ETV Bharat / state

350 ବର୍ଷର ପରମ୍ପରା ବଞ୍ଚାଇ ରଖିଛି ବ୍ରହ୍ମପୁର, ଆଧୁନିକତା ଛାପରେ ମଳିନ ପଡିନି କଣ୍ଢେଇ ଯାତ୍ରା - BERHAMPUR KANDHEI YATRA

author img

By ETV Bharat Odisha Team

Published : Jul 22, 2024, 10:14 PM IST

BERHAMPUR KANDHEI YATRA: ରେଶମ ସହରରେ ବଞ୍ଚିଛି ରହିଛି ପ୍ରାୟ ୩୫୦ ବର୍ଷର କଣ୍ଢେଇ ଯାତ୍ରାର ପରମ୍ପରା । ଲୋକଙ୍କ ମନ ମୋହୁଛି ଭଳିକି ଭଳି ହାତ ତିଆରି କଣ୍ଢେଇ । ଅଧିକ ପଢନ୍ତୁ

KANDHEI YATRA IN BERHAMPUR
KANDHEI YATRA IN BERHAMPUR (ETV Bharat Odisha)

ବ୍ରହ୍ମପୁର: ହଜି ଯାଉଥିବା ପରମ୍ପରାକୁ ଉଜ୍ଜୀବିତ କରି ଆସୁଥିବା ରେଶମ ସହର ବ୍ରହ୍ମପୁରରେ ଏବେ ବି ବଞ୍ଚିରହିଛି କଣ୍ଢେଇ ଯାତ୍ରାର ପରମ୍ପରା । ପ୍ରାୟ ତିନିଶହ ବର୍ଷର ପୁରାତନ ଏହି ପରମ୍ପରା ଆଷାଢ଼ ମାସର ପୂର୍ଣ୍ଣିମା ତିଥିରେ ସହରରେ ଖସ୍ସା ସାହିରେ ଐତିହାସିକ କଣ୍ଢେଇ ଯାତ୍ରାରେ ଦେଖିବାକୁ ମିଳିଥାଏ ମାଟି କଣ୍ଢେଇ, ଗୋବର କଣ୍ଢେଇ, ଚିନି କଣ୍ଢେଇ ପରି ଭଳିକି ଭଳି କଣ୍ଢେଇର ଚାହିଦା । ଆଧୁନିକତାର ଛାପ ମଧ୍ୟରେ ପାରମ୍ପରିକ କଣ୍ଢେଇ ସହ ପ୍ଳାଷ୍ଟିକ ଓ ରବର କଣ୍ଢେଇ ବିକ୍ରି ବୃଦ୍ଧି ପାଇଥିଲେ ମଧ୍ୟ ଏବେ ବି ସମସ୍ତେ ସେହି ସ୍ମୃତିକୁ ମନେ ପକାଉଛନ୍ତି ।

ପ୍ରାୟ ତିନିଶହ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବ୍ରହ୍ମପୁର ସହରର ଖସ୍ପା ସାହିରେ ଆୟୋଜିତ ହୋଇଆସୁଅଛି କଣ୍ଢେଇ ଯାତ୍ରା । ଆଷାଢ଼ ମାସ ପୂର୍ଣ୍ଣିମା ତିଥିରେ ଆୟୋଜିତ ହେଉଥିବା ଏହି ଯାତ୍ରାରେ ରାତ୍ର ସାରା ସହର ସମେତ ଆଖପାଖ ଅଞ୍ଚଳର ଜନସାଧାରଣ ଭିଡ ଜମାଇଥାନ୍ତି । ଆଧୁନିକତାର ଛାପ ମଧ୍ୟରେ ଏବେବି ହଜି ଯାଉଥିବା ପରମ୍ପରାକୁ ନେଇ ଉଜ୍ଜୀବିତ କରି ଆସୁଛି ଏହି ଯାତ୍ରା । ଯାତ୍ରାରେ ପାରମ୍ପରିକ କଣ୍ଢେଇ ସହ ପ୍ଳାଷ୍ଟିକ ଓ ରବର କଣ୍ଢେଇ ବିକ୍ରି ବୃଦ୍ଧି ପାଇଥିଲେ ମଧ୍ୟ ଏବେ ବି ଯାତ୍ରାରେ ମାଟିରେ ନିର୍ମିତ ହାତୀ, ଘୋଡ଼ା, ମୟୂର, ହରିଣ ଠାରୁ ଆରମ୍ଭ କରି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଭଳି ଅନେକ ଛୋଟ ଛୋଟ ମୂର୍ତ୍ତିର ପସରା ଦେଖିବାକୁ ମିଳେ । ସେହିଭଳି ଗୋବର କଣ୍ଢେଇ, ଚିନିର ପ୍ରସ୍ତୁତ କଣ୍ଢେଇ ପରି ଭଳିକି ଭଳି କଣ୍ଢେଇର ବିକ୍ରିବଟା ବେଶ୍ ଜମିଥାଏ । ଆଧୁନିକତାର ଛାପରେ ଦିନକୁ ଦିନ ପାରମ୍ପରିକ କଣ୍ଢେଇ ବିକ୍ରୀବଟା ସେତେଟା ଦେଖିବାକୁ ମିଳୁନଥିଲେ ମଧ୍ୟ ଇତିମଧ୍ୟରେ ଏହି ଯାତ୍ରା ସୃଷ୍ଟି କରିପାରିଛି ତାର ଏକ ସ୍ଵତନ୍ତ୍ର ପରିଚୟ ।

