ETV Bharat / state

ଏକାମ୍ର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା, ଅନୁରାଧା-ସୁରେଶଙ୍କ ସଙ୍ଗୀତରେ ମୁଗ୍ଧ ହେଲେ ଦର୍ଶକ

author img

By ETV Bharat Odisha Team

Published : Feb 5, 2024, 7:20 AM IST

Updated : Feb 5, 2024, 2:18 PM IST

Ekamra Utsav 2024: ଏକାମ୍ର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ବଲିଉଡ଼ କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ ଓ ସୁରେଶ ୱାଡେକରଙ୍କ ସଙ୍ଗୀତରେ ମନ୍ତ୍ର ମୁଗ୍ଧ ହେଲେ ଦର୍ଶକ । ଅଧିକ ପଢନ୍ତୁ

Ekamra Utsav 2024
Ekamra Utsav 2024
Ekamra Utsav 2024

ଭୁବନେଶ୍ବର: ଆରମ୍ଭ ହୋଇଛି ଏକାମ୍ର ଉତ୍ସବ । ଓଡିଶା ପରି ଏକ ଭାଷାଭିତ୍ତିକ ରାଜ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରଥମଥର "ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ" କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ତେବେ ୭ ଦିନ ଧରି ଚାଲିବାକୁ ଥିବା ଏହି ଏକାମ୍ର ଉତ୍ସବର ଗତକାଲି ଦ୍ୱିତୀୟ ସନ୍ଧ୍ୟା ଥିଲା । ଏହି ଉତ୍ସବ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡ଼ିଏ) ପକ୍ଷରୁ ଆରମ୍ଭ ହୋଇଥିବା ବେଳେ ସଙ୍ଗୀତର ମୂର୍ଚ୍ଛନା କାର୍ଯ୍ୟକ୍ରମର ଦ୍ୱିତୀୟ ସନ୍ଧ୍ୟାର ସଙ୍ଗୀତ ଆସରର ନାମ ସଙ୍ଗୀତର ତାଳେ ତାଳେ ରହିଥିଲା । ଏଥିରେ ଦୁଇ ବରିଷ୍ଠ ବଲିଉଡ଼ କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ ଓ ସୁରେଶ ୱାଡେକରଙ୍କ ସଙ୍ଗୀତରେ ମନ୍ତ୍ର ମୁଗ୍ଧ ହୋଇଥିଲେ ଉପସ୍ଥିତ ଦର୍ଶକ ।

ତାଙ୍କ କଣ୍ଠରୁ ଚିର ସବୁଜ ଓଡ଼ିଆ ଗୀତ ଗୁଡ଼ିକୁ ଶ୍ରୋତା ମନ ଭରି ଉପଭୋଗ କରିଥିଲେ । ଅନୁରାଧାଙ୍କ କଣ୍ଠରୁ ଜଗତର ନାଥ ଜଗନ୍ନାଥଙ୍କ ଉପରେ ଆଧାରିତ ସଙ୍ଗୀତରୁ ସନ୍ଧ୍ୟା ଆରମ୍ଭ ହୋଇଥିଲା । କାଳିଆ ମୋ ଦେହେ ବୋଳିଦେ ତୋ ଦେହ କଳା, କେରି କେରି ସୁନା ଦୁବ ଆଦି ଓଡ଼ିଆର ସୁମଧୁର ସଂଗୀତ ଗାଇ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଏଥିସହ ଆସିବ ବର ତୋର ହୋଇବ ବାହାଘର, ଏଇ ପାହାଡ଼ ସେ ପାଖେ, ଏ ଫୁଲ କହ ଥରେ ଭଳି ସଙ୍ଗୀତ ଗାନ କରିଥିଲେ ।

