ETV Bharat / state

ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ, ନାବାଳିକା ଅପହରଣ ମାମଲାରେ ବନ୍ଧା ହୋଇଥିଲା - Accused Escaped From Police Custody

Accused Escaped From Police Custody: ମୟୁରଭଞ୍ଜ ଜିଲ୍ଲାର ଭଞ୍ଜପୁର ଥାନାରେ ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ ମାରିଛି । ଏନେଇ ଭଞ୍ଜପୁର ଥାନା ପରିସରରେ ଉତ୍ତେଜନା ପ୍ରକାଶ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 17, 2024, 12:13 PM IST

ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ୍‌
ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ୍‌

ରାଇରଙ୍ଗପୁର: ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ । ମୟୂରଭଞ୍ଜ ଜିଲ୍ଲାର ଭଞ୍ଜପୁର ଥାନାରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଏକ ଅପହରଣ ଘଟଣାରେ ଜଣେ ଯୁବକଙ୍କୁ ପଚରାଉଚରା ପାଇଁ ଭଞ୍ଜପୁର ଥାନାରେ ଅଟକ ରଖାଯାଇଥିଲା । ହେଲେ କୌଶଳ କ୍ରମେ ଅଟକ ଯୁବକ ଜଣକ ପୋଲିସ ଆଖିରେ ଧୂଳି ଦେଇ ଥାନା ମଧ୍ୟରୁ ଖସି ପଳାଇବାରେ ସଫଳ ହୋଇଛି । ତେବେ ଉକ୍ତ ଘଟଣା ଜଣାପଡିବା ପରେ କିଛି ସମୟ ପାଇଁ ଭଞ୍ଜପୁର ଥାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ସୂଚନା ଅନୁଯାୟୀ, ଭଞ୍ଜପୁର ଥାନା ଅନ୍ତର୍ଗତ ଭୁଗୁଡାକଟା ଗ୍ରାମର ୨୮ ବର୍ଷର ଯୁବକ ବସନ୍ତ ମଣ୍ଡଳ ଜଣେ ନାବାଳିକାକୁ ପ୍ରେମ ଜାଲରେ ଫସାଇ ଅପହରଣ କରି ନେଇଥିବା ନେଇ ଭଞ୍ଜପୁର ଥାନାରେ ଅଭିଯୋଗ ହୋଇଥିଲା । ଭଞ୍ଜପୁର ଥାନାରେ ନାବାଳିକାଙ୍କ ପରିବାର ଲୋକେ ଝିଅକୁ କେହି ଅପହରଣ କରି ନେଇଥିବାର ଅଭିଯୋଗ କରିବା ପରେ ଭଞ୍ଜପୁର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏନେଇ ନାବାଳିକାକୁ ଉଦ୍ଧାର କରିବା ସହିତ ଅପହରଣ ଘଟଣାରେ ଅଭିଯୁକ୍ତ ଯୁବକଙ୍କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ । ଏହାପରେ ଅଭିଯୁକ୍ତ ବସନ୍ତ ମଣ୍ଡଳକୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଥିଲା ।

ଏହା ମଧ୍ୟ ପଢନ୍ତୁ-କାରାଗାରରୁ କଏଦୀ ଫେରାର ଘଟଣା, ଧର୍ମଗଡରୁ ଜଣେ ଗିରଫ

ହେଲେ ଗତକାଲି ଅପରାହ୍ନ ସମୟରେ ବସନ୍ତ ମଣ୍ଡଳ ସୁଯୋଗ ପାଇ କୌଶଳ କ୍ରମେ ପୋଲିସ ହେପାଜତରୁ ଚମ୍ପଟ ମାରିଛି । ସେପଟେ ଏହି ଖବର ପାଇବା ପରେ ସେଠାରେ ଥିବା ନାବାଳିକଙ୍କ ପରିବାର ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଯାହା ଫଳରେ କିଛି ସମୟ ପାଇଁ ଥାନା ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଥାନା ଭିତରୁ ଜଣେ ଅଟକ ଅଭିଯୁକ୍ତ ଫେରାର ହେବା ଘଟଣା ନିଶ୍ଚିତ ଭାବରେ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ଭଞ୍ଜପୁର ଥାନା ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.