ETV Bharat / state

ରାଜଧାନୀରେ ଧଳାଜହର; ବ୍ରାଉନସୁଗାର ବେପାରରେ କଲେଜ ଛାତ୍ରଛାତ୍ରୀ, ସୁନ୍ଦରୀ ତରୁଣୀଙ୍କ ସହ 2ଜଣଙ୍କୁ ଧରିଲା ଅବକାରୀ ଟିମ୍, 28ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ - Brown Sugar Trade in Bhubaneswar - BROWN SUGAR TRADE IN BHUBANESWAR

3 including engineering college girl student boyfriend held for brown sugar trade in Bhubaneswar: ବ୍ରାଉନସୁଗର ବେପାର ଅଭିଯୋଗରେ ସୁନ୍ଦରୀ ତରୁଣୀ ସହ ତାଙ୍କର ପୁରୁଷ ବନ୍ଧୁ ଓ ଅନ୍ୟଜଣେ ସହଯୋଗୀଙ୍କୁ ଅବକାରୀ ବିଭାଗ ଗିରଫ କରିବା ସହ 275 ଗ୍ରାମର ବ୍ରାଉନ ସୁଗାର୍ ଜବତ କରିଛି । ଅଧିକ ପଢନ୍ତୁ

ରାଜଧାନୀରେ ଧଳାଜହର
ରାଜଧାନୀରେ ଧଳାଜହର (ETV Bharat Odsiha)
author img

By ETV Bharat Odisha Team

Published : Sep 2, 2024, 8:25 AM IST

Updated : Sep 2, 2024, 2:01 PM IST

ଭୁବନେଶ୍ବର: ଭୁବନେଶ୍ବର ହାଇପ୍ରୋଫାଇଲ ବ୍ରାଉସୁଗାର କାରବାର । ଜନ୍ମଦିନ‌ ପାର୍ଟି ପାଇଁ ବ୍ରାଉନସୁଗାର‌ ଡିଲ ବେଳେ ଧରିଲା ଅବକାରି ଟିମ୍ । ଜଣେ ସୁନ୍ଦରୀ ମହିଳା ବ୍ରାଉନସୁଗାର‌ କାରବାର ବେଳେ ତାଙ୍କ ସହ ତାଙ୍କର ଦୁଇ ସହଯୋଗିଙ୍କୁ ଗିରଫ କରିଛି ଭୁବନେଶ୍ୱର ଅବକାରି ଟିମ୍ । ଏନେଇ ମହିଳା ଜଣେ ଶିଖିତା ହୋଇଥିବା ବେଳେ । ପାଠ ସାଠ ଛାଡ଼ି ପ୍ରେମରେ ଧୋକ୍କା ଖାଇବା ଶେଷରେ ଏଭଳି ନିଶା କାରବାରରେ ସାମିଲ ହୋଇଥିଲେ । ଏନେଇ ଅବକାରୀ ସୁପରିଟେଣ୍ଡ ଦେବାଶିଷ ପଟେଲ ସୂଚନା ଦେଇ କହିଛନ୍ତି ।

ରାଜଧାନୀରେ ଧଳାଜହର (ETV Bharat Odisha)

