ETV Bharat / state

ନିର୍ମାଣ ପରେ ବି କାମରେ ଆସୁନି ବସଷ୍ଟାଣ୍ଡ

author img

By ETV Bharat Odisha Team

Published : Feb 7, 2024, 5:47 PM IST

Bus stand Problem: ଫସର ଫାଟୁଛି ସରକାରୀ ଯୋଜନା । ପାଞ୍ଚବର୍ଷ ହେବ ନିର୍ମାଣ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରି ନାହିଁ ଦେବଗଡ଼ ଜିଲ୍ଲାର ବସଷ୍ଟାଣ୍ଡ । ଅଧିକ ପଢ଼ନ୍ତୁ

ବ୍ଲକ ସ୍ତରୀୟ ବସଷ୍ଟାଣ୍ଡ
ବ୍ଲକ ସ୍ତରୀୟ ବସଷ୍ଟାଣ୍ଡ
ପରିତ୍ୟକ୍ତ ହୋଇ ପଡିଛି ବ୍ଲକ ସ୍ତରୀୟ ବସ ଷ୍ଟାଣ୍ଡ

ଦେବଗଡ଼: ଫସର ଫାଟୁଛି ସରକାରୀ ଯୋଜନା । ବ୍ଲକ ସ୍ତରରେ ବସଷ୍ଟାଣ୍ଡ ପାଞ୍ଚବର୍ଷ ହେବ ନିର୍ମାଣ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଦେବଗଡ଼ ଜିଲ୍ଲାର ତିନୋଟି ବ୍ଲକରେ କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ବସଷ୍ଟାଣ୍ଡ । ହେଲେ ସେଗୁଡ଼ିକର ଅବସ୍ଥା ଅତି ଶୋଚନୀୟ ହୋଇରହିଛି । ସ୍ଥାନୀୟ ପ୍ରଶାସନର ଅବହେଳା କାରଣରୁ ବସଷ୍ଟାଣ୍ଡ ପରିତ୍ୟକ୍ତ ହୋଇ ପଡିରହିଥିବା ଅଭିଯୋଗ କରୁଛନ୍ତି ଅଞ୍ଚଳବାସୀ ।

ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର ବ୍ଲକ ସ୍ତରରେ ବସଷ୍ଟାଣ୍ଡ ନିର୍ମାଣ ଯୋଜନା କରିଥିଲେ । ଦେବଗଡ଼ ଜିଲ୍ଲାରେ 2016 ମସିହା ଡିସେମ୍ବର ମାସ 26 ତାରିଖ ଦିନ ତିନୋଟି ବସସ୍ଥାଣ୍ଡ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ବାରକୋଟ ରିଆମାଳ ଓ ତିଳେଇବଣି ବ୍ଲକ ମହକୁମାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ବ୍ଲକ ସ୍ତରରେ ବସଷ୍ଟାଣ୍ଡ ନିର୍ମାଣ ହେଲେ ସେଠାରେ ଚଳାଚଳ କରୁଥିବା ବସ ଗୁଡିକ ଷ୍ଟାଣ୍ଡରେ ପାର୍କିଂ ସୁବିଧା ହୋଇପାରିବ । ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବ ନାହିଁ । ଅନ୍ୟପଟେ ଯାତ୍ରୀମାନେ ବିଶ୍ରାମ ପାଇଁ ବିଭିନ୍ନ ସୁବିଧା ପାଇପାରିବେ । ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ 2018 ମସିହା ବେଳକୁ ପ୍ରାୟତଃ ସମାପ୍ତ ହୋଇ ସାରିଥିଲା । ପାଞ୍ଚବର୍ଷ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ନବନିର୍ମିତ ବସଷ୍ଟାଣ୍ଡ ଗୁଡିକ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ବସଷ୍ଟାଣ୍ଡ ଗୁଡିକ ନିର୍ମାଣ ହେବା ପରଠାରୁ ବ୍ୟବହାରକ୍ଷମ ନହୋଇ ପରିତ୍ୟକ୍ତ ଭାବେ ପଡିରହି ମାଟିରେ ମିଶିଯିବାକୁ ବସିଛି । ଅନ୍ୟପଟେ ବସ ଗୁଡିକ ରାସ୍ତା ଉପରେ ଅଟକି ରହି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି । ଯାତ୍ରୀମାନେ ମଧ୍ୟ ରାସ୍ତା ଉପରେ ବସକୁ ଅପକ୍ଷା କରି ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହା ମଧ୍ୟ ପଡ଼ନ୍ତୁ.... ଓଡ଼ିଶାରୁ 30 ଲକ୍ଷ ଦାଦନ, ଓଡ଼ିଶାକୁ ଲୁଟୁଛନ୍ତି 30 କୋଟିପତି: ରାହୁଲ ଗାନ୍ଧୀ

ପ୍ରାୟ 2 କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ଏହି ବସଷ୍ଟାଣ୍ଡ ଗୁଡିକର ନିର୍ମାଣ କରାଯାଇଥିଲା । ଯାହା ଗ୍ରାମ୍ୟ ନିର୍ମାଣ ବିଭାଗ ଅଧିନରେ କରାଇଥିଲା । କେଉଁ କାରଣରୁ ଦୀର୍ଘ ସମୟ ହେଲା ନବନିର୍ମିତ ବସଷ୍ଟାଣ୍ଡ ଗୁଡିକ କାର୍ଯ୍ୟକ୍ଷମ ହୋଇପାରୁନାହିଁ, ତାର ସଠିକ ଉତ୍ତର କାହା ପାଖରେ ନାହିଁ । ତେବେ ସ୍ଥାନୀୟ ପ୍ରଶାସନିକ କଳର ଅପାରଗତା ଓ ଦାୟିତ୍ୱହୀନତା ଯୋଗୁଁ ଏହି ବସଷ୍ଟାଣ୍ଡ ଗୁଡିକ କାର୍ଯ୍ୟକ୍ଷମ ହୋଇପାରୁ ନଥିବା କୁହାଯାଉଛି । ଏଠି 'ସରକାର କା ମାଲ ଦରିଆ ମେ ଡାଲ' ନୀତିରେ ଯେପରି ସବୁକିଛି ଚାଲିଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ବ୍ଲକ ଅଞ୍ଚଳରେ ଗମନାଗମନ ଓ ପରିବହନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଲକ୍ଷ୍ମୀ ବସ ସେବା ଆରମ୍ଭ କରାଯାଇଛି । ହେଲେ ବସ ରହଣି ପାଇଁ ନିର୍ମାଣ ହୋଇଥିବା ବସଷ୍ଟାଣ୍ଡ ଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରିନାହିଁ ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.