ସେପଟେ ବର୍ଷ ବର୍ଷ ଧରି ବ୍ରହ୍ମପୁର ସହରର କଳା ସଂସ୍କୃତି ମଧ୍ୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ଏହି ପ୍ରସିଦ୍ଧ କଣ୍ଢେଇ ଯାତ୍ରାର ରହିଥାଏ ଭିନ୍ନ ଆକର୍ଷଣ । ଯାତ୍ରାକୁ ଦେଖିବାକୁ ସତେ ଯେପରି ସମସ୍ତେ ଅପେକ୍ଷା କରି ରହିଥାନ୍ତି । ଆଜି ବି ସେହି ପୁରୁଣା ଦିନର ସ୍ମୃତି ସହ କିଭଳି ଯାତ୍ରାରେ କଣ୍ଢେଇ ଗୁଡିକ ଚିନି ସିରାରେ ପ୍ରସ୍ତୁତ କରାଯାଇ ବିକ୍ରୟ କରାଯାଉଥିଲା ଏବଂ ମୁଖ୍ୟତଃ ବିବାହିତ ଝିଅ ମାନେ ଏହି କଣ୍ଢେଇ ଯାତ୍ରାରେ ବିକ୍ରୀ ହେଉଥିବା କଣ୍ଢେଇକୁ କ୍ରୟ କରି ଶାଶୁଘରକୁ ନେଇ ଯାଉଥିଲେ ତାହାକୁ ମନେ ପକାଇଛନ୍ତି ସହର ବାସିନ୍ଦା ।

ଗୋଟିଏ ପଟେ ଆଧୁନିକତାର ଛାପରେ ଧିରେ ଧିରେ ପାରମ୍ପରିକ କଣ୍ଢେଇର ସ୍ଥାନ ନେବାକୁ ବସିଛି ପ୍ଲାଷ୍ଟିକ, ଉଲ୍ ଓ ସିନ୍ଥେଟିକରେ ନିର୍ମିତ କଣ୍ଢେଇ । ଯାହା ବର୍ତ୍ତମାନ ସମସ୍ତଙ୍କ ଆଦର ସାଜିଛି । ହେଲେ ବର୍ତ୍ତମାନ ପରମ୍ପରା ବଜାୟ ରଖିବା ପାଇଁ ହାତ ଗଣତି କେତେକ ବ୍ୟବସାୟୀ ଏବେ ମଧ୍ୟ ସେହି ମାଟି କଣ୍ଢେଇ, ଗୋବର କଣ୍ଢେଇ ଆଦି ପ୍ରସ୍ତୁତ କରି ବିକ୍ରି କରୁଥିବା କହିଛନ୍ତି । କୁହାଯାଏ ପ୍ରାୟ ୩୫୦ ବର୍ଷର ପୁରାତନ ପରମ୍ପରା ଓ ସଂସ୍କୃତିକୁ ବହନ କରୁଥିବା ଏହି ଯାତ୍ରା ପ୍ରଥମେ ମହୁରି ରାଜବଂଶ ଅମଳରୁ ଆରମ୍ଭ ହୋଇଥିଲା । ସେପଟେ ବର୍ଷ ବର୍ଷର ପୁରାତନ ସଂସ୍କୃତି ଓ ଐତିହ୍ୟକୁ ନେଇ ଆୟୋଜିତ ହୋଇଆସୁଥିବା ଏହିଯାତ୍ରାକୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦେଲେ ଏହି ଯାତ୍ରା ଆହୁରୀ ବ୍ୟାପକ ହୋଇପାରିବ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ.....'ବୋଲ୍ ବମ୍-ହର୍ ହର୍ ବମ୍' ନାରାରେ କମ୍ପିଲା ଶୈବପୀଠ - SAWAN MONTH 2024

ଇତିହାସ ପୃଷ୍ଠାରୁ ଅନୁଧ୍ୟାନ କଲେ ମହୁରୀ ଗଡ଼ର ପେଣ୍ଠସ୍ଥଳୀ ରହିଥିବା ବର୍ତ୍ତମାନର ସହରର ଖାସ୍ପା ସାହି ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକେ ଏହି ଯାତ୍ରା ଦେଖିବା ସହ ପିଲାଙ୍କ ନିମନ୍ତେ ହାତ ତିଆରି କଣ୍ଢେଇ କିଣିବା ପାଇଁ ଭିଡ଼ ଜମାଉଥିଲେ । ଆଉ ଏହି ଯାତ୍ରାରେ ବ୍ୟବସାୟୀମାନେ ବିଭିନ୍ନ ରକମର ହାତ ତିଆରି କଣ୍ଢେଇ ବିକ୍ରିବଟା କରି ବେଶ୍ ଦୁଇ ପଇସା ରୋଜଗାର ମଧ୍ୟ କରୁଥିଲେ । ଯେଉଁଥିପାଇଁ ଏହି ଯାତ୍ରାରେ କଣ୍ଢେଇର ଢେର ଚାହିଦା ରହିଥିଲା । ହେଲେ ଧିରେ ଧିରେ ଏହି ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଉଦ୍ୟମ ଜାରି ରହିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.