ETV Bharat / state

ବୌଦ୍ଧରେ ଉତ୍କଳ ଦିବସ ଓ ଓଡିଶା ପୋଲିସର ପ୍ରତିଷ୍ଠା ଦିବସ ଧୁମଧାମରେ ପାଳିତ - UTKAL DIVAS 2024

author img

By ETV Bharat Odisha Team

Published : Apr 1, 2024, 9:58 PM IST

89th Utkal Divas And Odisha Police Formation Day : ଆଜି ବୌଦ୍ଧରେ ଉତ୍କଳ ଦିବସ ବେଶ ହର୍ଷୋଲ୍ଲାସରେ ପାଳିତ ହୋଇଯାିଛି । ଏଥିସହ ଓଡିଶା ପୋଲିସ ପ୍ରତିଷ୍ଠା ଦିବସକୁ ପାଳନ କରିଛି ଜିଲ୍ଲା ପୋଲିସ । ଅଧିକ ପଢନ୍ତୁ

ବୌଦ୍ଧରେ ଉତ୍କଳ ଦିବସ ଓ ଓଡିଶା ପୋଲିସର ପ୍ରତିଷ୍ଠା ଦିବସ ଧୁମଧାମରେ ପାଳିତ

ବୌଦ୍ଧ: ଆଜି ସାରା ରାଜ୍ୟରେ ବେଶ ହର୍ଷୋଲ୍ଲାସରେ ପାଳନ ହେଉଛି ଉତ୍କଳ ଦିବସ । ଏହି କ୍ରମରେ ଆଜି ବୌଦ୍ଧ ଜିଲ୍ଲାରେ ସରକାରୀ ଓ ବେସରକାରୀ ସ୍ତରରେ ଆଜିର ଏହି ଓଡିଆ ଅସ୍ମିତାର ପ୍ରତୀକ ଦିବସକୁ ପାଳନ କରାଯାଇଛି । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଆଜି ପୁରିଛି ୮୮ ବର୍ଷ । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଆଜି ଉତ୍କଳର ସେହି ବରପୁତ୍ର ମାନଙ୍କୁ ସ୍ମରଣ କରାଯାଇଛି । ସେହିପରି ଆଜି ଓଡିଶା ପୋଲିସର ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି ।

ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଓଡ଼ିଶାର ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଟାଉନ ହଲ ଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସେହିପରି ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ଆଜି ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ବଲାସିଙ୍ଘା ପୋଲିସ ପଡ଼ିଆ ଠାରେ ପାଳନ କରାଯାଇଥିଲା । ଆଜିର ଦିନରେ ୧୯୩୬ ମସିହାରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମୟରେ ଆଇନ ଶୃଙ୍ଖଳାରେ ଜନସାଧାରଣଙ୍କୁ ସହଯୋଗ କରିବାକୁ ଗଠିତ ହୋଇଥିଲା ପୋଲିସ ବିଭାଗ । ସେହି ଦିନଠାରୁ ଜନସାଧାରଣଙ୍କ ସେବାରେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରି ଆସୁଛି ପୋଲିସ ବିଭାଗ । ଜନସାଧାରଣଙ୍କ ସେବା ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ପ୍ରତିଷ୍ଠା ହୋଇଥିଲା । ସେବା ଯୋଗାଇବା ସହିତ ସମାଜରେ ନିରପେକ୍ଷତା ଏବଂ ସୁରକ୍ଷା ପ୍ରଦାନରେ ପୋଲିସ ବାହିନୀ ଗୁରୁଦାୟିତ୍ବ ତୁଲାଉଛି ।

ଏହା ମଧ୍ୟ ପଢନ୍ତୁ... ଖୋର୍ଦ୍ଧାରେ ୮୯ତମ ପ୍ରତିଷ୍ଠା ଦିବସ ପାଳନ କଲା ଓଡିଶା ପୋଲିସ - ODISHA POLICE

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ବ ପାଇଁ ଜିଲ୍ଲା ପୋଲିସର କର୍ମଚାରୀ ଓ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା । ସେପଟେ ବୌଦ୍ଧ ଜିଲ୍ଲାର ବିଳାସପୁର, ମନମୁଣ୍ଡା, ବାଉଶୁଣୀ ଭଳି କେତେକ ସ୍ଥାନରେ ଉତ୍କଳ ଦିବସକୁ କୋଶଳ କ୍ରାନ୍ତି ଦଳର କର୍ମକର୍ତ୍ତା ବିରୋଧ କରିବା ସହିତ ଆଜିର ଦିନକୁ କଳା ଦିବସ ଭାବରେ ପାଳନ କରିଥିଲେ । ପ୍ରକାଶଯୋଗ୍ୟ ଯେ ଆଜିର ଦିନରେ ୧୯୩୬ ମସିହାରେ ଓଡ଼ିଶା ପ୍ରଥମ ଭାଷା ଭିତ୍ତିରେ ରାଜ୍ୟ ଗଠନ ହୋଇଥିଲା । ପୂର୍ବରୁ ଓଡ଼ିଶାର ତିନୋଟି ଜିଲ୍ଲା ସହିତ କୋରାପୁଟ, ସମ୍ବଲପୁର, ଗଞ୍ଜାମ ଜିଲ୍ଲା ସହିତ ଛ ଗୋଟି ଜିଲ୍ଲା ଓ ୧୯୫୦ ମସିହାରେ ତେର ଜିଲ୍ଲାକୁ ପରିବର୍ଦ୍ଧିତ ହୋଇଥିଲା । ୧୯୦୩ ମସିହାରେ ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କ ଉଦ୍ୟମରେ ପ୍ରତିଷ୍ଠା କରାଯାଇଥିବା ଉତ୍କଳ ସମ୍ମିଳନୀର ଅନ୍ୟାନ୍ୟ ମହାପୁରୁଷଙ୍କ ସହଯୋଗରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମ୍ଭବପର ହୋଇଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.