ETV Bharat / state

ମହିଳା ଦିବସରେ ମହନୀୟ କାର୍ଯ୍ୟ, ବିଦ୍ୟାର୍ଥୀଙ୍କ ମନୋବଳ ବଢ଼ାଇଲେ ଏସିଡ୍ ଆକ୍ରମଣ ପୀଡ଼ିତା - International Womens Day 2024

International Womens Day in Berhampur University: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ବିଦ୍ୟାର୍ଥୀଙ୍କୁ ଦିଆଗଲା ସ୍ବତନ୍ତ୍ର ବାର୍ତ୍ତା । ଅଧିକ ପଢନ୍ତୁ

Acid Victim Pramodini
Acid Victim Pramodini
author img

By ETV Bharat Odisha Team

Published : Mar 8, 2024, 12:03 PM IST

Acid Victim Pramodini

ବ୍ରହ୍ମପୁର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଦିବସ ଅବସରରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ବିଦ୍ୟାର୍ଥୀଙ୍କୁ ସ୍ବତନ୍ତ୍ର ବାର୍ତ୍ତା ଦିଆଯାଇଛି । ବିଶ୍ବବିଦ୍ୟାଳୟର ନାରୀ ଶିକ୍ଷା ଗବେଷଣା କେନ୍ଦ୍ର ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଦୃଢ଼ ମନୋବଳ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବାର୍ତ୍ତା ଦିଆଯାଇଛି ।

ସମାଜରେ ଭିନ୍ନ ଭିନ୍ନ କ୍ଷେତ୍ରରେ ଦୀର୍ଘ ବର୍ଷର ଅନେକ ଅନୁଭୂତି ସାଉଣ୍ଟିଥିବା ଏବଂ ସମାଜରେ ବିଭିନ୍ନ ପରିସ୍ଥିତିର ସମ୍ମୁଖୀନ ହୋଇ କିଭଳି ସାହସିକତା ସହିତ ଆଗକୁ ବଢ଼ିବା ଭଳି ନିଚ୍ଛକ ସତ୍ୟ ଆଧାରିତ ପ୍ରେରଣା ପ୍ରଦାନକାରୀ ବାର୍ତ୍ତା ପ୍ରଦାନ କରାଯାଇଛି । ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟର ଫକୀର ମୋହନଙ୍କ ବିଶ୍ବବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ମଧୁସ୍ମିତା ଦାଶ, ପ୍ରଫେସର ଆଶା ହଂସ୍ ଏବଂ ଏସିଡ୍ ମାଡ଼ରେ ପୀଡିତା ପ୍ରମୋଦିନୀ ରାଉଳ ଏହି ଅବସରରେ ମଞ୍ଚାସୀନ ରହିଥିଲେ ।

ଏସିଡ ପୀଡିତା ପ୍ରମୋଦିନୀଙ୍କ ବାର୍ତ୍ତା: ଗତ ୨୦୦୯ ମସିହାରେ ପ୍ରମୋଦିନୀଙ୍କୁ ଏଡିସ ଆଟାକ ହୋଇଥିଲା । ତେବେ ଏଡିସ ଆଟାକ ପରେ କିଭଳି ଶରୀରର ରଙ୍ଗରେ ପରିବର୍ତ୍ତନ ହୋଇଥିଲା । ମାତ୍ର ଜୀବନରେ ହାରିବା ବଦଳରେ କିଭଳି ସଙ୍ଘର୍ଷପୂର୍ଣ୍ଣ ଜୀବନ ବିତାଇଥିଲେ ତାହାକୁ ସେ ବିଦ୍ୟାର୍ଥୀମାନଙ୍କୁ ନିଜ ଜୀବନରେ ଘଟିଥିବା ଘଟଣାକୁ ବର୍ଣ୍ଣନା କରିବା ସହିତ ପରିସ୍ଥିତିରେ ପଡି କେବେ ମଧ୍ୟ କେହି ନହାରିବାକୁ ବାର୍ତ୍ତା ଦେଇଥିଲେ । ଏହି ଅବସରରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଫକୀର ମୋହନଙ୍କ ବିଶ୍ବବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ମଧୁସ୍ମିତା ଦାଶ ଯୋଗ ଦେଇ ବର୍ତ୍ତମାନର ସମୟରେ ମହିଳାମାନେ କିଭଳି ସମସ୍ତ କ୍ଷେତ୍ରରେ ଶୀର୍ଷରେ ପହଞ୍ଚିଥିବା ବେଳେ ଆଗାମୀ ଦିନରେ ସେମାନେ ଆହୁରି ଅଧିକ ସମ୍ମାନର ଅଧିକାରୀ ହୋଇପାରିବେ ଏବଂ ବର୍ତ୍ତମାନ ଯୁଗରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ସୁଖ ବିସ୍ତାର କରନ୍ତି ମହିଳା; ସମାଜର ଗର୍ବ, ନାମ ଗୋଟିଏ ରୂପ ହଜାରେ

ସେହିପରି ପ୍ରଫେସର ଆଶା ହଂସ୍ ମଧ୍ୟ ମହିଳାମାନଙ୍କୁ ବାର୍ତ୍ତା ଦେଇଥିଲେ । କିପରି ମହିଳାମାନେ ସମାଜର ବିଭିନ୍ନ ସ୍ଥାନ, କାଳ, ପରିବେଶରେ ନିଜକୁ ସୁରକ୍ଷିତ ଭାବେ ଅତିବାହିତ କରିପାରିବେ ସେ ନେଇ ଗୁରୁତ୍ୱରୋପ କରିଥିଲେ । ନାରୀ ଶିକ୍ଷା ଗବେଷଣା କେନ୍ଦ୍ରର ନିର୍ଦ୍ଦେଶିକା ବନ୍ଦିତା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ପିଜି କାଉନସିଲର ଅଧ୍ୟକ୍ଷ ସୁଶାନ୍ତ ବରାଳ ଏବଂ ଡ଼ା. କବିତା ବରାଳଙ୍କ ସହ ସଂଯୋଜିକା ବାଗ୍ନୀ ପ୍ରିୟଦର୍ଶନୀ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ବିଶ୍ବବିଦ୍ୟାଳୟର ପକ୍ଷରୁ ୨୦୦୯ ରୁ ଏସିଡ୍ ମାଡ଼ରେ ଆକ୍ରାନ୍ତ ହୋଇଥିବା କଟକର ପ୍ରମୋଦିନୀ ରାଉଳ ଏବଂ ତାଙ୍କ ସ୍ବାମୀ, ଫକୀର ମୋହନଙ୍କ ବିଶ୍ବବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ମଧୁସ୍ମିତା ଦାଶ, ପ୍ରଫେସର ଆଶା ହଂସଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.