ETV Bharat / state

ନବୀନଙ୍କ ହାତ ଛାଡି ମୋହନଙ୍କ ହାତ ଧରିଲେ ମମତା; ବିଜେଡି କହିଲା ଦଳକୁ ଧୋକ୍କା ଦେଲେ, ରାଇରଙ୍ଗପୁରରେ ପୂର୍ବତନ ସାଂସଦଙ୍କ କୁଶପୁତ୍ତଳିକା ଦାହ - Political war over Mamata Mohanta

author img

By ETV Bharat Odisha Team

Published : Aug 2, 2024, 12:52 PM IST

Rajya Sabha and BJD Mamata Mohanta a prominent Kudumi community leader from Mayurbhanj joined BJP in New Delhi bjd reacts: ବିଜେଡ଼ିର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ମମତାଙ୍କୁ ଜିଲ୍ଲା ପରିଷଦରୁ ଆରମ୍ଭ କରି ରାଜ୍ୟସଭା ପରି ପଦ ଦେଇଥିଲା ବିଜେଡି । କିନ୍ତୁ ଦୁଃଖର ବିଷୟ ବିଜେପିର ପ୍ରଲୋଭନରେ ପ୍ରଭାବିତ ହୋଇ ମମତା ଶଙ୍ଖ ଛାଡି ପଦ୍ମ ଧରିଲେ । ଏହି ଘଟଣାକୁ ନେଇ ରାଇରଙ୍ଗପୁର ବିଜେଡ଼ି ଏବଂ କୁଡୁମୀ ମାହୋଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

Mamata Mohanta RESIGNATION
Mamata Mohanta RESIGNATION issue (ETV Bharat Odisha)

ଭୁବନେଶ୍ବର: ବିଜେପିର ପ୍ରଲୋଭନରେ ପ୍ରଭାବିତ ହୋଇ ବିଜେଡି ଛାଡ଼ିଛନ୍ତି ମମତା ମହନ୍ତ । ବ୍ୟକ୍ତିଗତ ସ୍ୱାର୍ଥ ହାସଲ ଲକ୍ଷ୍ୟରେ ବିଜେପିରେ ସାମିଲ ହୋଇଛନ୍ତି ମମତା । କୁଡୁମି ସମାଜକୁ ଯଥେଷ୍ଟ ଗୁରୁତ୍ୱ ଦେଇ ମମତାଙ୍କୁ ରାଜ୍ୟସଭା ପଠାଇ ଥିଲେ ନବୀନ ସରକାର । ମହିଳା ସଶକ୍ତିକରଣ ପଦକ୍ଷେପ ଭାବେ ଜିଲ୍ଲା ପରିଷଦରୁ ରାଜ୍ୟସଭା ସାଂସଦ ହୋଇଥିଲେ ମମତା । ମମତା ମହନ୍ତ ବିଜେଡି ଛାଡି ବିଜେପିରେ ସାମିଲ ହେବା ପରେ ପୁରୁଣା ଦଳ ପକ୍ଷରୁ ଏଭଳି ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ବିଜେଡି ନେତ୍ରୀ ସରୋଜିନୀ ହେମ୍ବ୍ରମ କହିଛନ୍ତି, "ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ଲକ୍ଷ୍ୟରେ ଚଞ୍ଚକତା କରି ବିଜେଡ଼ି ତଥା ରାଜ୍ୟସଭାର ସଦସ୍ୟ ପଦରୁ ମମତା ମହାନ୍ତ ଇସ୍ତଫା ଦେଇଛନ୍ତି । ଦଳକୁ ସେ ଯେଭଳି ଧୋକା ଦେଇ ବିଜେପିରେ ସାମିଲ ହେଲେଜ଼ ତାହା ରାଜନୀତିରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ମହିଳାଙ୍କୁ ଶସକ୍ତ କରିବା ଉଦ୍ଦେଶ୍ୟରେ ନବୀନ ପଟ୍ଟନାୟକ ସରକାର ବହୁବିଧ ଯୋଜନା କରିଥିଲେ । ସେହିକ୍ରମରେ ମମତା ମହାନ୍ତ ପରି ଜଣେ କୁଡୁମି ସମାଜର ପଛୁଆ ବର୍ଗର ମହିଳାଙ୍କୁ ପ୍ରଥମେ ଜିଲ୍ଲାପରିଷଦ ସଦସ୍ୟା, ଜିଲ୍ଲା ସଭାନେତ୍ରୀ ଓ ରାଜ୍ୟସଭା ସାଂସଦ ଭାବେ ବିଜୁ ଜନତା ଦଳ ତରଫରୁ ମନୋନୀତ କରାଯାଇଥିଲା । ଆମର ସୌଭାଗ୍ୟ ଯେ ନବୀନ ପଟ୍ଟନାୟକ ମୋତେ ଓ ମମତା ମହାନ୍ତଙ୍କ ପରି ଅନେକ ମହିଳାଙ୍କୁ ଲୋକ ପ୍ରତିନିଧି ହେବା ପାଇଁ ସାମର୍ଥ୍ୟ ଓ ସୁଯୋଗ ଦେଇଛନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନବୀନ ସରକାରଙ୍କ ଦ୍ୱାରା କୁଡୁମି ସମାଜକୁ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯାଇ ମୟୁରଭଞ୍ଜ ଜିଲ୍ଲାର ସମସ୍ତ ଛବିଶଟି ବ୍ଲକ ପାଇଁ କୁଡୁମି ଭବନ ନିର୍ମାଣ ସକାଶେ ପଚିଶ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ସେହିପରି ରାଇରଙ୍ଗପୁରରେ କୁଡୁମି ଭବନ ନିର୍ମାଣ ପାଇଁ ନବୀନ ସରକାରଙ୍କ ଦ୍ୱାରା ତିରିଶ ଡେସିମିଲ ଜମି ପ୍ରଦାନ କରି ଏକ କୋଟି ଟଙ୍କାର ବ୍ୟୟ ଅଟ୍ଟକଳ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପାଇଁ, ପ୍ରଥମ ଫେଜରେ ତିରିଶ ଲକ୍ଷ୍ୟ ଟଙ୍କା ପ୍ରଦାନ କରାଯାଇଥିଲା । ଯାହାର ନିର୍ମାଣ କାର୍ଯ୍ୟ ଏବେ ଚାଲୁ ରହିଛି । ମମତା ତାଙ୍କ ଇସ୍ତଫା ପତ୍ରରେ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ ଭିତ୍ତିହୀନ ଓ ନିନ୍ଦନୀୟ । ନିଜର ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବାକୁ ଯାଇ ମମତା ମହାନ୍ତ କେବଳ ବିଜେଡି ନୁହେଁ ବରଂ ସମଗ୍ର କୁଡୁମି ସମାଜ ଓ ମୟୁରଭଞ୍ଜ ଜିଲ୍ଲାକୁ ଧୋକା ଦେଇଛନ୍ତି ।

