ETV Bharat / state

ନନ୍ଦନକାନନରେ ନୂଆ ଅତିଥି, ମହାବଳ ବାଘ ସହ ଆସିଛନ୍ତି ଅନ୍ୟାନ୍ୟ ଜୀବଜନ୍ତୁ - Royal bengal tiger in Nandankanan

author img

By ETV Bharat Odisha Team

Published : Jul 13, 2024, 9:28 PM IST

Nandankanan Zoological Park: ଜୀବଜନ୍ତୁଙ୍କ ବଂଶ ବୃଦ୍ଧି ପାଇଁ ଯୋଜନା । ନନ୍ଦନକାନନକୁ ରାଞ୍ଚି ଚିଡିଆଖାନାରୁ ଆସିଲେ ମହାବଳ ବାଘ ସମେତ ଏକାଧିକ ଜୀବଜନ୍ତୁ । ଅଧିକ ପଢନ୍ତୁ

ନନ୍ଦନକାନନରେ ନୂଆ ଅତିଥି, ରାଞ୍ଚି ଚିଡିଆଖାନାରୁ ଆସିଲେ ମହାବଳ ବାଘ ସହ ଅନ୍ୟାନ୍ୟ ଜୀବଜନ୍ତୁ
ନନ୍ଦନକାନନରେ ନୂଆ ଅତିଥି, ରାଞ୍ଚି ଚିଡିଆଖାନାରୁ ଆସିଲେ ମହାବଳ ବାଘ ସହ ଅନ୍ୟାନ୍ୟ ଜୀବଜନ୍ତୁ (ETV Bharat Odisha)

ଭୁବନେଶ୍ୱର: ନନ୍ଦନକାନନରେ ନୂଆ ଅତିଥି । ରାଞ୍ଚି ଚିଡିଆଖାନାରୁ ଆସିଲେ ମହାବଳ ବାଘ ସହ ଅନ୍ୟାନ୍ୟ ଜୀବଜନ୍ତୁ । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଞ୍ଚିର ଭଗବାନ ବିର୍ସା ଜୀବ ଉଦ୍ୟାନ ମଧ୍ୟରେ ବନ୍ୟଜନ୍ତୁ ବିନିମୟ ଚୁକ୍ତିନାମା କାର୍ଯ୍ୟକାରୀ କରାଯାଇଛି । ନୂଆଦିଲ୍ଲୀ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣର ଅନୁମୋଦନ ଅନୁଯାୟୀ ଏହି ଜୀବଜନ୍ତୁଙ୍କୁ ନନ୍ଦନକାନନ ଅଣାଯାଇଛି । ପ୍ରତିବଦଳରେ କିଛି ଜୀବଜନ୍ତୁ ନନ୍ଦନକାନନରୁ ରାଞ୍ଚି ମଧ୍ୟ ପଠାଯାଇଛନ୍ତି ।

ନନ୍ଦନକାନନକୁ ଆସିଥିବା ଜୀବଜନ୍ତୁ:-
ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ରାଞ୍ଚିର ଭଗବାନ୍ ବିର୍ସା ଜୀବ ଉଦ୍ୟାନରୁ ଗୋଟିଏ ମେଲାନିଷ୍ଟିକ ରୟାଲ ବେଙ୍ଗଲ ଟାଇଗର, ଗୋଟିଏ ସିଉଡୋ-ମେଲାନିଜିମ ଜିନର ସାଧାରଣ ଟାଇଗର, 3ଟି ମଣ୍ଡିରା ଏବଂ ଗୋଟିଏ ମାଈ ଷ୍ଟ୍ରାଇଡ ହାଏନା (ହେଟାବାଘ) ଆସିଥିବା ବେଳେ 5 ଅଣ୍ଡିରା ଓ 5ଟି ମାଈ ଭାରତୀୟ ପୋର୍କୁପାଇନଙ୍କ ସହ 2ଟି ଅଣ୍ଡିରା ନୀଳଗାଇ ଆସିଛନ୍ତି ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ରାଞ୍ଚିର ଭଗବାନ ବିର୍ସା ଉଦ୍ୟାନକୁ ଜୀବଜନ୍ତୁ ସ୍ଥାନାନ୍ତର:-

