ETV Bharat / state

ରାଜ୍ୟ ଶିକ୍ଷା ବ୍ୟବସ୍ଥାକୁ ଧରାଶାୟୀ କରୁଛନ୍ତି ସରକାର: ଏବିଭିପି

author img

By ETV Bharat Odisha Team

Published : Feb 6, 2024, 11:07 AM IST

ABVP Press Meet In Bhadark: ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସରକାର ଧରାଶାୟୀ କରୁଛନ୍ତି ବୋଲି ଏବିଭିପି ପକ୍ଷରୁ ଅଭିଯୋଗ କରାଯାଇଛି । ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଧମକଚମକ ଦେଇ ସାମିଲ କରାଯାଉଥିବା ଅଭିଯୋଗ । ଅଧିକ ପଢନ୍ତୁ

ABVP press meet
ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଧରାଶାୟୀ କରୁଛନ୍ତି ସରକାର: ଏବିଭିପି

ଭଦ୍ରକ: ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସରକାର ଧରାଶାୟୀ କରୁଛନ୍ତି ବୋଲି ଏବିଭିପି ପକ୍ଷରୁ ଅଭିଯୋଗ କରାଯାଇଛି । ଏନେଇ ଭଦ୍ରକରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଏବିଭିପି । ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଧମକଚମକ ଦେଇ ସାମିଲ କରାଯାଉଛି । ଏଥିସହ ଗମନାଗମନ ନେଇ ବସ୍ ବ୍ୟବସ୍ଥାଠାରୁ ଆରମ୍ଭ କରି ଖାଦ୍ୟ ପର୍ଯ୍ୟନ୍ତ ସବୁଥିରେ ବ୍ୟାପକ ସମସ୍ୟା ଦେଖାଯାଇଥିବା ଏବିଭିପି ଅଭିଯୋଗ କରିଛି ।

ଭଦ୍ରକ ଜିଲ୍ଲା ରାଣୀତାଲଠାରେ ଅନୁଷ୍ଠିତ ହୋଇଥିବା ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଜିଲ୍ଲାର ତମାମ କଲେଜ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲା । ତେବେ ଯଦି ପିଲାମାନେ ଏହି କାର୍ଯ୍ୟକ୍ରମକୁ ଆସିବେ ନାହିଁ ତାହାହେଲେ ସେହି କଲେଜ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକ ଦିଆଯାଇଥିଲା ବୋଲି ଏବିଭିପି ପକ୍ଷରୁ ଅଭିଯୋଗ କରାଯାଇଛି । ଯାହାକି ଅଗଣତାନ୍ତ୍ରିକ ବୋଲି କହିଛି ଏବିଭିପି । ଏଥିସହ ଭଦ୍ରକର ବିଭିନ୍ନ ସ୍ଥାନରେ ଧମକ ଦେଇ ଛାତ୍ରଛାତ୍ରୀଙ୍କୁ ଅଣାଯାଉଥିଲା ବେଳେ ବସ୍ ଏବଂ ବିଭିନ୍ନ ବ୍ୟବସ୍ଥାରେ ମଧ୍ୟ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।

ଏହାମଧ୍ୟ ପଢନ୍ତୁ... ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଦଳୀୟ ଉତ୍ତରୀୟକୁ ନେଇ ବିବାଦ, କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସର ଦାବି

ଏବିଭିପିର ଅଭିଯୋଗ ଅନୁଯାୟୀ, କେଉଁଠି ଅଧିକ ଛାତ୍ରଛାତ୍ରୀଙ୍କୁ ବସର ଅଭାବ ତ ଆଉ କେଉଁଠି ଛାତ୍ରଛାତ୍ରୀଙ୍କ ନିମନ୍ତେ ଖାଦ୍ୟ ଏବଂ ପାନୀୟ ଜଳ ଯୋଗାଣରେ ଅଭାବ ଦେଖାଯାଇଥିଲା । ଏସବୁ ଭିତରେ ଆଉ ଏକ ଦୃଶ୍ୟ ସାମ୍ନାକୁ ଆସିଥିବା କହିଛି ଏବିଭିପି । ତିହିଡିରୁ ଛାତ୍ରଛାତ୍ରୀ ବସ୍ ଯୋଗେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ରାଣୀତାଲକୁ ଆସୁଥିବା ସମୟରେ ସେମାନେ 'ଜୟ ଶ୍ରୀ ରାମ' ନାରା ଦେଇଥିଲେ । ଏହା ଶୁଣି ତିହିଡି ବ୍ଲକର ବିଡିଓ ଛାତ୍ରଛାତ୍ରୀଙ୍କୁ ପୋଲିସର ଧମକ ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଏହି ଘଟଣାକୁ ଏବିଭିପି ପକ୍ଷରୁ ଦୃଢ ନିନ୍ଦା କରାଯାଇଛି ।

ଏବିଭିପିର ରାଜ୍ୟ ସହ ସମ୍ପାଦକ ଶୁଭ୍ର ସମ୍ବିତ ନାୟକ ଏନେଇ ବିଜେଡିକୁ ନିନ୍ଦା କରିଛନ୍ତି । ସେ ବିଭିନ୍ନ ପ୍ରଶ୍ନ ଆଳରେ ପାଣ୍ଡିଆନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ପ୍ରଭୁ ଶ୍ରୀରାମଙ୍କ ନାରାରେ ପାଣ୍ଡିଆନ ବାବୁ ଏତେ ଅପ୍ରସ୍ତୁତ କାହିଁକି ? ସଭାସ୍ଥଳରେ ନିୟୋଜିତ ଥିବା ପୋଲିସ ଭାରତ ମାତା କି ଜୟ ଏବଂ ବନ୍ଦେ ମାତରଂ ନାରା ଦେଉଥିବା ଛାତ୍ରଛାତ୍ରୀଙ୍କୁ ବିରୋଧ କରୁଥିବାର କାରଣ କ'ଣ ? ବିଡିଓଙ୍କ ଧମକ ପଛରେ କିଏ ଏବଂ ଏହା ପଛରେ ଉଦ୍ଦେଶ୍ୟ କ'ଣ ? ଏବିଭିପି ଭଦ୍ରକ ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ ଏବଂ ଅନ୍ୟ ଛାତ୍ର ନେତାମାନଙ୍କ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ ନିନ୍ଦା କରାଯିବା ସହ କଡ଼ା ଭତ୍ସନା କରାଯାଇଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ଏବିଭିପିର ରାଜ୍ୟ ସହ ସମ୍ପାଦକ ଶୁଭ୍ର ସମ୍ବିତ ନାୟକ, ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ, ଜିଲ୍ଲା ସଂଯୋଜକ ଜ୍ୟୋତି ପ୍ରକାଶ ସାହୁ, ବିଭାଗ ସହ ସଂଯୋଜକ ବିଶ୍ୱନାଥ ସୋନୁ ଲାହା, ବିଭାଗ ଛାତ୍ରୀ ସହ ପ୍ରମୁଖ ପାର୍ବତୀ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିପ୍ତେଶ୍ନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.