ETV Bharat / state

ଦକ୍ଷିଣ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଭୂମିକା ପ୍ରଶଂସନୀୟ: ମହାମହିମ ରାଷ୍ଟ୍ରପତି

Convocation Of Berhampur University:ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର 25ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ରାଜ୍ୟପାଳ ରଘୁବର ଦାସ । ମୋଟ ୮୨ଜଣ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ ।ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 1, 2024, 10:10 PM IST

ଦକ୍ଷିଣ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଭୂମିକା ପ୍ରଶଂସନୀୟ: ମହାମହିମ ରାଷ୍ଟ୍ରପତି
ଦକ୍ଷିଣ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଭୂମିକା ପ୍ରଶଂସନୀୟ: ମହାମହିମ ରାଷ୍ଟ୍ରପତି
ଦକ୍ଷିଣ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଭୂମିକା ପ୍ରଶଂସନୀୟ: ମହାମହିମ ରାଷ୍ଟ୍ରପତି

ବ୍ରହ୍ମପୁର: ସମାପନ ହେଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର 25ତମ ସମାବର୍ତ୍ତନ ଉତ୍ସବ । ବିଶ୍ୱବିଦ୍ୟାଳୟରେ କୁଳାଧିପତି ରାଜ୍ୟପାଳ ରଘୁବାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯୋଗ ଦେଇଥିଲେ । ରାଷ୍ଟ୍ରପତିଙ୍କ ଅଭିଭାଷଣରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସର ତାଙ୍କୁ ଆକର୍ଷିତ କରିଥିବା କହିଥିଲେ । ବିଭିନ୍ନ ଉପାଧି ତଥା ଗବେଷକ ଏବଂ ସ୍ୱର୍ଣ୍ଣ ପଦକ ଛାତ୍ରଛାତ୍ରୀଙ୍କୁ ଜଣାଇଲେ ଶୁଭେଚ୍ଛା ।

ଏହାସହ ଓଡିଶାର ଦକ୍ଷିଣାଞ୍ଚଳ ଦେଶରେ ବହୁ ଗୁରୁତ୍ୱ ବହନ କରୁଥିବା ବେଳେ ଏହି ଭୂମି ଶିକ୍ଷା,ସାହିତ୍ୟ, କଳା ଓ କାରିଗରର ଚାରୁ ଗନ୍ତାଘର ବୋଲି ନିଜ ଅଭିଭାଷଣରେ କହିଥିଲେ । ସେପଟେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟକୁ ରାଷ୍ଟ୍ରପତି ଆସିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।ଏହି ଉତ୍ସବରେ ୪୩ ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍‌ଡି ଡିଗ୍ରୀ ପ୍ରଦାନ କରାଯିବା ସହ ୩୫ଟି ବିଭାଗର ଟପ୍ପର ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ଏବଂ ୩ଜଣଙ୍କୁ ଡି-ଲିଟ୍, ଜଣଙ୍କୁ ଡିଏସ୍‌ସି ପ୍ରଦାନ କରାଯାଇଛି । କୃତି ଛାତ୍ରଛାତ୍ରୀଙ୍କ ନିଷ୍ଠା , ପିତା ମାତାଙ୍କ ପ୍ରେରଣା ଏବଂ ଅଧ୍ୟାପକ-ଅଧ୍ୟାପିକାଙ୍କ ମାର୍ଗଦର୍ଶନ ରହିଥିବା କହିବା ସହିତ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ,"ଦକ୍ଷିଣ ଓଡିଶାର ମହାନ ବ୍ୟକ୍ତିତ୍ୱ ପୂର୍ବତନ ରାଷ୍ଟ୍ରପତି ଭିଭି ଗିରି, ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ , ସ୍ୱାଧିନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାଶ, ବିଜୁ ପଟ୍ଟନାୟକ, ଲକ୍ଷ୍ମଣ ନାୟକ, ଚାକରା ବିଷୋୟୀ, ରାଜା ବିକ୍ରମ ଦେବ, ରାଜା ବାହାଦୁର ମର୍ଦ୍ଦରାଜ ଦେଓ , ଆଶା ସମ୍ୱାଦପତ୍ରର ସଂପାଦକ ଶଶିଭୂଷଣ ରଥ ,ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀ , ବିନାୟକ ଆଚାର୍ଯ୍ୟଙ୍କ ଭଳି ମହାପୁରୁଷକୁ ନେଇ ମୁଁ ଗୌରବାନ୍ୱିତ । 1967 ମସିହାରେ ସ୍ଥାପିତ ଏହି ବିଶ୍ୱବିଦ୍ୟାଳୟ ଦକ୍ଷିଣାଞ୍ଚଳର ସର୍ବପୁରାତନ ବିଶ୍ୱବିଦ୍ୟାଳୟ । ଦକ୍ଷିଣାଞ୍ଚଳ ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଶିକ୍ଷାର ବିକାଶ କରିବାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଭୂମିକା ପ୍ରଶଂସନୀୟ ।"

