ETV Bharat / state

ଦକ୍ଷିଣରୁ ପ୍ରଚାର ଆରମ୍ଭ କଲେ ପାଣ୍ଡିଆନ, ଗୁଣପୁରରେ ବିରୋଧୀଙ୍କୁ ଟାର୍ଗେଟ୍ - PANDIAN VISITS bissam cuttack - PANDIAN VISITS BISSAM CUTTACK

PANDIAN VISITS BISSAM CUTTACK:ରାୟଗଡା ଦିନିକିଆ ଗସ୍ତରେ ଆସିଥିଲେ ବିଜେଡିର ଷ୍ଟାର ପ୍ରଚାରକ ଭି.କେ.ପାଣ୍ଡିଆନ । ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଯୋଡ଼ି ଶଙ୍ଖ ଭୋଟ୍ । ଅଧିକ ପଢନ୍ତୁ

ଦକ୍ଷିଣରୁ ପ୍ରାଚାର ଆରମ୍ଭ କଲେ ପାଣ୍ଡିଆନ, ଗୁଣପୁରରେ ବିରୋଧୀଙ୍କୁ ଟାର୍ଗେଟ୍

author img

By ETV Bharat Odisha Team

Published : Apr 25, 2024, 11:03 PM IST

ଦକ୍ଷିଣରୁ ପ୍ରାଚାର ଆରମ୍ଭ କଲେ ପାଣ୍ଡିଆନ, ଗୁଣପୁରରେ ବିରୋଧୀଙ୍କୁ ଟାର୍ଗେଟ୍

ରାୟଗଡା: ଆଜି ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ ଭାବେ ଭି.କେ.ପାଣ୍ଡିଆନ ବିଷମକଟକ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଆରମ୍ଭ କରିଛନ୍ତି । ଆୟୋଜିତ ଏକ ସଧାରଣସଭାରେ ଯୋଗ ଦେଇଛନ୍ତି ଲୋକସଭା ପ୍ରାର୍ଥୀ କୌଶଲ୍ୟା ହିକକା,ଏବଂ ବିଧାନସଭା ପ୍ରାର୍ଥୀ ଜଗନ୍ନାଥ ସାରକାଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଆଜି ଅପରାହ୍ନ ସାଢେ ତିନିଟାରେ ଲକ୍ଷ୍ମୀପୁର କାର୍ଯ୍ୟକ୍ରମ ସାରି ପାଣ୍ଡିଆନ ବିଷମକଟକ ମିନି ଷ୍ଟାଡିୟମର ଅସ୍ଥାୟୀ ହେଲିପେଡରେ ଓହ୍ଲାଇଥିଲେ । ସେଠାରେ ଆୟୋଜିତ ନିର୍ବାଚନୀ ସଭାରେ ଉପସ୍ଥିତ ହଜାର ହଜାର କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ ବାର୍ତ୍ତାକୁ ଲୋକଙ୍କ ପାଖେ ପହଞ୍ଚାଇଥିଲେ ।

