ୍ତ୍ରଣ କରିବା ପାଇଁ ସନ୍ଧ୍ୟା ସମୟରେ ପ୍ରତି ଲିଟର ପାଣିରେ ୧.୫ ମି.ଲି. ହିସାବରେ ଲାମ୍ବୁଡ଼ା ସାଇହାଲୋଥ୍ରିନ କିମ୍ବା ୨ ମି.ଲି. ହିସାବରେ (କ୍ଲୋରୋପାଇରିଫସ + ସାଇହାଲୋଥ୍ରିନ) ଫସଲ ଓ ହୁଡା ଚାରିପଟେ ସିଞ୍ଚନ କରନ୍ତୁ
OUAT
OUAT (ETV Bharat Odisha)

ଡାଲି ଓ ତୈଳବୀଜ ଜାତୀୟ ଫସଲ ଉପରେ ଧ୍ୟାନ ଦେବାକୁ ପରାମର୍ଶ:

  • ଡାଲି ଓ ତୈଳବୀଜ ଜାତୀୟ ଫସଲ ମୁଗ, ବିରି, ଚିନାବାଦାମ ଆଦି ଫସଲ ଥିବା ଚାଷ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କରନ୍ତୁ ଓ ନାଳି ମୁହଁକୁ ଖୋଲା ରଖନ୍ତୁ
  • ବର୍ଷା ପରବର୍ତ୍ତୀ ସମୟରେ ରୋଗ ପୋକ ସର୍ବେକ୍ଷଣ କରି ଉପଯୁକ୍ତ ରୋଗପୋକ ନିରୋଧକ ଔଷଧ ବ୍ୟବହାର କରନ୍ତୁ

ପନି ପରିବା ଚାଷ ଯତ୍ନ:

  • ଅଧ‌ିକ ବର୍ଷା ହେତୁ ୫୦ ପ୍ରତିଶତରୁ ଅଧ‌ିକ ଫସଲ ନଷ୍ଟ ହୋଇଥିଲେ ପୁନର୍ବାର ତଳି ରୁଅନ୍ତୁ
  • ପନିପରିବା ତଳି ଘେରାରୁ ଅତ୍ୟଧିକ ଜଳ ନିଷ୍କାସନ କରିବା ପାଇଁ ତୁରନ୍ତ ବ୍ୟବସ୍ଥା କରନ୍ତୁ
  • ପନିପରିବା ଫସଲ ଛୋଟ ଅବସ୍ଥାରେ ଥିଲେ ଓ ବର୍ଷା ହେତୁ ଗଛର ପତ୍ର ମାଟିରେ ପୋତି ହୋଇଥିଲେ ପତ୍ର ଗୁଡିକୁ ଛିଣ୍ଡାଇ ଦିଅନ୍ତୁ
  • ପବନ ଦ୍ବାରା ଲତା ଜାତୀୟ ପନିପରିବାରେ କ୍ଷତିଗ୍ରସ୍ତ ହୋଇଥିବା ରଞ୍ଜା/ଟ୍ରେଲିକୁ ମରାମତି କରି ସଳଖ କରନ୍ତୁ ଓ ପଡିଯାଇଥିବା ଡଙ୍କକୁ ରଖି ସାହାଯ୍ୟରେ ବାନ୍ଧି ଦିଅନ୍ତୁ
  • ଭାରି ବର୍ଷା କାରଣରୁ ନଇଁ ପଢିଥିବା ବା ଦୁର୍ବଳ ହୋଇଯାଇଥିବା ଗଛ ଗୁଡିକୁ ବାଡି କିମ୍ବା ବାଉଁଶ ଦ୍ବାରା ଢେରା/ସ୍ଥିରତା ପ୍ରଦାନ ଦିଅନ୍ତୁ
  • ମାତ୍ରାଧିକ ବର୍ଷା ହେବା ସହିତ ବାୟୁମଣ୍ଡଳର ଆର୍ଦ୍ରତା ଅଧ‌ିକ ରହୁଥ‌ିବାରୁ ପନିପରିବା ତଳିରେ ମୂଳପଚା ରୋଗ ଲାଗିବାର ସମ୍ଭାବନା ଅଧିକ ରହିଛି
  • ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତି ଲିଟର ପାଣିରେ ୨ ଗ୍ରାମ ମେଟାଲିକସିଲ ସହିତ ମାନକୋଜେବ କିମ୍ବା ୨ ଗ୍ରାମ କାରବେଣ୍ଡାଜିମ ସହିତ ମାଙ୍କୋଜେବ କିମ୍ବା ୨.୫ ଗ୍ରାମ କପର ଅକ୍ସିକ୍ଲୋରାଇଡ ମିଶାଇ ମାଟି ଓ ମୂଳରେ ଛିଞ୍ଚନ କରନ୍ତୁ
  • ୮ ଅତ୍ୟଧିକ ବର୍ଷା ହେତୁ ସହଳ ରୁଆ ପନିପରିବା ଫସଲରେ ଝାଉଁଳା ରୋଗ ଲାଗିବାର ସମ୍ଭାବନା ଥିବାରୁ ପ୍ରତି ୧୦ ଲିଟର ପାଣିରେ ୧୦ ଗ୍ରାମ ହିସାବରେ ପ୍ଲାଣ୍ଟୋମାଇସିନ ସହିତ ୧୦ମି.ଲି. ଟେବୁକୋନାଜୋଲ କିମ୍ବା ୨୦ ଗ୍ରାମ (ମେଟାଲିକ୍ସଲ + ମାଙ୍କୋଜେବ) ମିଶାଇ ଫସଲର ମୂଳ ଭାଗକୁ ଭଲ ଭାବେ ଛିଞ୍ଚନ କରନ୍ତୁ
OUAT
OUAT (ETV Bharat Odisha)