ବିଶ୍ୱବିଦ୍ୟାଳୟର ଅନେକ ପୁରାତନ ବିଦ୍ୟାର୍ଥୀ ଦେଶ-ବିଦେଶରେ ଅନେକ ସୁନାମ ଅର୍ଜନ କରିଥିବା ବେଳେ ସୋମାନଙ୍କୁ ମନେ ପକାଇଥିଲେ ମହାମହିମ । ଦିଲ୍ଲୀ ଏମ୍.ସର ପୂର୍ବତନ ନିର୍ଦ୍ଧେଶକ ଡକ୍ଟର ଅଶୋକ ମହାପାତ୍ର, ୟୁ.ଏନ୍.ର ଆସିଷ୍ଟାଣ୍ଟ ସେକ୍ରେଟେରୀ ଜେନାରାଲ ୟୁ.ଏନ୍.ତ୍ରିପାଠୀ, ଭାରତ୍ତୋଳନ କେ.ରବି କୁମାର ,ପ୍ରସିଦ୍ଧ ବୈଜ୍ଞାନିକ କୈଳାସ ଚନ୍ଦ୍ର ସାହୁ ପ୍ରମୁଖଙ୍କୁ ସ୍ମରଣ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଏହା ମଧ୍ୟ ପଢନ୍ତୁ .....ଉତ୍କଳ ବିଶ୍ଵବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବ, ଯୋଗ ଦେଲେ ରାଷ୍ଟ୍ରପତି

ଏଠାରେ ପି.ଜି ଏବଂ ତାହାର ଅନୁବନ୍ଧିତ 40 ହଜାର ବିଦ୍ୟାର୍ଥୀ ଅଧ୍ୟୟନ କରୁଥିବା ବେଳେ ସେଥିରୁ 60 ପ୍ରତିଶତରୁ ଉର୍ଦ୍ଧ୍ୱ ଛାତ୍ରୀ ଏବଂ ପି.ଏଚ୍.ଡି ଧାରିଙ୍କ ମଧ୍ୟରୁ 50 ପ୍ରତିଶତ ରହିଥିବା ଜାଣି ଖୁସି ଅନୁଭବ କରିଥିଲେ । ଏହା ଲିଙ୍ଗଗତ ସମାନତାର ଏକ ଉକୃଷ୍ଟ ଉଦାହରଣ ବୋଲି କହିଛନ୍ତି ମହାମହିମ । ସେହିପରି ଜନରାଜ୍ୟ ଦିବସ ପରେଡରେ ନାରୀଶକ୍ତିକୁ ଦେଖି ବିଶ୍ବର ଅନେକ ଦେଶ ମୁଗ୍ଧ ହୋଇଥିବା କହିଛନ୍ତି ।

ଏପରି କି ବ୍ରହ୍ମପୁରରେ ପାରିବାରିକ କ୍ଷେତ୍ରରେ ମହିଳାଙ୍କୁ ପ୍ରଧାନ୍ୟ ଦିଆଯାଉଥିବା କହିବା ସହିତ ବିଶ୍ୱବିଦ୍ୟାଳୟରେ ଓମେନ୍ ଷ୍ଟଡିସ୍ ପାଠ୍ୟକ୍ରମ ମଧ୍ୟ ରହିଥିବା ଜାଣି ଖୁସି ହୋଇଥିଲେ । ସମାଜର ବିକାଶ ପାଇଁ ଉଭୟ ନାରୀ ଓ ପୁରୁଷର ଭୂମିକା ଥିବାବେଳେ ଆମ ପୁଅ ,ଝିଆମାନେ ଦେଶ ବିକାଶରେ ସମାନ ଭୂମିକା ନିର୍ବାହ କରିବେ ବୋଲି ଆଶା ରଖିଥିବା କହିଛନ୍ତି । ସମାବର୍ତ୍ତନରେ ଯୋଗ ଦେଇଥିବା ଜ୍ଞାନ ଅର୍ଜନର କୌଣସି ଅନ୍ତ ନାହିଁ ବୋଲି ଛାତ୍ରଛାତ୍ରୀଙ୍କୁ ଉପଦେଶ ହେଇଥିଲେ ।

ଏପରିକି ମୁନିଋଷିଙ୍କ କଥାକୁ ମନେ ରଖିବାକୁ ଆହ୍ୱାନ କରିଥିଲେ । ପ୍ରତେକ ଜୀବିକା ଅର୍ଜନ କରିବା ପାଇଁ କୌଣସି ଏକ ପନ୍ଥା ଅବଲମ୍ୱନ କରିବା ସହିତ ଦେଶର ଉନ୍ନତି ପାଇଁ ମଧ୍ୟ ଚିନ୍ତା କରିବାକୁ ପରାମର୍ଶ ଦେଇଥିଲେ । ବିବେକାନନ୍ଦଙ୍କ ଏକ ବାର୍ତ୍ତା ଦେବା ସହିତ ବର୍ତ୍ତମାନ ଦେଶ ଅମୃତକାଳ ଦେଇ ଗତି କରୁଥିବା ବେଳେ ଆଗାମୀ 2047 ମସିହାରେ ସ୍ୱାଧିନତାର ଶତବାର୍ଷିକ ପାଳନ ସମୟରେ ଦେଶ ପୂର୍ଣ୍ଣ ବିକଶିତ ଦେଶରେ ପରିଣତ ହେବ ବୋଲି କହିଥିଲେ ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ,ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.