"ଏକ କାର ଯୋଗେ ତିନି ଜଣ ବ୍ରାଉନସୁଗାର ନେଇ ଯିବା ବେଳେ ଖବର ପାଇ ଶିଶୁ ଭବନ ଛକ ପାଖ କେଦାର ପଲ୍ଲୀ ବସ୍ତି ପାଖରୁ ତିନିଜଣଙ୍କୁ ଧରିଥିଲା ଅବକାରୀ ଟିମ୍ । ସେମାନଙ୍କୁ ଯାଂଚ ବେଳେ ଜଣାପଡିଥିଲା ଜଣେ ମହିଳା ସହ ଦୁଇ ଜଣ ସହଯୋଗୀ ଯୁବକ ମିଶି ୨୭୫ଗ୍ରାମ ବ୍ରାଉନସୁଗାର ନେଇ ଡେଲିଭେରି କରିବାକୁ ଯାଉଥିବା ବେଳେ ତାଙ୍କୁ ଗିରଫ କରାଯାଇଛି । ଏନେଇ ମହିଳା ଜଣଙ୍କ କିଛି ଦିନ ହେବ ଏଇ ନିଶା କାରବାରରେ ସାମିଲ ହୋଇଛି । ସେ ପୁର୍ବରୁ ନିଶା ସେବନ କରୁଥିବା ନେଇ ଏକ ନିଶା ନିବାରଣ କେନ୍ଦ୍ରରେ ଆଗରୁ ଆସିଥିଲା‌ । ପରେ ସେ ନିଶା ଛଡ଼ାଇବା ବଦଳରେ ନିଶା କାରବାରରେ ସାମିଲ ହୋଇଥିଲା । ଏନେଇ ଅନ୍ୟ ଜଣେ ଯୁବକ ସହ ଏକ କ୍ଲବରେ ପରିଚୟ ହୋଇ ତା ସହ ମିଶି ଏଭଳି କାରବାର ରେ ସାମିଲ ହୋଇଥିଲା । ତିନି ଜଣ ଗିରଫ ହୋଇଥିବା ମଧ୍ୟରୁ ମହିଳା ଜଣଙ୍କ ହେଲେ ରଶ୍ମିତା ପାଢି ଘର ସୁନ୍ଦରପଦା । ସେହି ପରି ଅନ୍ୟ ଯୁବକ ହେଲେ ସୁଭ୍ରଜ୍ୟୋତି ମହାନ୍ତି ଘର ସୁନ୍ଦରପଦା । ଅନ୍ୟ ଜଣେ ଯୁବକ ହେଲେ ରାହୁଲ ନାୟକ ଘର ବାପୁଜିନଗର । ଏଥି ସହ ୨୭୫ଗ୍ରାମ ବ୍ରାଉନ ସୁନାର ଯାହାର ଆନୁମାନିକ ମୂଲ୍ୟ ୨୮ଲକ୍ଷ ଟଙ୍କା ସହ ଏକ ନୀଳ ରଙ୍ଗର କାର ମଧ୍ୟ ଜବତ କରିଛି ଅବକାରୀ ଟିମ୍," ବୋଲି କହିଛନ୍ତି ଅବକାରୀ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲ ।

ଧୋକ୍କା ଖାଇ ନିଶା ଆରମ୍ଭ କରିଥିଲା-
ତେବେ ମହିଳାଙ୍କର ନା ରଶ୍ମିତା ପାଢି । ସେ ପୁର୍ବରୁ ଭୁବନେଶ୍ୱର ଏକ ମହିଳା କଲେଜରେ ପାଠ ପଢୁଥିଲେ‌ । ସେଠାରେ ଜଣେ ଯୁବକ ର ପ୍ରେମରେ ପଡ଼ିଥିଲେ।ପରେ ଉଭୟଙ୍କ ଙ୍କ ମଧ୍ୟରେ ପ୍ରେମ ନିବିଡ ହେବା ପରେ ସେ ବିବାହ କରିଥିଲେ।ହେଲେ ପରେ ବିବାହର ବିଚ୍ଛେଦ ହେବାରୁ ସେଠାରୁ ନିଜ ପ୍ରେମିକ ଠୁ ଧୋକ୍କା ଖାଇବା ପରେ ସେ ଧିରେ ଧିରେ ନିଶା ସେବନ ଆରମ୍ଭ କରିଥିଲେ।ପରେ ସେ ଧିରେ ଧିରେ ନିଶା ଖାଇବା ପାଇଁ ନିଶା ବେପାରୀଙ୍କୁ ସହଯୋଗ କରିଥିଲେ । ଧିରେ ଧିରେ ନିଜ ପାଇଁ ନିଶା ଖାଇବା ପାଇଁ ନିଜେ ବେପାର ଆରମ୍ଭ କରିଥିଲା । ଧିରେ ଧିରେ ଅନ୍ୟ ଜଣେ ଯୁବକ ସହ ଏକ କ୍ଲବରେ ଦେଖା ହୋଇଥିଲା। ପରେ ସେହି ଯୁବକ ସହ ମିଶି ଏଭଳି କାରବାର କରୁଥିଲା ।