ସେହିଭଳି ବିଜେଡ଼ିର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, "ମମତାଙ୍କୁ ଜିଲ୍ଲା ପରିଷଦରୁ ଆରମ୍ଭ କରି ରାଜ୍ୟସଭା ପରି ପଦ ଦେଇଥିଲା ବିଜେଡି । କିନ୍ତୁ ଦୁଃଖର ବିଷୟ ବିଜେପିର ପ୍ରଲୋଭନରେ ପ୍ରଭାବିତ ହୋଇ ମମତା ଶଙ୍ଖ ଛାଡି ପଦ୍ମ ଧରିଲେ । କୁଡୁମୀ ସମାଜର ଉନ୍ନତି କରିବା ପାଇଁ ଯଦି ସେ ଚାହୁଁଥିଲେ ତାହାଲେ ମମତା ବିଜେଡିରୁ ଇସ୍ତଫା ଦେଇଥାଆନ୍ତେ । ରାଜ୍ୟସଭା ପଦରୁ ଇସ୍ତଫା ଦେଇନଥାନ୍ତେ । ମମତା ବିଜେପିକୁ ନିଜର ସଭ୍ୟ ପଦ ଦାନ କରିଛନ୍ତି । ନିର୍ବାଚନ ପୂର୍ବରୁ ସେ ବିଜେପି ପାଇଁ କାମ କରୁଥିଲେ । ମମତା ବିଜେଡି ଛାଡିବା ଦ୍ୱାରା ଦଳର କୌଣସି କ୍ଷତି ହେବନାହିଁ । ନବୀନଙ୍କ ନେତୃତ୍ୱରେ ବିଜେଡି ଆଗକୁ ଆହୁରି ସଶକ୍ତ ହେବ । ସ୍ଥିତି ବଞ୍ଚାଇବା ପାଇଁ ଅନ୍ୟ ରାଜ୍ୟ ଭଳି ମମତାଙ୍କୁ ପ୍ରଲୋଭିତ କରି ଦଳକୁ ନେଇଛି ବିଜେପି । ଯଦି ବିଜେପି ଏଭଳି ଉପାୟକୁ ଆପଣାଏ, ତାହେଲେ ସେମାନେ ବିନାଶମୁଖୀ ଆଡକୁ ଅଗ୍ରସର ହେଉଛନ୍ତି ।"

