ETV Bharat / state

ଜୟଦେବ ସମାରୋହର ଦ୍ବିତୀୟ ସନ୍ଧ୍ୟା, ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲା ଶାସ୍ତ୍ରୀୟ ସଙ୍ଗୀତ - ଜୟଦେବ ସମାରୋହ

Jayadev Samaroh 2024: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ୫୮ତମ ବାର୍ଷିକ ଉତ୍ସବ "ଜୟଦେବ ସମାରୋହ" 2024 ଭୁବନେଶ୍ବର ସ୍ଥିତ ଉତ୍କଳ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

ଜୟଦେବ ସମାରୋହ
ଜୟଦେବ ସମାରୋହ
author img

By ETV Bharat Odisha Team

Published : Feb 18, 2024, 8:01 AM IST

Updated : Feb 18, 2024, 8:57 AM IST

ଜୟଦେବ ସମାରୋହ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ୫୮ତମ ବାର୍ଷିକ ଉତ୍ସବ "ଜୟଦେବ ସମାରୋହ" 2024 ଭୁବନେଶ୍ବର ସ୍ଥିତ ଉତ୍କଳ ମଣ୍ଡପଠାରେ ଅନୁଷ୍ଠିତ ହୋଇଛି । ଶୁକ୍ରବାରଠାରୁ ଏହି ସମାରୋହ ଆରମ୍ଭ ହୋଇଥିବା ବେଳେ ଶନିବାର ଏହାର ଦ୍ୱିତୀୟ ଦିବସ ଥିଲା । ଏହି ସମାରୋହରେ ଛାତ୍ରଛାତ୍ରୀଙ୍କ ଦ୍ବାରା ପରିବେଷଣ କରାଯାଇଥିବା ଶାସ୍ତ୍ରୀୟ ସଙ୍ଗୀତ ଗାନକୁ ଉପଭୋଗ କରିଛନ୍ତି ଦର୍ଶକ ।

ଗତ 16 ତାରିଖ (ଶୁକ୍ରବାର)ଠାରୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ "ଜୟଦେବ ସମାରୋହ" 2024 ଆରମ୍ଭ ହୋଇଛି । ଗତକାଲି (ଶନିବାର) ଉତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଏକକ ତବଲା ବାଦନ ଗୁରୁ ବିନୋଦ ବିହାରୀ ରାଉତ, ବୃନ୍ଦ ହିନ୍ଦୁସ୍ତାନି କଣ୍ଠ ଗୁରୁ ଚନ୍ଦନ କୁମାର ଜେନା, ଛଉ ନୃତ୍ୟ ଗୁରୁ ଗୌରୀମୋହନ ମହନ୍ତ, ଗୁରୁ ପ୍ରଦ୍ୟୁନ କୁମାର ମହନ୍ତଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ ।

ଏହି ଜୟଦେବ ସମାରୋହ ୪ ଦିନ ଧରି ଅର୍ଥାତ୍ 16 ଫେବୃଆରୀରୁ 19 ଫେବୃଆରୀ ପର୍ଯ୍ୟନ୍ତ ଉତ୍କଳ ମଣ୍ଡପ ପରିସରରେ ପାଳନ କରାଯିବ । ଏହି କ୍ରମରେ ଶୁକ୍ରବାର ପ୍ରଥମ ଦିବସ ଅବସରରେ ସଂସ୍କୃତିକ କାର୍ଯ୍ୟକ୍ରମରେ ବଂଶୀ ଓ ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତର ଯୁଗଳ ବନ୍ଦୀ ଗୁରୁ ଶ୍ରୀନିବାସ ଶତପଥୀ, ଗୁରୁ ଚନ୍ଦନ କୁମାର ଜେନା, ବୃନ୍ଦ ଓଡ଼ିଶୀ ସଙ୍ଗୀତ ଗୁରୁ ପ୍ରଦୀପ କୁମାର ଦାସ ଏବଂ ବୃନ୍ଦ ତବଲା ବାଦନ ଗୁରୁ ପ୍ରମୋଦ କୁମାର ସାହୁଙ୍କ ନିର୍ଦ୍ଦେଶନାରେ ପରିବେଷଣ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଜୟଦେବ ଗୌରବ ସମ୍ମାନ ଉଦଯାପିତ: ଡାଏଲଗରେ ଦିୱାନା କଲେ ଅଭିନେତା ସୁନୀଲ ଶେଟ୍ଟୀ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ଜୟଦେବ ସମାରୋହ 2024 ଉତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଅତିଥି ଭାବେ ଓଡ଼ିଶା ସରକାରଙ୍କ ରାଜ୍ୟସ୍ୱ ପରିଷଦର ଅବସରପ୍ରାପ୍ତ ପୂର୍ବତନ ସଭ୍ୟ ଅଶୋକ ତ୍ରିପାଠୀ, ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଡ଼ ପ୍ରଶନ୍ନ କୁମାର ସ୍ୱାଇଁ, ଓଡ଼ିଶା କୋଲ ଓ ପାୱାର ଲିମଟେଡର ନିର୍ଦ୍ଦେଶକ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସାରିପୁତ ମିଶ୍ର, ଓଡ଼ିଆ ଭାଷା ଓ ସାହିତ୍ୟ ସଂସ୍କୃତି ବିଭାଗର ଯୁଗ୍ମ ଶାସନ ସଚିବ ଆତସୀ ଦାସ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ଜେନା, ଗୁରୁ ରାମହରି ଦାସ, ବିଶିଷ୍ଟ ଓଡ଼ିଶୀ ସଙ୍ଗୀତଜ୍ଞ ଗୁରୁ ଚିତ୍ତପାଣି ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Feb 18, 2024, 8:57 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.