ସେହିପରି ଅନୁରାଧା ପୌଡ଼ୱାଲଙ୍କ ପରେ ଆରମ୍ଭ ହୋଇଥିଲା ସୁରେଶଙ୍କ କଣ୍ଠରୁ ମନକୁ ଛୁଇଁଲା ଭଳି ସୁମଧୁର ସଙ୍ଗୀତ। ରୂପସୀ ପ୍ରୀୟସି, ସରିଗଲା ମିଛି ମିଛିକା ବାହାଘର, ଆଲୋ ମୋର କଣ୍ଢେଇ, ସିନ୍ଦୂର ମଥାରେ ତୋର ଆଦି ଗୀତ ଗାଇ ସନ୍ଧ୍ୟାର ସଂଗୀତ ଆସରକୁ ଦ୍ୱିଗୁଣିତ କରିଥିଲେ। ସଙ୍ଗୀତର ଅସାର ସହ ରାଜଧାନୀବାସୀ ଏହି ସୁନ୍ଦର ଏକାମ୍ର ଉତ୍ସବକୁ ଦେଖିବାକୁ ଆସିଥିବା ବେଳେ ଏହାର ଭରପୁର ମଜା ଉଠାଇଛନ୍ତି । ଲୋକଙ୍କୁ ଆଗମନକୁ ନେଇ ରବିବାର ସନ୍ଧ୍ୟାରେ ବେଶ ଭିଡ ପରିଲିକ୍ଷିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ- ଏକାମ୍ର ଉତ୍ସବ ଉଦଘାଟିତ: ସୁଆଦିଆ ଖାଦ୍ୟ ସାଙ୍ଗକୁ ଗୀତରେ ପୁରୁଣା ସ୍ମୃତି ସାଉଁଟିଲେ ରାଜଧାନୀବାସୀ

ପ୍ରକାଶ ଥାଉକି, ଏହି ଉତ୍ସବ ଆସନ୍ତା ୯ ତାରିଖ ଯାଏଁ ଚାଲିବ । ଏହି ଅବସରରେ ପ୍ରଦର୍ଶନୀ ପଡିଆରେ ଚାଲିଛି "ସଙ୍ଗୀତର ମୂର୍ଚ୍ଛନା" କାର୍ଯ୍ୟକ୍ରମ। ଯେଉଁଠି ପ୍ରତିଷ୍ଠିତ କଳାକାରଙ୍କ ଦ୍ବାରା ନୃତ୍ୟ,ସଙ୍ଗୀତ,ଲାଇଭ ବ୍ୟାଣ୍ଡ ପରିବେଷଣ ଦେଖିବାକୁ ମିଳୁଛି । ପ୍ରଥମ ଦିନରେ ସ୍ମୃତି ତୁମେ ଅକ୍ଷୟ ଶୀର୍ଷକରେ ସଙ୍ଗୀତର ମୂର୍ଚ୍ଛନା ପରିବେଷଣ ହୋଇଥିଲା । ସେହିପରି ୫ ଫେବୃଆରୀ ରେ ଅଭୁଲା ଅତୀତ ସହ ସନମ୍ ପୁରୀ ୬ରେ ଭାଷା ହିଁ ଭବିଷ୍ୟତ ଶୀର୍ଷକକୁ ନେଇ କୁନା ତ୍ରିପାଠୀ, ଅରୁଣା ମହାନ୍ତି ଓ ସାଥୀ, ପ୍ରଜ୍ଞା, ଶଙ୍କରଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିବେଷଣ ହେବ । ଏଥିସହ ୭ରେ ବସନ୍ତର ସ୍ୱର ଶୀର୍ଷକରେ ସୋନା ମହାପାତ୍ର, କ୍ରିଷ୍ଣା ବେଉରା ଓ ରୁତୁରାଜ ମହାନ୍ତି ଦର୍ଶକଙ୍କୁ ମନୋରଞ୍ଜନ କରିବେ । ୮ରେ ମୂର୍ଚ୍ଛନାର ଭିନ୍ନ ଏକ ସନ୍ଧ୍ୟାରେ ବିଶିଷ୍ଠ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ସୁମଧୁର କଣ୍ଠରେ ଝୁମିବ ପୁରା ଭୁବନେଶ୍ୱର । ଶେଷ ଦିନରେ ଅର୍ଥାତ ୯ ତାରିଖରେ ଜୁବିନ୍ ନୌଟିଆଲ୍ ଲୋକଙ୍କୁ ନିଜ କଣ୍ଠର ଯାଦୁ ଶୁଣାଇବେ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 5, 2024, 2:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.