ETV Bharat / state

ରାଜନୈତିକ ନିଯୁକ୍ତି ରଦ୍ଦ, ସମସ୍ତ ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ହେଲେ ନଗର ଉନ୍ନୟନ ମନ୍ତ୍ରୀ - POLITICAL APPOINTMENTS IN ODISHA

Abolition of political appointments: ରାଜ୍ୟର ସମସ୍ତ ପ୍ରାଧିକରଣରେ ରାଜନୈତିକ ନିଯୁକ୍ତିକୁ ରଦ୍ଦ କଲେ ମୋହନ ସରକାର । ନଗର ଉନ୍ନୟନ ମନ୍ତ୍ରୀ ହେଲେ ଏହି ସମସ୍ତ ସଂସ୍ଥାର ଅଧ୍ୟକ୍ଷ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 6, 2024, 10:04 AM IST

ରାଜନୈତିକ ନିଯୁକ୍ତି ରଦ୍ଦ, ସମସ୍ତ ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ହେଲେ ନଗର ଉନ୍ନୟନ ମନ୍ତ୍ରୀ
ରାଜନୈତିକ ନିଯୁକ୍ତି ରଦ୍ଦ, ସମସ୍ତ ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ହେଲେ ନଗର ଉନ୍ନୟନ ମନ୍ତ୍ରୀ (ETV Bharat Odisha)

ଭୁବନେଶ୍ବର: କ୍ଷମତାକୁ ଆସିବା ପରେ ଆରମ୍ଭରୁ ବିଭିନ୍ନ ପ୍ରସଙ୍ଗରେ ଆକ୍ସନ ମୁଡରେ ବିଜେପି ସରକାର । ବିଜେଡ଼ି ସରକାରରେ ହୋଇଥିବା ସମସ୍ତ ରାଜନୈତିକ ନିଯୁକ୍ତି ହେଲା ରଦ୍ଦ । ଦାଇତ୍ୱ ନେବା ପରେ ଏହାକୁ ରଦ୍ଦ କରିଛନ୍ତି ମୋହନ ସରକାର । ଭୁବନେଶ୍ୱର, କଟକ ସମେତ ଅନ୍ୟ 7ଟି ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷଙ୍କୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର । ନଗର ଉନ୍ନୟନ ମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ର ସମସ୍ତ ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ।

ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ସମସ୍ତ ବିଭାଗୀୟ ସଚିବ, ବିଧାନସଭା ସଚିବ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ବିଭିନ୍ନ ସରକାରୀ ସଂସ୍ଥା, ଉଦ୍ୟୋଗ, ନିଗମ ଓ ବିଭାଗରେ ରାଜନୀତିକ ନିଯୁକ୍ତିକୁ ତତ୍କାଳ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଥିବା ଅବଗତ କରିଛନ୍ତି । କିନ୍ତୁ ବୈଧାନିକ ପ୍ରାବଧାନ ଅନ୍ତର୍ଗତ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ପ୍ରକ୍ରିୟା ମଧ୍ୟରେ ଦିଆଯାଇଥିବା ନିଯୁକ୍ତି ଏହି ନିର୍ଦ୍ଦେଶ ଦ୍ୱାରା ପ୍ରଭାବିତ ହେବେ ନାହିଁ । ରାଜ୍ୟ ମହିଳା ଆୟୋଗ ଓ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷା ପଦରେ ରାଜନୈତିକ ଥଇଥାନ ରହିଛି ।

ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଭାବେ ବିଜେଡି ନେତ୍ରୀ ମିନତୀ ବେହେରା, ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷା ଅଛନ୍ତି ମନ୍ଦାକିନୀ କର । ଉଭୟ ଅୟୋଗର ଅଧ୍ୟକ୍ଷା ବିଜେଡିର ଆଗଧାଡିର ନେତ୍ରୀ ।
ସେମାନେ ସେଠାରେ ନିଜର କାର୍ଯ୍ୟ ଜାରି ରଖିବେ ନା ସେମାନଙ୍କ ନିଯୁକ୍ତିକୁ ରଦ୍ଦ କରାଯାଇଛି ତାହାର ସ୍ପଷ୍ଟ ସୂଚନା ମିଳିନାହିଁ । ସେହିପରି ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶାନାମା । ବିଜ୍ଞପ୍ତି ଅନୁସାରେ ପୂର୍ବର ସମସ୍ତ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ରାଜ୍ୟ ସରକାର ।

ଏହା ମଧ୍ୟ ପଢନ୍ତୁ:- 22ରୁ ବିଧାନସଭା; 25ରେ ମୋହନ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ - ODISHA BUDGET SESSION

ସମସ୍ତ ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ, କଟକ ଉନ୍ନୟନ ପ୍ରାଧିକରଣ, ବ୍ରହ୍ମପୁର ଉନ୍ନୟନ ପ୍ରାଧିକରଣ, ସମ୍ବଲପୁର ଉନ୍ନୟନ ପ୍ରାଧିକରଣ, ରାଉରକେଲା ଉନ୍ନୟନ ପ୍ରାଧିକରଣ, ପୁରୀ-କୋଣାର୍କ ଉନ୍ନୟନ ପ୍ରାଧିକରଣ, ପାରାଦୀପ ଉନ୍ନୟନ ପ୍ରାଧିକରଣ, କଳିଙ୍ଗନଗର ଉନ୍ନୟନ ପ୍ରାଧିକରଣ ଓ ତାଳଚେର-ଅନୁଗୁଳ ମେରାମୁଣ୍ଡଳୀ ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନଗର ଉନ୍ନୟନ ମନ୍ତ୍ରୀ କାର୍ଯ୍ୟ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.