ETV Bharat / state

5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଭଦ୍ରକ ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

author img

By ETV Bharat Odisha Team

Published : Feb 25, 2024, 10:03 AM IST

Updated : Feb 25, 2024, 1:21 PM IST

VK Pandian visit Bhadrak: ଦିନିକିଆ ଭଦ୍ରକ ଜିଲ୍ଲା ଗସ୍ତରେ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଜିଲ୍ଲାର ବିଭିନ୍ନ ବ୍ଳକ ପରିଦର୍ଶନ କରି ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା । ଅଧିକ ପଢନ୍ତୁ

VK Pandian visit Bhadrak
VK Pandian visit Bhadrak

VK Pandian visit Bhadrak

ଭଦ୍ରକ: ଗତକାଲି(ଶନିବାର) ଦିନିକିଆ ଭଦ୍ରକ ଜିଲ୍ଲା ଗସ୍ତ କରିଛନ୍ତି ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଗସ୍ତ ସମୟରେ ୫ଟି ଅଧ୍ୟକ୍ଷ ଜିଲ୍ଲାର ବିଭିନ୍ନ ବ୍ଳକ ପରିଦର୍ଶନ କରି ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଜନସଭାକୁ ଉଦବୋଧନ ଦେଇଥିଲେ । ସେ ପ୍ରଥମେ ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ହର ପାର୍ବତୀ ପଡିଆ ଠାରେ ପହଞ୍ଚିଥିବା ବେଳେ ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଏହାପରେ ଜନସଭାକୁ ଉଦବୋଧନ ଦେଇ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବୈତରଣୀ ବାମ ପାର୍ଶ୍ୱ ଓ କୋଚିଲା ବାମ ଏବଂ ଦକ୍ଷିଣ ପାର୍ଶ୍ୱ ବନ୍ଧର ସଦୃଢ଼ୀକରଣ ସହିତ ବୈତରଣୀ ନଦୀରେ ଏକୀକୃତ ଆନ୍ତଃ ନଦୀ ଜଳ ସଂରକ୍ଷଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ । ଏହାଛଡା ବିରିଡି ରେଳ ଧାରଣା ଠାରୁ ତିନିତର ବୈତରଣୀ ଘାଟ ପର୍ଯ୍ୟନ୍ତ ନଦୀବନ୍ଧର ପକ୍କା ରାସ୍ତା ନିର୍ମାଣ ସହିତ ଅନ୍ୟାନ୍ୟ ପ୍ରକଳ୍ପ ବାବଦରେ ସେ ଜନସମାବେଶକୁ ଉଦବୋଧନ ଦେଇଥିଲେ । ଏହାପରେ ସାଂସଦ, ବିଧାୟକ ଓ ଜିଲ୍ଲା ପ୍ରଶାସନ ସହିତ ୫ଟି ଅଧ୍ୟକ୍ଷ ନଦୀବନ୍ଧରେ ଯାତ୍ରା କରିବା ସହିତ ବାଲିପୋଖରୀ, କଣ୍ଟି ଏସ୍କେପକୁ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦାର, ଏସପି ବରୁଣ ଗୁଣ୍ଠୁପାଲ୍ଲୀ, ଏସଡିପିଓ ତ୍ରିଲୋଚନ ସେଠୀଙ୍କ ସମେତ ତହସିଲଦାର, ବିଡ଼ିଓ ଓ ଜଳସମ୍ପଦ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ- ୫ଟି ଅଧ୍ୟକ୍ଷଙ୍କ ଉପରକୁ ଟମାଟୋ ମାଡ, ଅଭିଯୁକ୍ତକୁ ଛେଚିଲେ ବିଜେଡି କର୍ମୀ

ଆଖୁଆପଦାଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେବା ପରେ ସେଠାରୁ ସଡ଼କ ପଥରେ ଧାମନଗର ବ୍ଲକ ପାଳସାହି ଯାଇଥିଲେ ୫-ଟି ଅଧ୍ୟକ୍ଷ । ସେ ବୈତରଣୀ ବାମପାର୍ଶ୍ଵ ନଦୀ ବନ୍ଧ,ରାସ୍ତା, ମଲ୍ଲୀମାହାର ଏବଂ ଗୌରାଙ୍ଗପୁର ଏସକେଫ ଏବଂ କୋଚିଳା ବ୍ୟାରେଜ ଅନୁଧ୍ୟାନ କରି ଅପରାହ୍ନରେ ଧାମନଗର ବ୍ଲକ ପାଳ ସାହିରେ ପହଞ୍ଚିଥିଲେ । ସେଠାରେ ଆଇଜିଏମ କଲେଜ ପଡିଆରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ ୫-ଟି ଅଧ୍ୟକ୍ଷ । ଧାମନଗରର ସଡ଼କ ପଥରେ ଯାତ୍ରା ବେଳେ ପାଣ୍ଡିଆନ ନିଜେ ବାଇକ ଚଲାଇ ଦୁର୍ବଳ ବନ୍ଧ ବାଡ଼ ଏବଂ ଘାଇ ପରିଦର୍ଶନ କରିଥିଲେ ।

ଇଟିଭି ଭାରତ, ଭଦ୍ରକ

Last Updated : Feb 25, 2024, 1:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.