ETV Bharat / state

କଟକରେ ମହିଳାଙ୍କୁ ହତ୍ୟା ଘଟଣା, ବନ୍ଧାହେଲା ଅଭିଯୁକ୍ତ

Death Case in cuttack: ନେହେରୁପଲ୍ଲୀ ଦେବେନ୍ଦ୍ର ନଗରରେ ମହିଳାଙ୍କୁ ହତ୍ୟା ଘଟଣା । ଅଭିଯୁକ୍ତ ମୁନା ଭୂୟାଁକୁ ସିଆରଆଇ ଥାନା ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ

Death Case in cuttack
Death Case in cuttack
author img

By ETV Bharat Odisha Team

Published : Mar 6, 2024, 11:52 AM IST

Death Case in cuttack

କଟକ: ନେହେରୁପଲ୍ଲୀ ଦେବେନ୍ଦ୍ର ନଗରରେ ମହିଳାଙ୍କୁ ହତ୍ୟା ଘଟଣା । ଅଭିଯୁକ୍ତ ମୁନା ଭୂୟାଁକୁ ଗିରଫ କଲା ସିଆରଆଇ ଥାନା ପୋଲିସ । ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ପୋଲିସ ଜବତ କରିଛି । ତେବେ ଏହି ହତ୍ୟାକାଣ୍ଡକୁ ରେଡ ଫ୍ଲାଗ ମାମଲା ଭାବେ ଗ୍ରହଣ କରିବା ସହ ଏକ ମାସ ଭିତରେ ତଦନ୍ତ କରି ଚାର୍ଜସିଟ୍ ପ୍ରଦାନ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନା ମୁତାବକ, ଗତ ରବିବାର ଦିନ କଟକର ସିଆରଆଇ ଥାନା ଦେବେନ୍ଦ୍ର ନଗରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭାରତୀ ସାହୁ ନାମକ ଜଣେ ମହିଳାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ । ଅତି ବୀଭତ୍ସ ଭାବେ ମହିଳାଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିଲା । ତେବେ କିଛି ଦିନ ପୂର୍ବରୁ ମୃତ ଭାରତୀଙ୍କ ଝିଅକୁ ଅଭିଯୁକ୍ତ ମୁନା ଦୁର୍ବ୍ୟବହାର କରିଥିଲା । ଯାହାକୁ ନେଇ ଭାରତୀ ଥାନାରେ ଅଭିଯୋଗ କରିବା ଫଳରେ ଜେଲ ଯାଇଥିଲା ମୁନା । ସେହି ରାଗରେ ମୁନା ଗତ ରବିବାର ରାତିରେ ଏହି ହତ୍ୟାକାଣ୍ଡ ଘଟାଇଥିଲା ।

ତେବେ ମୁନା ସ୍ଥାନୀୟ ଅଞ୍ଚଳର ଜଣେ ପେଶାଦାର ଅପରାଧୀ । ସେପଟେ ଅଭିଯୁକ୍ତ ମୁନାକୁ ଫାଶୀ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି ମୃତ ଭାରତୀଙ୍କ ଝିଅ । ଗତକାଲି (ମଙ୍ଗଳବାର) ମୁନାକୁ ପୋଲିସ ଗିରଫ କରିଥିବା ବେଳେ ଅତିରିକ୍ତ ଡିସିପି, ଏସିପିଙ୍କ ସମେତ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଏହା ଏକ ବୀଭତ୍ସ ହତ୍ୟାକାଣ୍ଡ ହୋଇଥିବାରୁ ଏହାକୁ ରେଡ ଫ୍ଲାଗ ମାମଲା ହିସାବରେ ଗ୍ରହଣ କରାଯିବ । ହତ୍ୟାକାଣ୍ଡର ଗୁରୁତ୍ବକୁ ଦେଇ ଆଇଆଇସି ଘଟଣାର ତଦନ୍ତ କରି ଏକ ମାସ ଭିତରେ ଚାର୍ଜସିଟ ପ୍ରଦାନ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ।

ଏହା ମଧ୍ୟ ପଢନ୍ତୁ- ଘରେ ପଶି ବୃଦ୍ଧାଙ୍କୁ ହତ୍ୟା ଘଟଣା, ଚେନ୍ନାଇରୁ ଅଭିଯୁକ୍ତ ଗିରଫ

ଏନେଇ ଅତିରିକ୍ତ ଏସପି ଅନୀଲ ମିଶ୍ର କହିଛନ୍ତି ଯେ,'ଏହି କେଶର ତଦନ୍ତ ଜାରି ରହିଛି । ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରୁ ହତ୍ୟା ପାଇଁ ବ୍ୟବହୃତ ଛୁରୀ ଜବତ କରିଛି । ଏଥିରେ ଅଭିଯୁକ୍ତ ମୁନାଙ୍କୁ ଗିରଫ କରାଯାଇଛି । ହତ୍ୟା ପୂର୍ବରୁ ଅଭିଯୁକ୍ତ ମୁନା ଭୂୟାଁଙ୍କ ବିରୋଧରେ ୨ଟି ମାମଲା ରୁଜୁ ହୋଇଥିଲା । ଯେଉଁଥିପାଇଁ ତାଙ୍କୁ ଗିରଫ କରାଯାଇଥିଲା । ଝିଅକୁ ଦୁର୍ବ୍ୟବହାର କରିବାରୁ ମୃତ ମହିଳା ଜଣଙ୍କ ବିରୋଧ କରି ଥାନାରେ ଏତଲା ଦେଇଥିଲେ ତାଙ୍କ ବିରୋଧରେ । ଏନେଇ ଅଭିଯୁକ୍ତ ଜଣକ ରାଗ ରଖି ତାଙ୍କୁ ହତ୍ୟା କରିଛି । ତେବେ କେଶର ଗୁରୁତ୍ବକୁ ଦେଖିକି ତଦନ୍ତ ପାଇଁ ଥାନାଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି ସେ ତଦନ୍ତ କରୁଛନ୍ତି ।'

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.