ETV Bharat / state

ମନେପଡ଼େ ମହାବାତ୍ୟା, ଅକ୍ଟୋବର କାଳ ରାତିକୁ ଭୁଲିନି ଗଞ୍ଜାମ, ରାତି ୯ରୁ ବଢ଼ିଥିଲା ପବନ ବେଗ...

୨୫ ବର୍ଷ ତଳେ ଗଞ୍ଜାମବାସୀ ଦେଖିଥିଲେ ପ୍ରକୃତିର କରାଳ ରୂପ । ୧୯୯୯ ଅକ୍ଟୋବର ମହାବାତ୍ୟାରେ ଲିଭି ଯାଇଥିଲା ୧୮୩ । କେତେ ଭୟାନକ ଥିଲା ୧୮ ତାରିଖ କାଳ ରାତି ?

author img

By ETV Bharat Odisha Team

Published : 2 hours ago

1999 SUPER CYCLONE
1999 SUPER CYCLONE (ETV BHARAT ODISHA)

ବ୍ରହ୍ମପୁର: 1999 ମସିହା ଅକ୍ଟୋବର 29 ତାରିଖ ମହାବାତ୍ୟାକୁ ଓଡି଼ଶାବାସୀ କେବେବି ଭୁଲି ପାରିବେନି । କିନ୍ତୁ ଏହା ପୂର୍ବରୁ ଅକ୍ଟୋବର 18 ତାରିଖରେ ଗଞ୍ଜାମ ଜିଲ୍ଲାରେ ତାଣ୍ଡବ ରଚିଥିଲା ବାତ୍ୟା। ବାତ୍ୟାର ଆଶଙ୍କା ରହିଥିବା ନେଇ ମିଳିଥିଲା ସୂଚନା । ଆଉ ଏହାପରେ ଗଞ୍ଜାମ ଉପକୂଳରେ ଆରମ୍ଭ ହୋଇଯାଇଥିଲା ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ । ଆଉ ତା ପରେ ଯାହା ହୋଇଥିଲା, କେବଳ ନିକଟରୁ ଦେଖିଥିବା ଲୋକେ ହିଁ କହିପାରିବେ ?

୧୯୯୯ ବାତ୍ୟା ଓ ଗୋପାଳପୁର:

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟ ଗୋପାଳପୁର ବେଳାଭୂମି । ୧୯୯୯ ଅକ୍ଟୋବର ୧୮ରେ ଏହାର ସ୍ଥଳଭଗକୁ ସ୍ପର୍ଶ କରି ତାଣ୍ଡବ ରଚିଥିଲା ବାତ୍ୟା । ରାତି ପାହିଲା ବେଳକୁ ସବୁ କିଛି ଛାରଖାର ହୋଇ ଯାଇଥିଲା । ମାଟିରେ ମିଶିଥିଲା ସହ ସହ ଘର, କେଇ ମୁହୂର୍ତ୍ତରେ ଚାଲିଯାଇଥିଲା ଶତାଧିକ ଜୀବନ । ସେହି ମହାବାତ୍ୟାକୁ ଆଜି 25 ବର୍ଷ ପୂରିଛି, ପ୍ରକୃତିର ସେ ତାଣ୍ଡବ ମନେ ପଡିଲେ ଆଜିବି ଗଞ୍ଜାମବାସୀଙ୍କ ଛାତି ଥରି ଉଠୁଛି, ଟାଙ୍କୁରି ଉଠୁଛି ଲୋମ ।

SUPER CYCLONE 1999 (ETV BHARAT ODISHA)

ମହାବାତ୍ୟାକୁ ୨୫ ବର୍ଷ, ଯାଇଥିଲା ୧୮୩ ଜୀବନ:

1999 ମସିହାର ଅକ୍ଟୋବର ମାସ 18 ତାରିଖ । ଗଞ୍ଜାମ ଉପକୂଳରେ ସେ ଦିନର ଅପରାହ୍ନରୁ ହିଁ ଆରମ୍ଭ ହୋଇଥିଲା ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା । ସମୟ ବଢିବା ସହିତ ବାତ୍ୟାର ପ୍ରଭାବ ବୃଦ୍ଧି ପାଇଥିଲା । ସେହି ସମୟର ସାଟେଲାଇଟ୍ ଫୋନ୍ ରୁ ଖବର ମିଳିବା ପରେ ସମୁଦ୍ର କୂଳିଆ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ଖବର ଦିଆଯାଇଥିଲା । ହେଲେ ଏହାର କିଛି ଘଣ୍ଟା ମଧ୍ୟରେ ବାତ୍ୟାର କରାଳ ରୂପ ଧାରଣ କରି ସବୁକିଛି ନିମିଶକେ ମଧ୍ୟରେ ଛାରଖାର କରି ଦେଇଥିଲା । ରାତି ପାହିବା ବେଳେକୁ ମାଟିରେ ମିଶିିଥିଲା ଶହ ଶହ ଘର, ସମ୍ପର୍କୀୟଙ୍କୁ ହରାଇ କାନ୍ଦ ବୋବାଳିରେ ଫାଟି ପଡୁଥିଲା ଚତୁର୍ଦିଗ । ଜିଲ୍ଲାରୁ କେବଳ ୧୮୩ ଜଣଙ୍କ ଜୀବନ ଯାଇଥିବା ସରକାରୀ ତଥ୍ୟରୁ ଜଣାପଡେ ।