ଗୋଟିଏ ରୟାଲ ବେଙ୍ଗଲ ଟାଇଗର, 4ଟି ମାଉସ୍ ହରିଣ, 4ଟି ସାଧାରଣ ଖଜୁରୀ ସିଭେଟ, 2ଟି ଇଣ୍ଡିଆନ୍ ଫକ୍ସ, 2ଟି ଧୂସର ପେଲିକାନ, 20ଟି ନାଇଟ ହେରନ, 20ଟି ବ୍ଲାକ -ହେଡ୍ ଆଇବିସ ଜୀବଜନ୍ତୁ ରାଞ୍ଚିକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ, ବନ ବିଭାଗର ତଥ୍ୟ ଅନୁସାରେ ଡେବ୍ରିଗଡ଼ ପାଇଁ ୩ମହାବଳ ମଧ୍ୟରୁ ୧ ଅଣ୍ଡିରା ମହାବଳ ଏବଂ ୨ଟି ବାଘୁଣୀ ଅଣାଯିବ । ଏହା ସହ ଶିମିଳିପାଳ ପାଇଁ ୨ଟି ମହାବଳ ବାଘ ମଧ୍ୟରୁ ୨ଟି ଯାକ ବାଘୁଣୀ ରହିଛନ୍ତି । ଏହା ସମେତ ମଧ୍ୟ ଅନ୍ୟାନ୍ୟ ଜୀବଜନ୍ତୁମାନେ ମଧ୍ୟ ଅଦଳବଦଳ ହେବାର ଯୋଜନା କରାଯାଇଛି । ଯେପରି 20ଟି ଗୟଳ ଡେବ୍ରିଗଡ଼ରୁ ଚନ୍ଦକା ଅଭୟାରଣ୍ୟକୁ ଅଣାଯିବ। ସେଥିରେ ରହିଛି 5ଟି ଅଣ୍ଡିରା ଗୟଳ ସମେତ ୧୫ଟି ମାଇ ଗୟଳ ରହିବେ । ଏମାନେ ଚଳିତମାସ (ଜୁଲାଇ) ୩୧ ତାରିଖ ମଧ୍ୟରେ ଆସିବେ ।

ସେହିପରି ଭାବରେ ୧୧୫ଟି ଚିତ୍ରା ହରିଣ ସମ୍ବଲପୁର ପ୍ରାଣୀ ଉଦ୍ୟାନରୁ ଡେବ୍ରିଗଡ଼କୁ ଜୁଲାଇ 31 ସୁଦ୍ଧା ଆସିବ । ଏଥିରେ ରହିଛନ୍ତି 56ଟି ଅଣ୍ଡିରା, 46ଟି ମାଈ ଏବଂ 13ଟି ଛୋଟ ହରିଣ ରହିବେ । ଏହାସହ ତପ୍ତପାଣି ହରିଣ ପାର୍କରୁ ଲାଖରି ଭ୍ୟାଲିକୁ ଆସିବେ 32ଟି ଚିତ୍ରା ହରିଣ ଜୁଲାଇ 20 ସୁଦ୍ଧା ଅଣାଯିବେ । ଅନୁଗୁଳର ହରିଣ ପାର୍କ ନାଲକୋ ନଗରରୁ ଢେଙ୍କାନାଳର କନ୍ଧାରାକୁ 25 ଜୁଲାଇ ସୁଦ୍ଧା ୫୫ଟି ଚିତ୍ରା ହରିଣ ଆସିବେ । ସେଥିରେ ରହିଛନ୍ତି 22ଟି ଅଣ୍ଡିରା ଏବଂ 35ଟି ମାଈ ଚିତ୍ରା ହରିଣ । ଏହା ସହ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଚନ୍ଦକା ଅଭୟାରଣ୍ୟକୁ ଜୁଲାଇ ୧୦ତାରିଖ ମଧ୍ୟରେ 100ଟି ଚିତ୍ରା ହରିଣ ଆସିବେ । 50ଟି ଅଣ୍ଡିରା ଏବଂ ଆଉ 50ଟି ମାଈ ଚିତ୍ରା ହରିଣ ।

ଏହା ମଧ୍ୟ ପଢନ୍ତୁ:- ଜୀବଜନ୍ତୁ ଅଦଳବଦଳ; ନନ୍ଦନକାନନରୁ ରାଞ୍ଚିକୁ ଯିବେ 53, ଆସିବେ 21 - Nandankanan to get new Animal

ଅନ୍ୟପଟେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ 500ଟି ଚିତ୍ରା ହରିଣ ଢେଙ୍କାନାଳର କାନ୍ଧାରା, ସାତକୋଶିଆ ବାଘ ଅଭୟାରଣ୍ୟ, କୁଳଢିଆ ଅଭୟାରଣ୍ୟକୁ ଅଗଷ୍ଟ 31 ସୁଦ୍ଧା ଯିବେ ।ଗଞ୍ଜାମର ବେଠୋନି ଅଞ୍ଚଳରୁ କୋଣାର୍କର ବାଲୁକାଖଣ୍ଡକୁ ଜୁଲାଇ ୨୦ ସୁଦ୍ଧା ଆସିବେ 8ଟି କୃଷ୍ଣସାର ମୃଗ ଆସିବେ । ସେମାନଙ୍କ ମଧ୍ୟରେ 2 ଅଣ୍ଡିରା ଏବଂ 6 ମାଈ ମୃଗ ରହିଛନ୍ତି । ଏହା ସମେତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ କୋଣାର୍କ ବାଳୁକାଖଣ୍ଡକୁ ୧୦ଟି କୃଷ୍ଣସାର ମୃଗ ଅଗଷ୍ଟ ୧୫ ମଧ୍ୟରେ ପଠାଯିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.