ETV Bharat / state

ଜମି ବାଡ଼ି ବିବାଦରୁ ଜଣଙ୍କୁ ହତ୍ୟା ଅଭିଯୋଗ - murder for land dispute

MURDER FOR LAND DISPUTE:ଜାଗାବାଡ଼ି ବିବାଦକୁ କେନ୍ଦ୍ର କରି କେନ୍ଦ୍ରାପଡ଼ା ସାହସପୁର ଗ୍ରାମରେ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତସଙ୍ଘର୍ଷ, ଜଣେ ମୃତ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jun 30, 2024, 11:09 PM IST

65 YEAR OLD WOMAN WAS KILLED DUE TO A DISPUTE OVER LAND IN KENDRAPARA
65 YEAR OLD WOMAN WAS KILLED DUE TO A DISPUTE OVER LAND IN KENDRAPARA (ETV Bharat Odisha)

କେନ୍ଦ୍ରାପଡ଼ା: କନିକା ପରେ କେନ୍ଦ୍ରାପଡାରେ ଜାଗାବାଡି ବିବାଦକୁ ନେଇ ପୁଣି ଜଣଙ୍କୁ ହତ୍ୟା ଅଭିଯୋଗ । ଜାଗାବାଡ଼ିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ରକ୍ତସଙ୍ଘର୍ଷ । ମାରପିଟ ଗଣ୍ଡଗୋଳରେ ଚାଲିଗଲା ଜଣେ 65 ବର୍ଷୀୟ ବୃଦ୍ଧାଙ୍କ ଜୀବନ । ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ସାହସପୁର ଗ୍ରାମରେ । ତେବେ ମୃତକ ଜଣକ ହେଲେ ହେମଲତା ସେଠୀ

ଦୀର୍ଘ ବର୍ଷ ହେବ ହେମଲତାଙ୍କ ପରିବାର ସହ ଉକ୍ତ ଗ୍ରାମର ମହାପାତ୍ର ସାହିର 3 ଭାଇ ଅଭିରାମ ମହାପାତ୍ର, ଅର୍ଜୁନା ମହାପାତ୍ର ଏବଂ ସୁନାକର ମହାପାତ୍ରଙ୍କର ସମସ୍ୟା ଲାଗିରହିଥିଲା । ହେମଲତାଙ୍କ ନିର୍ମାଣଧୀନ ଗୃହ ସମ୍ମୁଖରେ ଥିବା ସରକାରୀ ଜାଗାକୁ ନେଇ ମହାପାତ୍ର ପରିବାରର ବଚସା ଦୀର୍ଘଦିନ ହେବ ଲାଗିରହିଥିଲା । ଦୁଇ ଦିନ ତଳେ ହେମଲତା ନିଜ ଘରୁ ବାହାରିବାକୁ ନେଇ ସରକାରୀ ଜାଗାରେ ମାଟି ପକେଇବାରୁ ମହାପାତ୍ର ପରିବାର ଧମକଚକମ ଦେବ ସହ ପାଟିତୁଣ୍ଡ କରିଥିଲେ । ତେବେ ଆଜି ସନ୍ଧ୍ୟାରେ ହଠାତ ମହାପାତ୍ର ପରିବାରର 3 ଭାଇ, ତାଙ୍କ ପିଲାମାନେ ଏବଂ ସମ୍ପର୍କୀୟ କିଛି ଯୁବକ ହଠାତ୍ ହେମଲତାଙ୍କ ପରିବାର ଉପରେ ପଥର ମାଡ଼ କରିବା ସହ ଲୁହା ପାଇପରେ ଆକ୍ରମଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ....ଅଟୋ-ବାଇକ ମଧ୍ୟରେ ଧକ୍କା: ଚାଲିଗଲା 2 ଜୀବନ, 13 ଆହତ - RAYAGADA ROAD ACCIDENT

ତେବେ ଘଟଣା ସ୍ଥଳରେ ହେମଲତା ମୁଣ୍ଡରେ ପଥର ବାଜିବା ସହ ଦୁଇ ଯୁବକ ତାଙ୍କୁ ପାଇପ ଯୋଗେ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି ହେମଲତାଙ୍କ ପରିବାର ବର୍ଗ । ଏହା ପରେ ହେମଲତା ଚେତା ହରେଇ ପଡିଯିବାର ପରେ ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ପଳେଇ ଯାଇଥିଲେ । ପରେ ଗ୍ରାମବାସୀ ହେମାଲତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହେବାରୁ, କେନ୍ଦ୍ରାପଡା ଉପଆରକ୍ଷୀ ଅଧିକ୍ଷକଙ୍କ ସମେତ ସଦର ଥାନା ଏବଂ ଟାଉନ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମାରପିଟ କରିଥିବା ମହାପାତ୍ର ପରିବାରର ଅଭିରାମ ମହାପାତ୍ର ଏବଂ ଅର୍ଜୁନା ମହାପାତ୍ରଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.