ଏହି ଅବସରରେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ସାରକା,ଲୋକସଭା ପ୍ରାର୍ଥୀ କୌଶଲ୍ୟା ହିକକାଙ୍କ ସମେତ ପାଣ୍ଡିଆନ ମଞ୍ଚାସୀନ ହୋଇଥିଲେ । ପାଣ୍ଡିଆନ ନିଜ ବକ୍ତବ୍ୟରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥାରେ ନୁହେଁ କାମରେ ବିଶ୍ୱାସ ରଖନ୍ତି । ଗତ ୪ମାସ ତଳେ ଆପଣମାନଙ୍କ ସମସ୍ୟ ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ମୋତେ ବିଷମ କଟକ ପଠାଇଥିଲେ । ଆପଣମାନଙ୍କ ଠାରୁ ପାଇଥିବା ପ୍ରସ୍ତାବ ଗୁଡିକୁ ସଫଳ ରୂପାୟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁଦାନ ପାଣ୍ଠି ପ୍ରଦାନ କରିଥିଲେ । ସେଗୁଡ଼ିକର ସମୀକ୍ଷା ପାଇଁ ଆସିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଷମ କଟକ ଏବଂ ମୁନିଗୁଡାକୁ ଏନ.ଏ.ସି. ମାନ୍ୟତା ଦାବି ହୋଇ ଆସୁଥିବାବେଳେ ବର୍ତ୍ତମାନ ଏହି ଦୁଇ ବ୍ଲକକୁ ଏନ୍‌.ଏ.ସି. ଘୋଷଣା କରାଯାଇଛି । କଲ୍ୟାଣ ସିଙ୍ଗପୁର ମେଡିକାଲକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟପ୍ରଦାନ ପାଇଁ ଅନୁରୋଧ ହୋଇଥିଲା । ତାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପ୍ରଦାନ କରିଛନ୍ତି । ସେହିପରି ମୁନିଗୁଡା ବ୍ଲକରେ ଜେ.ଏମ୍‌.ଏଫ.ସି. କୋର୍ଟ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇଛି । ଏହାସହ ଚାଟିକୋଣା ଶିବ ମନ୍ଦିରର ଉର୍ନ୍ନତି କରଣ ପାଇଁ ୨ କୋଟି ୫୬ ଲକ୍ଷ ଅନୁଦାନ ରାଶି ପ୍ରଦାନ କରାଯାଇଛି ।

ମିଶନ ଶକ୍ତି ମହିଳାମାନଙ୍କୁ ଅର୍ଥୀକ ସ୍ଥିତି ସୁଦୃଢ କରିବା ପାଇଁ ନବୀନ ପଟ୍ଟନାୟକ ବିଭିନ୍ନ ଯୋଜନା କରିଆସୁଥିବା ବେଳେ ଚଳିତ ନିର୍ବାଚନରେ ମାଆ ମାନେ ଏକ ହୋଇ ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ଜିତାଇ ଆଣିବା ପାଇଁ ଅନୁରୋଧ କରିଥିଲେ । ଶେଷରେ ବିଧାୟକ ପ୍ରାର୍ଥୀ ଏବଂ ଲୋକସଭା ପ୍ରାଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କରିଥିଲେ । ଏହାପରେ ପାଣ୍ଡିଆନ ଗୁଣପୁର ଅଭିମୁଖ ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ .....ଦେବଗଡ଼ର ସର୍ବାଙ୍ଗୀନ ବିକାଶ ପାଇଁ ବିଜେଡି ପ୍ରତିଶ୍ରୁତିବଦ୍ଧ: ପ୍ରଣବ ପ୍ରକାଶ - Lok Sabha Election 2024

ଗୁଣୁପୁର ବଂସଧାର ବସନ୍ତ ମହୋତ୍ସବ ପଡିଆ ଠାରେ ଆୟୋଜିତ ସାଧାରଣ ସଭାରେ ନିର୍ବାଚନୀ ପ୍ରଚାର କରିବା ସହ ବିରୋଧୀଙ୍କୁ ସିଧା ଟାର୍ଗେଟ କରିଥିଲେ ପାଣ୍ଡିଆନ । ସେ କହିଥିଲେ ଯେ, ସରକାରଙ୍କ ସଫଳତା ଦେଖୀ ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଧୁଛନ୍ତି । କୋରାପୁଟ ସାଂସଦୀୟ ଅଞ୍ଚଳର ଟିକେ ଉନ୍ନତି ପାଇଁ ଗୋଟେ ଇଟା ବି କୋଉଠି ପକାଇ ନାହାନ୍ତି । ଗୁଣୁପୁର ହୋଇଥିବା ଜନ ସମାବେଶ ବିରୋଧୀଙ୍କ ନିଦ ଭାଙ୍ଗି ଯିବା । ନବୀନ ସରକାର ବହୁତ ଜନ ଯୋଜନା ପ୍ରଣୟନ କରିଛନ୍ତି । ତେଣୁ ଚଳିତ ନିର୍ବାଚନରେ ମଧ୍ୟ ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରିବା ଯୋଡି ଶଙ୍ଖରେ ଭୋଟ ଦିଆନ୍ତୁ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.