1999 SUPER CYCLONE
1999 SUPER CYCLONE (ETV BHARAT ODISHA)

ମନରୁ ଲିଭିନି ମହାବାତ୍ୟା କରାଳ ରୂପ :

ବାତ୍ୟା ପ୍ରଭାବରେ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ରହିଥିବା ଅନେକ କଚା ଘର ବହୁ ମାତ୍ରରେ କ୍ଷତିଗ୍ରସ୍ତ ହୋଇଥିଲା । ସମୁଦ୍ରରେ ମାଛ ଧରି ଜୀବିକା ନିର୍ବାହ କରି ଆସୁଥିବା ମତ୍ସଜୀବୀ ପରିବାରଙ୍କ ଠାରୁ ଆରମ୍ଭ କରି ଗରୀବ ପରିବାରର ବ୍ୟକ୍ତିବିଶେଷ ମାନେ ଅନେକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲେ । ଆଉ ସେହି ବାତ୍ୟା ଓଡିଶାର ମହାବାତ୍ୟା ଭାବରେ ପରିଚିତ ରହିଥିବା ବେଳେ ଏବେବି ଉକ୍ତ ଘଟଣାକୁ କ୍ୟାମେରା ସାମ୍ନାରେ ବଖାଣିଛନ୍ତି ସମୁଦ୍ର କୂଳରେ ରହୁଥିବା ମତ୍ସ୍ୟଜୀବୀ ।

1999 SUPER CYCLONE
1999 SUPER CYCLONE (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-କିଏ ରଖେ ବାତ୍ୟାର ଅଜବ ନାମ, ଆସନ୍ତୁ ଜାଣିବା...

ଏହା ମଧ୍ୟ ପଢନ୍ତୁ-ପ୍ରଳୟଠୁ ସଙ୍ଗୀନ ଜୀବନ ସଂଘର୍ଷ, 21 ବର୍ଷ ପରେ ବି ମିଳିନି ଅନୁକମ୍ପା ରାଶି

ଏହା ମଧ୍ୟ ପଢନ୍ତୁ-ମହାବାତ୍ୟା; ବିତିଛି ଦିନ, ରହିଛି ପ୍ରଳୟର ପାଦ ଚିହ୍ନ

ବି.ଚିହ୍ନେୟା କହିଛନ୍ତି, ''ସେଦିନ ରାତି ୯ଟାରୁ ପବନର ବେଗ ବଢିଥିଲା । ଭୟରେ ଆମର ଡଙ୍ଗାକୁ ପାଲରେ ଘୋଡାଇ ରଖିଥିଲୁ । କିନ୍ତୁ ସକାଳ ପାଇବା ବେଳକୁ ଡଙ୍ଗା ସବୁ ଭାଙ୍ଗି ଯାଇଥିଲା । ସେହିଦିନର ବାତ୍ୟା କଥା ମନେ ପଡ଼ିଲେ ଆଜି ବି ଭୟ ଲାଗୁଛି । ''

ମତ୍ସଜୀବୀ ବି. ଗୋପେୟା କୁହନ୍ତି, ''ବାତ୍ୟା ଏତେ ଭୟଙ୍କର ହେବ କେହିବି ଜାଣି ପାରିନଥିଲେ । ଗାଁରେ ଥିବା ସମସ୍ତ ଘର ମାଟିରେ ମିଶି ଯାଇଥିଲା । କ୍ଷତିପୂରଣ ପାଇବାକୁ ଏକ ବର୍ଷ ଲାଗିଗଲା । ''

1999 SUPER CYCLONE
1999 SUPER CYCLONE (ETV BHARAT ODISHA)

ବାତ୍ୟାରୁ କଣ ଶିକ୍ଷା ପାଇଲା ଗଞ୍ଜାମ:

