ETV Bharat / state

ସରକାର କା ମାଲ୍... ! ଶ୍ରୀମନ୍ଦିର ପ୍ରଶାସନର ଅପାରଗତା ପାଇଁ ଖତ ଖାଉଛି 35ବ୍ୟାଟେରୀ ବସ୍, କେବେ ଆସିବ ଭକ୍ତଙ୍କ କାମରେ ? - Bus destroyed samang parking Puri

author img

By ETV Bharat Odisha Team

Published : Aug 3, 2024, 12:14 PM IST

35 battery powered buses destroyed at samang parking Puri: ଶ୍ରୀମନ୍ଦିର ପ୍ରଶାସନର ଅପାରଗତା ହେତୁ ଭକ୍ତଙ୍କ ମାଗଣାରେ ଯାତାୟାତ ପାଇଁ ଆସିଥିବା ବ୍ୟାଟେରୀ ଚାଳିତ ୩୫ଟି ବସ୍ ଏବେ ଖତ ଖାଉଛି । କେବେ ଏହା କାର୍ଯ୍ୟକାରୀ ହେବ ଓ ଭକ୍ତମାନେ ସୁରୁଖୁରରେ ମନ୍ଦିରକୁ ଯାତ୍ରା କରିପାରିବେ ସେନେଇ ଉଠିଛି ପ୍ରଶ୍ନ । ଅଧିକ ପଢନ୍ତୁ

samang parking Puri
samang parking Puri (ETV Bharat Odisha)

ପୁରୀ: 'ସରକାର କା ମାଲ୍ ଦରିଆ ମେ ଡାଲ୍' । ଏହି ଉକ୍ତିଟି ଏବେ ପୁରୀରେ ସତ୍ୟ ପ୍ରମାଣିତ ହୋଇଛି । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ମାଗଣାରେ ଯାତାୟାତ କରିବା ପାଇଁ ଆସିଥିବା ବ୍ୟାଟେରୀ ଚାଳିତ ୩୫ଟି ବସ୍ ଏବେ ଖତ ଖାଉଛି । ପୁରୀ ସମଙ୍ଗ ପାର୍କିଂରେ ଖୋଲା ଆକାଶ ତଳେ ଖରା ବର୍ଷାରେ ଏହି ବ୍ୟାଟେରୀ ବସ୍ ଗୁଡ଼ିକ ପଡ଼ି ନଷ୍ଟ ହେବାକୁ ବସିଛି । ହେଲେ ଦୁର୍ଭାଗ୍ୟର ବିଷୟ ଏହାର ଦାୟିତ୍ବରେ ଥିବା ଶ୍ରୀମନ୍ଦିର ପ୍ରଶାସନର ନିଦ କିନ୍ତୁ ଭାଙ୍ଗୁ ନାହିଁ । ଭକ୍ତଙ୍କ ପାଇଁ ଆସିଥିବା କୋଟି କୋଟି ଟଙ୍କାର ଏହି ବସ ଖତ ହେବାକୁ ବସିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନର ଏଭଳି ଅବହେଳାକୁ କଡ଼ା ସମାଲୋଚନା କରିଛନ୍ତି ସେବାୟତ ।

samang parking Puri (ETV Bharat Odisha)

ଖତ ଖାଉଛି ୩୫ଟି ନୂଆ ବସ୍:

ପୁରୀ ସମଙ୍ଗ ପାର୍କିଂଠାରେ ଖରା ବର୍ଷାରେ ଖୋଲା ଆକାଶ ତଳେ ପଡିରହି ନଷ୍ଟ ହେବାକୁ ବସିଛି ବ୍ୟାଟେରୀ ଚାଳିତ ନୂଆ ବସ୍ । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ପୂର୍ବରୁ ରାଜ୍ୟ ସରକାର ୩୫ଟି ବ୍ୟାଟେରୀ ଚାଳିତ ବସ୍ କିଣିଥିଲେ । ଉଦ୍ଦେଶ୍ୟ ଥିଲା ପୁରୀ ରେଳଷ୍ଟେସନ, ବସଷ୍ଟାଣ୍ଡ ଏବଂ ମାଳତିପାଟପୁର ବସଷ୍ଟାଣ୍ଡରୁ ଭକ୍ତ ମାନଙ୍କୁ ମାଗଣାରେ ଏହି ବସ୍ ଯୋଗେ ଶ୍ରୀମନ୍ଦିର ଯାତାୟତରେ ବ୍ୟବହାର ହେବ । ଏହାଦ୍ବାରା ପୁରୀକୁ ଆସୁଥିବା ଭକ୍ତ ମାନେ ବେଶ୍ ଉପକୃତ ହୋଇପାରିବେ । ଏହି ବସ୍ ଚଳାଚଳ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଦାୟିତ୍ଵ ନ୍ୟସ୍ତ କରାଯାଇଥିଲା । ତେବେ ଦୁର୍ଭାଗ୍ୟର ବିଷୟ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବକୁ ୭ ମାସ ବିତିସାରିଥିଲେ ମଧ୍ୟ ରାସ୍ତାରେ ଗଡ଼ି ପାରିଲା ନାହିଁ । ସମଙ୍ଗ ପାର୍କିଂରେ ଖରା, ବର୍ଷା ଖୋଲା ଆକାଶ ତଳେ ପଡି ରହିଥିବାରୁ ଆଉ ଖୁବ୍ କମ୍ ଦିନ ମଧ୍ୟରେ ଏହା ନଷ୍ଟ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି । ତୁରନ୍ତ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ଭକ୍ତମାନଙ୍କର ଉଦ୍ଦେଶ୍ୟରେ ଏହି ବସ୍ ଗୁଡ଼ିକ ଚଳାଚଳ କରିବା ପାଇଁ ଶ୍ରୀମନ୍ଦିରର ସମସ୍ତ ସେବାୟତ ଦାବି କରିଛନ୍ତି ।