ରାଇରଙ୍ଗପୁରରେ ପ୍ରତିବାଦ,କୁଶପୁତ୍ତଳିକା ଦାହ-

ବିଜେଡ଼ି ଦଳରୁ ଇସ୍ତଫା ଦେବା ସହିତ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ମମତା ମହାନ୍ତ। ସୋସିଆଲ ମିଡ଼ିଆ ଏକ୍ସ ମାଧ୍ୟମରେ ମମତା ମହାନ୍ତ ଏନେଇ ସୂଚନା ପ୍ରଦାନ କରିଥିଲେ। ମମତା କହିଥିଲେ ତାଙ୍କ ସେବାର ଆବଶ୍ୟକତା ବିଜୁ ଜନତା ଦଳ ଅନୁଭବ କରୁନାହିଁ । ଯେହେତୁ ସେ ଲୋକଙ୍କ ନେତା ଏବଂ ଲୋକଙ୍କ ସେବା ହିଁ ମୁଖ୍ୟ ଧ୍ୟେୟ, ସେଥିପାଇଁ ଦଳରେ ରହିବାର ଆବଶ୍ୟକତା ଅନୁଭବ ନ କରି ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ଏବଂ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି। ବିଜେଡ଼ି ଦଳ ତରଫରୁ ମମତାଙ୍କୁ କୌଣସି ପ୍ରକାର ଅଣଦେଖା କରାଯାଇ ନାହିଁ ବୋଲି ପ୍ରକାଶ କରିଛନ୍ତି ରାଇରଙ୍ଗପୁର ବିଜେଡ଼ିର ବରିଷ୍ଠ ନେତା ଓ କର୍ମୀ।

ତେଣୁ ଏହି ଘଟଣାକୁ ନେଇ ରାଇରଙ୍ଗପୁର ବିଜେଡ଼ି ଏବଂ କୁଡୁମୀ ମାହୋଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତକାଲି (ଗୁରୁବାର) ରାଇରଙ୍ଗପୁର ସହରର ବିଜୁ ପଟ୍ଟନାୟକ ଛକ ଠାରେ ମମତା ମହାନ୍ତଙ୍କ ବିରୋଧ ରେ ନାରାବାଜି କରିବା ସହିତ ମମତା ମହାନ୍ତଙ୍କ କୁଶପୁତ୍ତଳିକା ଦାହ କରିଛି ରାଇରଙ୍ଗପୁର ବିଜେଡ଼ି ଓ କୁଡୁମୀ ମହିଳା । କୌଣସି କାରଣ ନ ଥାଇ ବିଜେଡ଼ି ରୁ ଇସ୍ତଫା ଦେବା ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜେଡି । ବିଜେଡି ସରକାର କୁଡୁମୀ ସମାଜକୁ ସମ୍ମାନ ଦେଇ ଓଡ଼ିଶାରେ କୁଡୁମୀକୁ ବିଧାନସଭା ଓ ରାଜ୍ୟସଭା ପଠାଇବା ସହ କୁଡୁମୀ ସମାଜ ପାଇଁ କୁଡୁମୀ ଭବନ ପ୍ରତିଷ୍ଠା ପାଇଁ ଜମି ଓ ପାଣ୍ଠି ପ୍ରଦାନ କରିଥିଲେ । ନିଜ ସ୍ବାର୍ଥ ପାଇଁ ସାଢେ଼ ଚାରି ବର୍ଷ ପର୍ଯ୍ୟନ୍ତ ବିଜେଡ଼ି ଦଳରେ ରହି କୁଡୁମୀ ସମାଜ ପାଇଁ ବିଜେଡ଼ି କିଛି କରି ନ ଥିବା କହି ରାଜ୍ୟସଭା ସାଂସଦ ମମତା ମହାନ୍ତ ଦଳରୁ ଇସ୍ତଫା ଦେଇଛନ୍ତି । ଯେଉଁ କଥାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି କୁଡୁମୀ ସମାଜର ମହିଳା । ସେ ନେଇ ଆଜି ମମତାଙ୍କୁ ତୀବ୍ର ବିରୋଧ କରିବା ସହ ମମତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏଥି ସହିତ ମମତା ମହାନ୍ତ ମୟୂରଭଞ୍ଜ ଆସିଲେ ତାଙ୍କୁ ଉଚିତ ଜବାବ ଦିଆଯିବ ବୋଲି କହିଛି ଦଳ।

ଇଟିଭି ଭାରତ, ଭୁବନେଶ୍ବର/ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.