ଛତୁ ଚାଷୀଙ୍କ ପାଇଁ ବାତ୍ୟା ପରବର୍ତ୍ତୀ ଜରୁରୀ ସୂଚନା:

ଛତୁ ଚାଷ ଗୃହ ବା ସ୍ଥାନର ଚାରିପଟରୁ ଭଲ ଭାବରେ ବର୍ଷା ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ ।
ବାତ୍ୟା ପ୍ରଭାବିତ ଅଞ୍ଚଳରେ ଛତୁ ବେଡ୍ ନଷ୍ଟ ହୋଇଥିଲେ ଆଗାମୀ ଦିନରେ ଅଧିକ ଜାଗାରେ ଅଧିକ ବେଡ୍ ପକେଇ କିମ୍ବା ସୀମିତ ଯାଗାରେ ଥାକ ବ୍ୟବସ୍ଥା ଦ୍ବାରା ଅପେକ୍ଷାକୃତ ଅଧିକ ଛତୁ ବେଡ ରଖି ଅଳ୍ପ ଦିନ ମଧ୍ୟରେ କ୍ଷତିର ଭରଣା କରିପାରିବେ ।

ଏହା ମଧ୍ୟ ପଢନ୍ତୁ:

'ଦାନା' ଛଡାଇ ନେଲା ଚାଷୀଙ୍କ ବର୍ଷକ ଯାକର ଦାନା

ବାତ୍ୟା ପରେ ବନ୍ୟା ଦାଉରେ ଅସ୍ତବ୍ୟସ୍ତ ଜନଜୀବନ, ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଓ ଜିଲ୍ଲାପାଳ

ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା, ୧୪ଟି ଜିଲ୍ଲାର ପ୍ରାୟ ୩୬ ଲକ୍ଷ ଲୋକ ପ୍ରଭାବିତ

ଛତୁ ଚାଷୀଙ୍କ ପାଇଁ ବଡ ଖବର ! OUAT ଆଣିଲା ନୂଆ ଟେକନିକ୍, ଫୁଟିବ କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ଛତୁ

OUATରେ ଔଷଧୀୟ ଗଛର ଗବେଷଣା ଓ ଶିକ୍ଷାଦାନକୁ ଗୁରୁତ୍ଵ

ମହୁମାଛି ପାଳନ:

OUAT
OUAT (ETV Bharat Odisha)
  • ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ମହୁମାଛି ଚରା ବୃକ୍ଷ କ୍ଷତିଗ୍ରସ୍ତ ହୋଇଥିଲେ, ମହୁମାଛିଙ୍କ ଖାଦ୍ୟାଭାବ ଏଡାଇବା ପାଇଁ କୃତ୍ରିମ ଖାଦ୍ୟ ଭାବରେ ମହୁବାକ୍ସ ପିଛା ୨୦୦ ଗ୍ରାମ ଚିନିକୁ ୨୦୦ ମି.ଲି. ପାଣିରେ ଗୋଳାଇ ସନ୍ଧ୍ୟାପରେ ଅନୁମୋଦିତ ପ୍ରଣାଳୀରେ ପ୍ରୟୋଗ କରନ୍ତୁ ।
  • ମକରନ୍ଦ ଓ ପରାଗରେଣୁ ଯୋଗାଇ ପାରୁଥିବା ଫସଲ ଯଥା ରାଶି, ସୋରିଷ, ସୂର୍ଯ୍ୟମୁଖୀ, ଧନିଆ ଇତ୍ୟାଦି ଲଗାନ୍ତୁ । ତେବେ ଅଧିକ ଜାଣିବା ପାଇଁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର, ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର, କୃଷି ଅଧିକାରୀ ଓ ଆମ କୃଷି ଦେୟମୁକ୍ତ ନମ୍ୱର ୧୫୫୩୩୩ ସହ ଯୋଗାଯୋଗ କରିବାକୁ ଓୟୁଏଟି ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.