ETV Bharat / state

25 ବର୍ଷ ଅପେକ୍ଷାର ଅନ୍ତ: ଲମତାପୁଟରୁ ରାଜଧାନୀକୁ ଗଡିଲା ବସ୍‌ - Government bus service starts - GOVERNMENT BUS SERVICE STARTS

LAMTAPUT TO BHUBANESWAR BUS SERVICE: କୋରାପୁଟ ଜିଲ୍ଲା ଲମତାପୁଟରୁ ରାଜଧାନୀ ଭୁବନେଶ୍ବରକୁ ଗଡ଼ିଲା ସରକାରୀ ବସ । ବେଶ୍ ଉପକୃତ ହେବେ ଅଞ୍ଚଳବାସୀ । ଅଧିକ ପଢନ୍ତୁ

LAMTAPUT TO BHUBANESWAR GOVERNMENT BUS SERVICE STARTS
LAMTAPUT TO BHUBANESWAR GOVERNMENT BUS SERVICE STARTS (ETV Bharat Odisha)
author img

By ETV Bharat Odisha Team

Published : Aug 9, 2024, 6:27 PM IST

କୋରାପୁଟ: ରାଜଧାନୀକୁ ଗଡିଲା ସରକାରୀ ବସ । ୨୫ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରୁ ସରକାରୀ ବସ ସେବା ଆରମ୍ଭ ହୋଇଛି । ଏହାକୁ ଦେଖିବା ପାଇଁ ଅଞ୍ଚଳବାସୀଙ୍କ ନାହିଁ ନଥିବା ଭିଡ ଜମିଥିଲା । ସମସ୍ତେ ଯେପରି ୨୫ ବର୍ଷର ସପ୍ନ ସାକାର ହେଉଥିବା ଦେଖିବା ପାଇଁ ଚାଲି ଆସିଥିଲେ । ସରକାରୀ ବସକୁ ବନ୍ଦାପନା କରିବା ସହ ନବବଧୂ ଭଳି ସଜାଇ ଦେଇଥିଲେ । ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ, ବିଡିଓ ଏବଂ ଜିଲ୍ଲା ପ୍ରଶାସନିକ ଅଧିକାରୀ ଏହାକୁ ଶୁଭାରମ୍ଭ କରିଥିଲେ ।

GOVERNMENT BUS SERVICE STARTS (ETV Bharat Odisha)

ଲମତାପୁଟରୁ ଭୁବନେଶ୍ବରକୁ ଗଡ଼ିଲା ସରକାରୀ ବସ:

କୋରାପୁଟର ଆଦିବାସୀ ଅଧୁଷ୍ୟତି ଅଞ୍ଚଳ ଲମତାପୁଟରୁ ରାଜଧାନୀ ଭୁବନେଶ୍ବରକୁ ଗଡ଼ିଲା ବସ । ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ, ଡୁଡୁମା ଜଳପ୍ରପାତ ଓ ଅନକାଡେଲିର ସାପ୍ତାହିକ ହାଟରେ ବଣ୍ଡା ଜନଜାତୀଙ୍କ ଉପସ୍ଥିତି ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଥିବା ବେଳେ ଏହି ଅଞ୍ଚଳକୁ ରାଜ୍ୟର ରାଜଧାନୀ ସହ ସଂଯୋଗ କରିବା ପାଇଁ କୌଣସି ବସ ସେବା ନଥିବା ଯୋଗୁଁ ସ୍ଥାନୀୟ ଲୋକେ ତଥା ପର୍ଯ୍ୟଟକ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ ।

୨୫ ବର୍ଷ ଅପେକ୍ଷାର ଅନ୍ତ ଘଟିଲା:

ଏହି ବସ ଚାଲିବା ଦ୍ୱାରା ଶିବରାମ ପଣ୍ଡା ଅଞ୍ଚଳବାସୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବ୍ୟବସାୟିକ କ୍ଷେତ୍ରରେ ବହୁ ସହାୟକ ହେବ । ମୁଖ୍ୟତଃ ବ୍ଲକର ବହୁ ଛାତ୍ରଛାତ୍ରୀ ଭୁବନେଶ୍ବର ଏବଂ କଟକରେ ଶିକ୍ଷା ନେଉଛନ୍ତି । ସ୍ୱାସ୍ଥ୍ୟ ସେବା ପାଇଁ ଏମସ୍ ଉପରେ ନିର୍ଭର କରି ଅଞ୍ଚଳର ବହୁ ଲୋକ ଭୁବନେଶ୍ବର ଯାତାୟତ କରିଥାନ୍ତି । ସରକାରୀ ବସ ଚଳାଚଳ ହେବ ପରେ ବହୁ ଲୋକ ଉପକୃତ ହେବେ ବୋଲି ଅଞ୍ଚଳବାସୀ ଶିବରାମ ପଣ୍ଡା କହିଛନ୍ତି," ପଚିଶ ବର୍ଷ ପୂର୍ବେ ଅନକାଡେଲିରୁ ଭୁବନେଶ୍ୱର ବସ ସେବା ଚାଲୁଥିବାବେଳେ ଏହି ସେବା ଦୀର୍ଘଦିନ ବନ୍ଦ ହୋଇଯାଇଥିଲା । ଏବେ ପୁଣି ଆରମ୍ଭ ହେବା ଦ୍ୱାରା ସ୍ଥାନୀୟ ଲୋକ ବହୁମାତ୍ରାରେ ଉପକୃତ ହେବେ । ବିଶେଷ କରି ଏହି ଅଞ୍ଚସଲର ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପାଇବାରେ ସକ୍ଷମ ହେବେ ।"

ଏହା ମଧ୍ୟ ପଢନ୍ତୁ ....ପଶ୍ଚିମବଙ୍ଗ ଦେଲାନି ଆଳୁ, ଓଡ଼ିଶାରେ ଅଟକିଲା ଦିଦିଙ୍କ ମାଛ ଓ ଅଣ୍ଡା ଟ୍ରକ - Truck to West Bengal blocked

ମାଛକୁଣ୍ଡରୁ-ଭୁବନେଶ୍ବର:
ବସଟି ମାଛକୁଣ୍ଡରୁ ଅପରାହ୍ନରେ ବାହାରି ଲମତାପୁଟ,ଜୟପୁର,କୋରାପୁଟ, ରାୟଗଡା,ବ୍ରହ୍ମପୁର, ଭୁବନେଶ୍ବର ଦେଇ କଟକରେ ପହଞ୍ଚିବ ।ଏନେଇ ଅତିରିକ୍ତ ଶାସନ ସଚିବ ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି," ଏହି ଅଞ୍ଚଳର ଲୋକେ ବସରେ ଭୁବନେଶ୍ୱର ଯାଇ ପ୍ରଶାସନିକ କାମ ସାରି ପୁଣିଥରେ ସନ୍ଧ୍ୟା ବେଳକୁ ଫେରିପାରିବେ । ଏଠାକାର ଉତ୍ପାଦ ଦ୍ରବ୍ୟକୁ ମଧ୍ୟ ରାଜ୍ୟର ରାଜଧାନୀ ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ପଠାଇ ଉଚିତ ମୂଲ୍ୟ ପାଇପାରିବେ । "

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.