ମହାବାତ୍ୟା ପରେ ଗଞ୍ଜାମ ଜିଲ୍ଲାବାସୀ ଅନେକ କିଛି ଶିକ୍ଷାଲାଭ କରିଥିଲେ । ପରବର୍ତ୍ତୀ ସମୟରେ ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ବ୍ୟକ୍ତି ବିଶେଷ ମାନେ ବାତ୍ୟା ଓ ବନ୍ୟାକୁ କିପରି ମୁକାବିଲା କରିବେ ତାହାକୁ ନେଇ ଦିଆଯାଇଥିଲା ଅଧିକ ଗୁରୁତ୍ୱ । ପ୍ରତ୍ୟେକ ଗ୍ରାମ ଏବଂ ପଞ୍ଚାୟତ ସ୍ତରରେ ବିଭିନ୍ନ ପ୍ରକାର କମିଟି କରାଯାଇ ନିୟମିତ ବ୍ୟବଧାନରେ ତାଲିମ ଏବଂ ଅଭ୍ୟାସ ଆରମ୍ଭ ହୋଇଥିଲା । ପୂର୍ବରୁ ବାତ୍ୟାର ପ୍ରଭାବ କିପରି ରହିବ ସେନେଇ ଯଥା ସମୟ ପୂର୍ବରୁ ସୂଚନା ପହଞ୍ଚିନଥିବା ଯୋଗୁଁ ବହୁ ମାତ୍ରାରେ କ୍ଷୟକ୍ଷତି ହୋଇଥାଏ । ପରବର୍ତ୍ତୀ ସମୟରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇ ଆଧୁନିକରଣ ବ୍ୟବସ୍ଥା ମାଧ୍ୟମରେ ତୁରନ୍ତ ସୂଚନା ପହଞ୍ଚିବାଠାରୁ ଆରମ୍ଭ କରି ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳରେ ପହଞ୍ଚାଇବା ଭଳି କାର୍ଯ୍ୟ କରାଯାଉଛି ।

1999 SUPER CYCLONE
1999 SUPER CYCLONE (ETV BHARAT ODISHA)

ସମ୍ଭାବ୍ୟ ବାତ୍ୟାକୁ ନେଇ କେତେ ପ୍ରସ୍ତୁତ ଗଞ୍ଜାମ ?

ମହାବାତ୍ୟା ପରେ ବ୍ୟାପକ ସଚେତନତା ସହିତ ସଧାରଣ ଜନତାଙ୍କ ଭାଗୀଦାର ଏବଂ ସହଯୋଗ ଯୋଗୁଁ ଗଞ୍ଜାମ ଉପକୂଳରେ ତାର ପରବର୍ତ୍ତୀ ସମୟରେ ଦେଖାଯାଇଥିବା କେତେକ ବାତ୍ୟାର ଜିଲ୍ଲା ପ୍ରଶାସନ ସଠିକ ମୁକାବିଲା କରିଥିଲା । 2013 ମସିହାର ଫାଇଲିନର ବାତ୍ୟାରେ 20 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, 2018ମସିହାର ତିତିଲି ବାତ୍ୟା 15 ଜଣଙ୍କର ମୃତ୍ୟୁ ହୋଇଥିଲା । ଗତ କିଛି ବର୍ଷ ଧରି ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟରେ ଜିରୋ କାଜୁଆଲିଟି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ସେହିପରି ଜିଲ୍ଲାରେ ଅଦ୍ୟାବଧି 78 ଗୋଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଏବଂ 32 ଗୋଟି ବହୁମୁଖୂ ବନ୍ୟା ଆଶ୍ରୟସ୍ଥଳ ରହିଛି । ବିପର୍ଯ୍ୟୟର ମୁକାବିଲା କିପରି କରିହେବ ସେନେଇ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

1999 SUPER CYCLONE
1999 SUPER CYCLONE (ETV BHARAT ODISHA)
  • 2013ରେ ଫାଇଲିନ ବାତ୍ୟାରେ ୨୦ ଜଣ ମୃତ୍ୟୁ
  • 2018ରେ ତିତିଲି ବାତ୍ୟାରେ ଯାଇଥିଲା ୧୫ ଜୀବନ
  • ଗଞ୍ଜାମ ଜିଲ୍ଲାରେ ୭୮ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ
  • ୩୨ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ରହିଛି

ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏନେଇ କହିଛନ୍ତି, ''ବାତ୍ୟାକୁ ନେଇ ବିଭିନ୍ନ ସ୍ଥରରେ ଆମର ପ୍ରସ୍ତୁତି ଜାରି ରହିଛି । ଡିଜାଷ୍ଟର ମ୍ୟାନେଜମେଣ୍ଟ, ରେସପନସ ଟିମ ପୂରା ପ୍ରସ୍ତୁତ । ବିଭିନ୍ନ ସ୍ତରରେ ବାତ୍ୟା ମୁକାବିଲା ପାଇଁ ଅଭ୍ୟାସ ଜାରି ରହିଛି । ସବୁ ସ୍ଥାନରେ ଉପଯୁକ୍ତ ବ୍ୟବସ୍ଥା ଅଛି ନା ନାହିଁ ତାହା ଯାଞ୍ଚ କରାଯାଉଛି । ''

1999 ମସିହା ମହାବାତ୍ୟା:

1999 ମସିହାର ସେହି ମହାବାତ୍ୟାରେ ପ୍ରଥମେ ଅକ୍ଟୋବର 18 ତାରିଖରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ସମେତ ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ଏହାପରେ ଅକ୍ଟୋବର 29 ତାରିଖରେ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଉପକୂୂଳରେ ଦେଖାଦେଇଥିବା ମହାବାତ୍ୟାରେ ପ୍ରାୟ 10 ହଜାର ଲୋକଙ୍କ ଜୀବନ ଯାଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.