ETV Bharat / state

ଏସଟିଏଫ ନାଁରେ ସଙ୍ଗୀନ ଅଭିଯୋଗ, ବିନା ଦୋଷରେ ଭିନ୍ନକ୍ଷମ ଯୁବକଙ୍କୁ କରିଛି ଗିରଫ - କଲରାପତରିଆ ବାଘ ଛାଲ ମାମଲା

Leopard skin seized Case: କନ୍ଧମାଳ ଜିଲ୍ଲା ସୁଡ଼୍ରୁକୁମ୍ପା ଗ୍ରାମ ନୂଆସାହିର ଭିନ୍ନକ୍ଷମ ଗୌତମ ବେହେରାଙ୍କୁ ବିନା ଦୋଷରେ ଗିରଫ କରିଥିବା ଅଭିଯୋଗ କରିଲେ ପରିବାର ଲୋକେ । ଅଧିକ ପଢନ୍ତୁ

Leopard skin seized
Leopard skin seized
author img

By ETV Bharat Odisha Team

Published : Jan 25, 2024, 12:31 PM IST

Leopard skin seized

ଫୁଲବାଣୀ: ବିପଦରେ ବାଘ ବଂଶ ! ଅବାଧ ଚାଲିଛି ବାଘ ଶିକାର । ଗତ କିଛି ଦିନ ପୂର୍ବେ ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ଗ୍ରାମରେ ଗତ ଶନିବାର ଦିନ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ଉ କରି ଗୋଟିଏ ବାଘଛାଲ ଜବତ କରିଥିଲା । ଏହି ଘଟଣାରେ କନ୍ଧମାଳ ଜିଲ୍ଲା ସୁଡ଼୍ରୁକୁମ୍ପା ଗ୍ରାମ ନୂଆସାହିର ଭିନ୍ନକ୍ଷମ ଗୌତମ ବେହେରାକୁ ଏସ୍‌ଟିଏଫ୍‌ ଗିରଫ କରିଥିଲା । ତେବେ ତାଙ୍କୁ ବିନା ଦୋଷରେ ନାଟକୀୟ ଢଙ୍ଗରେ ଗିରଫ କରି ବୌଦ୍ଧ ଜେଲକୁ ପଠାଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ସୂଚନା ମୁତାବକ, ଗତ ୧୯ ତାରିଖ ଦିନ ବିଳମ୍ବିତ ରାତିରେ ଗୌତମ ଘର ସମ୍ମୁଖ ଦୋକାନରେ ବସିଥିବା ବେଳେ ଏସଟିଏଫର କିଛି ଅଧିକାର ମାନେ ଆସି ଘର ଲୋକଙ୍କୁ ନ ଜଣାଇ ଦୋକାନରୁ ତାଙ୍କୁ ଉଠାଇ ନେଇଥିଲେ । ରାତିରେ ବହୁତ ଖୋଜାଖୋଜି କରିବା ପରେ ଗୌତମଙ୍କୁ ନ ପାଇବା ଫଳରେ ପରଦିନ ସକାଳେ ପରିବାର ଲୋକେ ସଦର ଥାନାରେ ଏତଲା ଦେଇଥିଲେ । ଆଉ ପରେ ବାଘ ଛାଲ କାରବାର ମାମଲାରେ ଗୌତମକୁ ଗିରଫ କରାଯାଇଥିବା ଜଣାପଡ଼ିଥିଲା । ତେବେ ଗୌତମ ନିରୀହ ଲୋକ ସେ ଜଣେ ଭିନ୍ନକ୍ଷମ କୌଣସି ବାଘ ଛାଲ କାରବାରରେ ସମ୍ପୃକ୍ତ ନାହାନ୍ତି ତାଙ୍କୁ ଏସଟିଏଫ ଟିମ୍ ଜୋରଜବରଦସ୍ତ ଫସାଇଛନ୍ତି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ବାଘ ଛାଲ ବିକ୍ରି ଡିଲ୍‌ ବେଳେ ମାଡି ବସିଲା ବନବିଭାଗ, 2 ଗିରଫ

ତେବେ ଗୌତମଙ୍କୁ ଦୋକାନରୁ ନେବା ପରେ ଜଙ୍ଗଲକୁ ନେଇ ଏସଟିଏଫ ନିଜେ ସାଙ୍ଗରେ ଆଣିଥିବା ବାଘ ଛାଲକୁ ଧରାଇ ଫଟୋ ଉଠାଇ ଶିକାରୀ ବୋଲି ଅନ୍ୟାୟ ଭାବେ ଗିରଫ କରାଯାଇଛି । ତେଣୁ ତାଙ୍କୁ ଶୀଘ୍ର ଖଲାସ କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି l ପରିବାର ଲୋକେ କନ୍ଧମାଳ ଏସପି ଓ ଜଙ୍ଗଲ ବିଭାଗ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏନେଇ ଜଣାଇଥିବା କହିଛନ୍ତି । ଗୌତମଙ୍କୁ ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ଧାରଣା ଦେବେ, ରାସ୍ତାରୋକ କରିବେ ବୋଲି ପରିବାର ଲୋକେ ଚେତାବନୀ ଦେଇଛନ୍ତି l ଅନ୍ୟପଟେ ଏସଟିଏଫ ଅଧିକାରୀଙ୍କ ଏନେଇ କୌଣସି ମତାମତ ମିଳିନାହିଁ l

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.