ETV Bharat / state

ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲା, ଦୋଷୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ - Minor Girl Rape Case - MINOR GIRL RAPE CASE

Minor Girl Rape And Murder Case In Sundargarh: ଦୀର୍ଘ 7 ବର୍ଷ ପରେ ମୃତ ନାବାଳିକାଙ୍କୁ ମିଳିଲା ନ୍ୟାୟ । ଦୁଷ୍କର୍ମ ଉଦ୍ୟମ କରି ନାବାଳିକାଙ୍କୁ ବୀଭତ୍ସ ଭାବରେ ହତ୍ୟା କରିଥିଲା ଅଭିଯୁକ୍ତ । ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡ । ଅଧିକ ପଢ଼ନ୍ତୁ

ନାବାଳିକକୁ ଦୁଷ୍କର୍ମ ଓ ହତ୍ୟା ମାମଲା
ନାବାଳିକକୁ ଦୁଷ୍କର୍ମ ଓ ହତ୍ୟା ମାମଲା (ETV Bharat Odisha)
author img

By ETV Bharat Odisha Team

Published : May 31, 2024, 10:15 PM IST

ରାଉରକେଲା: ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ସହ ବୀଭତ୍ସ ହତ୍ୟାକାଣ୍ଡ ମାମଲା । ଦୀର୍ଘ 7 ବର୍ଷ ପରେ ଦଣ୍ଡାଦେଶ ଶୁଣାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜ ଏବଂ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ଅଭିଯୁକ୍ତ ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡ ସହ ଜରିମାନା ରାୟ ଶୁଣାଇଲେ ଅଦାଲତ । ୨୦୧୭ ମସିହାରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା କରାଯାଇଥିଲା ।

ନାବାଳିକକୁ ଦୁଷ୍କର୍ମ ଓ ହତ୍ୟା ମାମଲା (ETV Bharat Odisha)

ସୂଚନା ଅନୁସାରେ, ଗତ ୨୦୧୭ ମସିହା ଫେବୃଆରୀ ମାସ 12 ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ତଳସରା ଅଞ୍ଚଳର ଜଣେ 11 ନାବାଳିକା ସନ୍ଧ୍ୟା ସମୟରେ ତାର କିଛି ସାଙ୍ଗଙ୍କ ସହ ଖେଳୁଥିଲା । ଉକ୍ତ ଅଞ୍ଚଳର ସୁମିତ ମିଞ୍ଜ ନାମକ ଜଣେ ବ୍ୟକ୍ତି ନାବାଳିକାକୁ ଅପହରଣ କରି ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ ଉଦ୍ୟମ କରିଥିଲା । ଏହି ସମୟରେ ନାବାଳିକା ଜଣଙ୍କ ଚିତ୍କାର କରିବାରୁ ଅଭିଯୁକ୍ତ ସୁମିତ ପ୍ରଥମେ ତଣ୍ଟି ଚିପି ନାବାଳିକାଙ୍କୁ ହତ୍ୟା କରିଥିଲା । ଏହା ପରେ ବୀଭତ୍ସ ଭାବେ ଏକ ଧାରୁଆ ଅସ୍ତ୍ରରେ ନାବାଳିକାର ମୁଣ୍ଡ କାଟି ଦେଇଥିଲା । ଏନେଇ ନାବାଳିକାର ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗର 2 ଦିନ ପରେ ପାଖ ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସେପଟେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ସୁମିତ ମିଞ୍ଜକୁ ଗରଫ କରିଥିଲା । ପରେ ସୁମିତ କୋର୍ଟ ଚାଲାଣ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ, 20ହଜାର ଟଙ୍କା ଜରିମାନା - Murder Case In Kalahandi

ତେବେ ଘଟଣାର ଦୀର୍ଘ 7 ବର୍ଷ ପରେ ଆଜି (ଶୁକ୍ରବାର) ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜ ଏବଂ ସ୍ୱତନ୍ତ୍ର ପୋକ୍ସ କୋର୍ଟ ରାୟ ଶୁଣାଇଛନ୍ତି । ମୋଟ ୨୬ ଜଣ ସାକ୍ଷୀ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ସୁମିତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହିତ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି କୋର୍ଟ । ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଏକ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର ଅଦାଲତ । ତେବେ ଏତେ ବର୍ଷ ପରେ ମୃତ ନାବାଳିକାଙ୍କୁ ନ୍ୟାୟ ମିଳିଥିବାରୁ ତାଙ୍କ ପରିବାର ବର୍ଗ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଦିବ୍ୟାଙ୍ଗ ସନ୍ତାନ ହତ୍ୟା ମାମଲାର ଆସିଲା ରାୟ, ବାପ ଓ ସାବତ ମା’କୁ ଆଜୀବନ ଜେଲ - DIVYANG MURDER CASE VERDICT

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.