ମହିଳାଙ୍କୁ ମୋହରା କରି ବେପାର-
ଅନେକ ସମୟରେ ଦେଖିବାକୁ ମିଳୁଛି ବ୍ରାଉନ ସୁନାର କାରବାର ନେଇ ପୋଲିସ ଓ ଅବକାରି ଓ ଏନସିବି ଓ ଅନ୍ୟ ଏଜେନ୍ସି ମାନଙ୍କର ରେଡ ଓ ଧରିବା ଭୟରେ ।ନୁଆ ଉପାୟରେ କାରବାର ଆରମ୍ଭ କରିଥିଲେ‌।ଏନେଇ ନିଶା ବେପାରି ନିଜ କାରବାର ରେ ମହିଳାଙ୍କୁ ସାମିଲ କରୁଥିଲେ‌।ମହିଳାଙ୍କ ଜରିଆରେ ନିଶା କାରବାର କରିବା ଦ୍ବାରା ପୋଲିସ ହାତରେ ଧରାପଡ଼ିବା ର ଭୟ ନଥାଏ ବା ସହଜରେ ପୋଲିସ ସରକାରକୁ ଆସିବା ସଂଦେହ ନଜରକୁ ଆସିବାର ଭୟ ନଥାଏ । ସେନେଇ ସହଜରେ ନିଶାକାରବାର ପାଇଁ ଏଭଳି ମହିଳାଙ୍କ ଜରିଆରେ ନିଶା କାରବାର କରୁଛନ୍ତି । ଯାହାର କ୍ରମରେ ଏଭଳି ଜଣେ ମହିଳା ସହ ଦୁଇ ସହଯୋଗି ଗିରଫ ହୋଇଛନ୍ତି।

ବାର୍ଥଡେ ପାର୍ଟିକୁ ଆସୁଛି ନିଶା
ତେବେ ଏଇ ଘଟଣା ପରେ ଏବେ ବଡ଼ ଚିନ୍ତା ଜନକ ସ୍ଥିତି ଦେଖିବାକୁ ମିଳୁଛି । ଭୁବନେଶ୍ବର ରେ ଏବେ ବାର୍ଥ ଡେ ପାର୍ଟି କୁ ନିଶାର ଡିମାଣ୍ଡ ହେଉଛି । ଅର୍ଥାତ୍ ଯୁବପିଢି ଏତେ ମାତ୍ରାରେ ନିଶା ର ମାୟାଜାଲରେ ପଡିଛନ୍ତି । ଯେ ଏବେ ବାର୍ଥ ଡେ ପାର୍ଟି କୁ ନିଶା ପାଇଁ ଏମାନଙ୍କୁ ବିଲ ହୋଇଥିବା ବେଳେ ଡେଲିଭେରି ପାଇଁ ଯିବା ବେଳେ ଏମାନେ ଧରାପଡିଥିଲେ। ତେବେ କେଉଁ ପାର୍ଟିକୁ ଏହି ସବୁ ବ୍ରାଉନସୁଗାର ଅର୍ଡର ଥିଲା । କେତେ ପରିମାଣର ବିଲ ହୋଇଥିଲା । ଏନେଇ କିଏ କିଏ ସେହି ସବୁ ପାର୍ଟିରେ ଯୋଗଦେବାର ଥିଲା । କେଉଁଠି ସେ ପାର୍ଟି ହେବାର ଥିଲା ସେ ନେଇ ଅବକାରି ଟିମ୍ ତନା ଘାନା ଜାରି ରଖିଛି ।

Last Updated : Sep 2, 2024, 2:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.