ଭକ୍ତଙ୍କୁ ମାଗଣା ପରିବହନ ସେବା ଯୋଗାଇବା ଥିଲା ଉଦ୍ଦେଶ୍ୟ:

ଭକ୍ତଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଏହି ୩୫ ଟି ବ୍ୟାଟେରୀ ଚାଳିତ ବସ୍ ରେ ଷ୍ଟିକର ଲଗାଯାଇ ପାରମ୍ପରିକ ଝୋଟି ଏବଂ ଚିତ୍ର କରାଯାଇଥିବାରୁ ଏହା ବେଶ୍ ଆକର୍ଷଣୀୟ ଦେଖାଯାଉଛି। ସମଙ୍ଗ ପାର୍କିଂଠାରେ ଏଥିପାଇଁ ଏକ ଟର୍ମିନାଲ ନିର୍ମାଣ କରାଯାଇଛି । ତେବେ ଏହି ବସଗୁଡ଼ିକ ପ୍ରତିଦିନ ସେଠାରେ ରିଚାର୍ଜ କରାଯିବା ନେଇ ମଧ୍ୟ ବ୍ୟବସ୍ଥା ହୋଇଛି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧିନରେ ଏହି ବସ୍ ଗୁଡ଼ିକ ଚଳାଚଳ କରିବ । ତିରୁପତି ପରି ପୁରୀରେ ମଧ୍ୟ ଭକ୍ତଙ୍କୁ ମାଗଣା ପରିବହନ ସେବା ଯୋଗାଇଦେବା ସରକାରଙ୍କର ଉଦ୍ଦେଶ୍ୟ ଥିଲା । ବସ୍ ଚଳାଚଳ ପାଇଁ ଏପର୍ଯ୍ୟନ୍ତ ଡ୍ରାଇଭର କିମ୍ବା ହେଲପର ନିଯୁକ୍ତି କରାଯାଇନାହିଁ । ସେପଟେ ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ଏହି ବସଗୁଡ଼ିକ ନଷ୍ଟ ହେବାକୁ ବସି ଥିବାବେଳେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଯୋଜନା କାର୍ଯ୍ୟକାରୀ ନହେବାରୁ ବଢୁଛି ଅସନ୍ତୋଷ:

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବକୁ ୭ ମାସ ବିତିସାରିଥିଲେ ମଧ୍ୟ ରାସ୍ତାରେ ଗଡ଼ି ପାରିଲା ନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି," ଖୁବଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା କରାଯିବ । ପରେ ବୈଠକର ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏହି ବସଗୁଡ଼ିକ ଚଳାଚଳ କରିବ ।"

ଏହାମଧ୍ୟ ପଢନ୍ତୁ... ପୁରୀ ବେଳାଭୂମିରେ ବୁଲିଲା ବୋଲଡୋଜର, ଉଚ୍ଛେଦ ହେଲା ବେଆଇନ୍ ପ୍ଲଟିଂ ଓ ଗୃହ ନିର୍ମାଣ - Puri Sea Beach Illegal Plotting

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ପ୍ରତିଦିନ ଅନେକ ଗରିବ ଭକ୍ତ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି । ଅନେକ ସମୟରେ ଅଟୋ ଚାଳକ ଭକ୍ତମାନଙ୍କୁ ଯାତ୍ରୀ ଭଡ଼ା ଆଦାୟ ସହ ଏହାକ ନେଇ ଆର୍ଥିକ ଶୋଷଣ ଏବଂ ଦୁର୍ବ୍ୟବହାର ମଧ୍ୟ କରୁଛନ୍ତି । ତେବେ ଏହି ମାଗଣା ବ୍ୟାଟେରୀ ଚାଳିତ ବସ୍ ସେବା ଆରମ୍ଭ ହେଲେ ଭକ୍ତମାନେ ଶ୍ରୀମନ୍ଦିରକୁ ଯାତାୟତରେ ବେଶ୍ ସୁବିଧା ପାଇପାରିବେ । ତେଣୁ ଶ୍ରୀମନ୍ଦିର ପ୍ରଶାସନ ଏହି ମାଗଣା ବସ୍ ସେବାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଜଗନ୍ନାଥ ପ୍ରେମୀ ଓ ସେବାୟତ ଦାବି କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.