ETV Bharat / state

ଧାମରା ପରେ ଗୋପାଳପୁର ବନ୍ଦର ଅଧିଗ୍ରହଣ କରିବ ଆଦାନୀ ଗ୍ରୁପ - Adani Group takes Gopalpur Port

author img

By ETV Bharat Odisha Team

Published : Mar 26, 2024, 8:30 PM IST

APSEZ acquires Gopalpur Port: ଧାମରା ପରେ ଗୋପଳପୁର ବନ୍ଦରର ମାଲିକାନା ନେଲା ଆଦାନୀ ଗ୍ରୁପ । 3,080 କୋଟି ମୂଲ୍ୟରେ ହେବ ଅଧିଗ୍ରହଣ । ଅଧିକ ପଢନ୍ତୁ

3 ହଜାର କୋଟି ମୂଲ୍ୟରେ ଗୋପାଳପୁର ବନ୍ଦର ଅଧିଗ୍ରହଣ କରିବ ଆଦାନୀ ଗ୍ରୁପ

ହାଇଦ୍ରାବାଦ/ଭୁବନେଶ୍ବର: ଧାମରା ପରେ ଓଡିଶା ତଥା ଦେଶର ପୂର୍ବ-ଉପକୂଳରେ ଅନ୍ୟ ଏକ ପ୍ରମୁଖ ବନ୍ଦରର ମାଲିକାନା ହାତେଇବାକୁ ଯାଉଛି ଆଦାନୀ ଗ୍ରୁପ । ଗଞ୍ଜାମ ଜ୍ଲିଲା ଉପକୂଳରେ ଥିବା ଗୋପାଳପୁର ବନ୍ଦରକୁ ଅଧିଗ୍ରହଣ କରିବାକୁ ଯାଉଛି ଆଦାନୀ ସମୂହର ‘ଆଦାନୀ ପୋର୍ଟସ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ୍ ( APSEZ ) । ଏବେ ଏହି ପୋର୍ଟ ସାପୁରଜୀ ପାଲୋଞ୍ଜୀ ଗ୍ରୁପ ଓ ଓଡ଼ିଶା ଷ୍ଟିଭଡ୍ରେସ୍ ଲିମିଟେଡ୍ (ଓଏସ୍ଏଲ୍)ର ମିଳିତ ମାଲିକାନାରେ ରହିଛି । ଏହି ଉଭୟ କମ୍ପାନୀ ଠାରୁ ଆଦାନୀ ଗ୍ରୁପ ପ୍ରାୟ 95 ପ୍ରତିଶତ ଅଂଶଧନ କ୍ରୟ କରି ଏହି ବନ୍ଦରକୁ ଅଧିଗ୍ରହଣ କରିବାକୁ ଯାଉଛି । ଏହି ଅଧିଗ୍ରହଣର ମୋଟ ମୂଲ୍ୟ ରହିଛି ୩,୦୮୦ କୋଟି ଟଙ୍କା । ଏହି ପ୍ରକ୍ରିୟା ନେଇ ନିଜେ ଆଦାନୀ ଗ୍ରୁପ ଟ୍ବିଟ୍‌ କରି ସୂଚନା ଦେଇଛି ।

ତେବେ ଏହି ବନ୍ଦରର ମାଲିକାନାରେ ଏବେ ସାପୁରଜୀ ପାଲୋଞ୍ଜୀ ଗ୍ରୁପର ୫୬ ପ୍ରତିଶତ ଅଂଶଧନ ଏବଂ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡର ୩୯ ପ୍ରତିଶତ ଅଂଶଧନ ରହିଛି । ଉଭୟ କମ୍ପାନୀର ଅଂଶଧନ ଆଦାନୀ ଗ୍ରୁପ କ୍ରୟ କରିଛି । ୨୦୧୭ ମସିହାରେ ଏହି ବନ୍ଦରର ଅଂଶଧନକୁ ସାପୁରଜୀ ପାଲୋଞ୍ଜୀ ଗ୍ରୁପ କିଣିଥିଲା । ଗୋପାଳପୁର ବନ୍ଦରର ବାର୍ଷିକ କାର୍ଗୋ ପରିବହନ କ୍ଷମତା ପ୍ରାୟ ୨୦ ମିଲିୟନ ମେଟ୍ରିକ ଟନ ରହିଛି । ଯାହା ପଣ୍ୟ ପରିବହନ କ୍ଷେତ୍ରରେ ଏକ ଭଲ ରେକର୍ଡ ମଧ୍ୟ ।

ଏହା ମଧ୍ୟ ପଢନ୍ତୁ :- କଂଗ୍ରେସ ଭବନରେ ହୋଲି ଆସର, ଫଗୁ ରଙ୍ଗରେ ରଙ୍ଗୀନ ହେଲେ ସୁର ରାଉତରାୟ - Holi 2024

ତେବେ ଦେଶର ଏକାଧିକ ପ୍ରମୁଖ ବନ୍ଦର ଅଧିଗ୍ରହଣ କରିଥିବା ଆଦାନୀ ଗ୍ରୁପ ପୂର୍ବରୁ ଓଡିଶାର ଭଦ୍ରକ ଜିଲ୍ଲାରେ ଥିବା ଧାମରା ବନ୍ଦରର ମାଲିକାନା ଗ୍ରହଣ କରିଥିଲା । ଗୋପାଳପୁର ଦକ୍ଷିଣ-ଓଡିଶା ଉପକୂଳର ଏକ ପ୍ରମୁଖ ବନ୍ଦର । ଏହା ଜାତୀୟ ରାଜପଥ-16 ସହ ସଲଗ୍ନ କାରଣରୁ ପୂର୍ବ-ଉପକୂଳର ବିଶେଷ ବନ୍ଦରର ମାନ୍ୟତା ପାଇଛି । ଏହି ଅଧିଗ୍ରହଣକୁ ନେଇ APSEZ ପରିଚାଳନା ନିର୍ଦ୍ଦେଶକ କରନ ଆଦାନୀ କହିଛନ୍ତି, ଏହି ଅଧିଗ୍ରହଣ ଆଦାନୀ ଗ୍ରପର ଲାଭ ବ୍ୟବସାୟିକ ବିସ୍ତରରେ ଲାଭ ପହଞ୍ଚାଇବ । ଏହା ଓଡିଶା ଓ ପଡୋଶୀ ରାଜ୍ୟରେ ପଣ୍ୟ ପରିବହନ ଦିଗରେ ଏକ ବଡ ଭୂମିକା ଗ୍ରହଣ କରିବାକୁ ଯାଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଦାନୀ ସମୂହ ଦେଶର ଏକାଧିକ ବନ୍ଦରର ମାଲିକାନା ଅଧିଗ୍ରହଣ କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.