ETV Bharat / state

ସମ୍ବଲପୁର ଆଇଆଇଏମରେ ନବମ ପାନ ୱାର୍ଲଡ ଆଇଆଇଏମ କନଫରେନ୍ସ, ଯୋଗ ଦେଲେ 21 ପ୍ରତିନିଧି

author img

By ETV Bharat Odisha Team

Published : Jan 24, 2024, 7:55 AM IST

9th PAN IIM World Management Conference: ସମ୍ବଲପୁର ଆଇଆଇଏମରେ ଆୟୋଜିତ ହୋଇଛି ନବମ ପାନ୍ ୱାର୍ଲଡ୍ ଆଇ ଆଇ ଏମ୍ କନଫରେନ୍ସ । ଯୋଗଦେଇଛନ୍ତି ଦେଶର 21ଗୋଟି ଆଇଆଇଏମର ପ୍ରତିନିଧି । ଅଧିକ ପଢନ୍ତୁ

ସମ୍ବଲପୁର ଆଇଆଇଏମରେ ନବମ ପାନ ୱାର୍ଲଡ ଆଇଆଇଏମ କନଫରେନ୍ସ ଆୟୋଜିତ

ସମ୍ବଲପୁର: ସମ୍ବଲପୁର ଆଇଆଇଏମରେ ଆୟୋଜିତ ହୋଇଛି ନବମ ପାନ୍ ୱାର୍ଲ୍ଡ ଆଇଆଇଏମ କନଫରେନ୍ସ । ଦେଶରେ ଥିବା ମୋଟ 21ଗୋଟି ଆଇଆଇଏମର ପ୍ରତିନିଧିମାନଙ୍କୁ ନେଇ ବର୍ଷକରେ ଥରେ ଏହା ଅନୁଷ୍ଠିତ ହେଉଥିବା ବେଳେ ଏଥର ସମ୍ବଲପୁର ଆଇଆଇଏମରେ ଏହା ଅନୁଷ୍ଠିତ ହୋଇଛି l ମୁଖ୍ୟତଃ ଦେଶର ପୁରୁଣା ଆଇଆଇଏମ ମାନେ ଏହାକୁ ଆୟୋଜନ କରୁଥିବା ବେଳେ ପ୍ରଥମ କରି ସମ୍ବଲପୁର ପରି ନୂଆ ଆଇଆଇଏମରେ ଏହା ହେଉଛି ।

ଗତ ଜାନୁଆରୀ 21 ତାରିଖରୁ ଏହା ଆରମ୍ଭ ହୋଇଥିବା ବେଳେ 24ରେ ସମାପନ ହେବ । ଏହି କାର୍ଯ୍ୟକ୍ରମକୁ ଗତ 21ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଥିଲେ । ଏଥିରେ ଦେଶର 21 ଗୋଟି ଆଇଆଇଏମର ନିର୍ଦେଶକ,ରିସର୍ଚ୍ଚ ସ୍କଲାର, ଅଧ୍ୟାପକ, ବୁଦ୍ଧିଜୀବୀଙ୍କ ପ୍ରତିନିଧି ଦଳ ସାମିଲ ହୋଇଛନ୍ତି । ପ୍ରାୟ 1 ହଜାର ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଏଠାରେ 4 ଦିନ ଧରି ବର୍ତ୍ତମାନ ବିଶ୍ବର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ । ମୁଖ୍ୟତଃ ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ବ୍ୟବସାୟ, ଡିଜିଟାଲ ଗଭରନେନ୍ସ ଆଦି ପ୍ରସଙ୍ଗ ଓ ଏହାର ଆହ୍ବାନ ଉପରେ ଏଠାରେ ଆଲୋଚନା ହେବ ।

ଏହା ମଧ୍ୟ ପଢନ୍ତୁ ....ସାଧାରଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥରେ ଗଡିବ ଓଡିଶାର ପ୍ରଜ୍ଞାପନ ମେଢ

ବର୍ତ୍ତମାନ ବିଶ୍ବରେ ଏଣ୍ଟରପ୍ରିନର ଇନୋଭେସନ (Entrepreneur Innovation)ରେ ଭାରତ ତୃତୀୟ ସ୍ଥାନରେ ଥିବା ବେଳେ ଡିଜିଟାଲ ଗଭର୍ଣ୍ଣାନ୍ସ (Digital Governance)ରେ ପ୍ରଥମ ସ୍ଥାନରେ ରହିଛି । ଦେଶର ଦକ୍ଷ ନେତୃତ୍ବ ର ସଠିକ ନୀତି ଯୋଗୁଁ ଆଜି ଛୋଟରୁ ଛୋଟ ବ୍ୟବସାୟୀ ଅନଲାଇନରେ ପେମେଣ୍ଟ କରୁଛି ଓ ଏହା ଦ୍ବାରା ପାରଦର୍ଶିତା ଆସିଛି । ତେଣୁ ଏହି ସବୁ କ୍ଷେତ୍ରରେ ଦେଶର ସମସ୍ତ ଆଇଆଇଏମର ପ୍ରତିନିଧି ଦଳ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରି ଆଗାମୀ ଦିନ ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ କରୁଛନ୍ତି ବୋଲି ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ ମହାଦେବ ପ୍ରସାଦ ଜୟଶ୍ବାଲ କହିଛନ୍ତି ।

ସମ୍ବଲପୁର ଆଇଆଇଏମର ଥିମ ଏଣ୍ଟରପ୍ରିନର ଇନୋଭେସନ ଓ ଡିଜିଟାଲ ଗ୍ରୋଥ ହୋଇଥିବା ସହ ଏଠାରେ ବିଶ୍ବ ସ୍ତରର ଭିତ୍ତିଭୂମି ଓ ଡିଜିଟାଲ କ୍ଲାସ ରୁମ ଥିବା ଯୋଗୁଁ ସମ୍ବଲପୁର ଆଇଆଇଏମରେ ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ହେଉଛି ବୋଲି ନିର୍ଦ୍ଦେଶକ ମହାଦେବ ପ୍ରସାଦ ଜୟଶ୍ବାଲ କହିଛନ୍ତି । ତେଣୁ ଏହି କାର୍ଯ୍ୟକ୍ରମ ରେ ଡିଜିଟାଲ ଗଭର୍ଣ୍ଣାନ୍ସର ଆଗାମୀ ଦିନର ଆହ୍ବାନ ଉପରେ ଆଲୋଚନା ହେଉଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.