ETV Bharat / state

ଯୋଡ଼ା ପୋଲିସ୍ ହେପାଜତରେ ଅଭିଯୁକ୍ତ ଯୁବକ ମୃତ, ହସ୍ପିଟାଲରେ ପୋଲିସ ଫୋର୍ସ ମୁତୟନ - Accused Arrested - ACCUSED ARRESTED

Accused died in police custody: କେନ୍ଦୁଝର ଯୋଡ଼ା ଥାନା ପୋଲିସ ହେପାଜତରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଯୋଡ଼ା ଥାନା ଏବଂ ଟାଟା ଷ୍ଟିଲ ଡାକ୍ତରଖାନାରେ ପୋଲିସ ଫୋର୍ସ ମୁତୟନ । ଅଧିକ ପଢନ୍ତୁ

ଯୋଡ଼ା ପୋଲିସ୍ ହେପାଜତରେ ଅଭିଯୁକ୍ତ ଯୁବକ ମୃତ
ଯୋଡ଼ା ପୋଲିସ୍ ହେପାଜତରେ ଅଭିଯୁକ୍ତ ଯୁବକ ମୃତ
author img

By ETV Bharat Odisha Team

Published : Mar 27, 2024, 2:57 PM IST

ଯୋଡ଼ା ପୋଲିସ୍ ହେପାଜତରେ ଅଭିଯୁକ୍ତ ଯୁବକ ମୃତ

କେନ୍ଦୁଝର: କେନ୍ଦୁଝର ଯୋଡ଼ା ଥାନା ପୋଲିସ ହେପାଜତରେ ଅଭିଯୁକ୍ତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ଯୋଡ଼ା ଥାନା ବିରିକଳା ବାସିନ୍ଦା ଅମ୍ବିକା ପ୍ରସାଦ ନାୟକଙ୍କ ୨୩ ବର୍ଷୀୟ ପୁଅ ଦୀନେଶ ନାୟକ ବୋଲି ଜଣାପଡିଛି । ତେବେ ଏନେଇ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଯୋଡ଼ା ଥାନା ଏବଂ ଟାଟା ଷ୍ଟିଲ ଡାକ୍ତରଖାନାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସୂଚନା ମୁତାବକ, ଗତ ସୋମବାର ଦିନ ଦୀନେଶକୁ ଏକ ମାମଲାରେ ଯୋଡା ପୋଲିସ୍ ଉଠାଇ ଆଣିଥିଲା । ଯୋଡ଼ା ଥାନା କେସ ନଂ ୧୪୧, ଦଫା ୩୭୬.ଏବଂ ୫୦୬ ଆଇପିସି ରେ ତା' ନାଁରେ କେସ ରୁଜ୍ଜୁ ହୋଇଥିଲା ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି । ହେଲେ ଗତକାଲି(ମଙ୍ଗଳବାର) ସନ୍ଧ୍ୟାରେ ଦୀନେଶ ନାୟକକୁ ସଙ୍କଟାପନ୍ନ ଅବସ୍ଥାରେ ନିକଟସ୍ଥ ଟାଟା ହସ୍ପିଟାଲକୁ ନେଇଥିଲା ଯୋଡ଼ା ପୋଲିସ୍ । ତେବେ ଟାଟା ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ପରୀକ୍ଷା କରି ଦୀନେଶଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଯୋଡ଼ା ଥାନା ଏବଂ ଟାଟା ଷ୍ଟିଲ ଡାକ୍ତରଖାନାରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ଆଜି ପର୍ଯ୍ୟନ୍ତ ଏହି ପୋଲିସ ମୁତୟନ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ହସ୍ପିଟାଲରେ ଆଖି ବୁଜିଲେ ବିଚାରାଧିନ କଏଦୀ

ଆଡିସନାନାଲ ଏସପି, ଡିଏସପି ଓ ବିଭିନ୍ନ ଥାନାର ଆଇଆଇସି ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଛନ୍ତି । ମାଜିଷ୍ଟ୍ରେଟ ଦାୟିତ୍ଵରେ ଥିବା ବଡ଼ବିଲ ତହସିଲଦାର ମଧ୍ୟ ପହଁଞ୍ଚିଛନ୍ତି । ବର୍ତ୍ତମାନ ସୁଦ୍ଧା ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ଅନ୍ୟପଟେ ଥାନାଧଇକାରୀ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ ହୋଇଥିବା କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି । ତେବେ କେଉଁ କାରଣରୁ ଅଭିଯୁକ୍ତ ଯୁବକଙ୍କ ମୃତ୍ୟୁ ହୋଇଛି ଏନେଇ ପୋଲିସ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳୁ ନଥିବା ବେଳେ ଘର ଲୋକଙ୍କ ମଧ୍ୟ ପ୍ରତିକ୍ରିୟା ମିଳି ପାରିନାହିଁ । ସେହିପରି ଗତ ଶୁକ୍ରବାର ଦିନ କେନ୍ଦୁଝର ଜିଲ୍ଲା ଜେଲରେ ଜଣେ ବିଚାରାଧୀନ କଏଦୀ ଜେଲ ଭିତରେ ଜୀବନ ହାରିବାକୁ ଉଦ୍ୟମ କରଥିଲେ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଚିକିତ୍ସାଧିନ ଅବସ୍ଥାରେ କଏଦୀଙ୍କ ମୃତ୍ୟୁ । ଅନ୍ୟପଟେ ଜେଲ୍ ସୁରକ୍ଷାରେ ତ୍ରୁଟି ପାଇଁ ଏପରି ଘଟଣା ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.