ETV Bharat / state

ବର୍ଷର 4 ମାସ ବାହ୍ୟଜଗତରୁ ବିଚ୍ଛିନ୍ନ ୮ ହଜାର ଲୋକ, ବ୍ରିଜ ପାଇଁ ଦଶନ୍ଧିର ଅପେକ୍ଷା

ପୋଲ ଅପେକ୍ଷାରେ ଦିନ କାଟୁଥିବା ଲୋକଙ୍କୁ ଅଭିଶାପ ମିଳିଛି ନା ବିକାଶକୁ ଅନେଇ ଅନେଇ ଦିନ କାଟିବେ, ସରକାର ଚିନ୍ତା କରନ୍ତୁ ।

author img

By ETV Bharat Odisha Team

Published : 3 hours ago

BRIDGE PROBLEM for decades
BRIDGE PROBLEM for decades (ETV Bharat Odisha)

ଗଜପତି: ଯେଉଁ ଅଞ୍ଚଳର ଗମନାଗମନ ଯେତେ ସୁଦୃଢ, ସେହି ଅଞ୍ଚଳର ସାମାଜିକ ଓ ଆର୍ଥିକ ସ୍ଥିତି ସେତେ ସୁଦୃଢ । ହେଲେ ସ୍ବାଧୀନତାର ଏତେ ବର୍ଷ ପରେ ବି ଆଜି ଯାଏଁ ଏମିତି କିଛି ଅଞ୍ଚଳ ରହିଛି, ଯେଉଁ ଅଞ୍ଚଳ ବର୍ଷର ୪ମାସ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇରହୁଛି । ଫଳରେ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା କରଡାସିଂ ପଞ୍ଚାୟତରେ । ଏଠାକାର ସ୍ଥିତିକୁ ନେଇ ସ୍ଥାନୀୟ ଲୋକେ ଅତି କ୍ଷୋଭର ସହ କହିଛନ୍ତି,ଏହି ଅଞ୍ଚଳର ଲୋକେ ସେମାନଙ୍କ ମୌଳିକ ଅଧିକାର ପାଇବାକୁ ଯୋଗ୍ୟ ନୁହନ୍ତି । ତୁରନ୍ତ ଏହି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଲୋକେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ।

ବର୍ଷାର ଅଧା ମାସ ବାହ୍ୟଜଗତରୁ ବିଚ୍ଛିନ୍ନ:

bridge problem (ETV Bharat Odisha)

ଗଜପତି ଜିଲ୍ଲା ରାୟଗଡ ବ୍ଲକର କରଡାସିଂ ପଞ୍ଚାୟତ । ଆଦିବାସୀ ଅଧ୍ୟୁଷିତ ଏହି ପଞ୍ଚାୟତରେ ରହିଛି ୨୨ଟି ଗାଁ । ସେଥିମଧ୍ୟରୁ ୭ଟି ରାଜସ୍ବ ଗାଁ ହୋଇଥିବା ବେଳେ ୧୫ଟି ପଡା ଗ୍ରାମ । ଏଠାକାର ଲୋକ ସଂଖ୍ୟା ପ୍ରାୟ ୮ହଜାର । ବ୍ଲକ କାର୍ଯ୍ୟାଳୟ ଠାରୁ ଅତି ନିକଟରେ ଥିବା ଏହି ପଞ୍ଚାୟତର ବିକାଶ ଆଜି ବି ଅଧାରେ ଅଟକିଛି । ଏପରିକି ଆଜି ବି କିଛି ଅଞ୍ଚଳ ବାହ୍ୟଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇରହିଛି । ମହେନ୍ଦ୍ରତନୟା ନଦୀ ଉପରେ ଏକ ପୋଲ ନିର୍ମାଣ ହୋଇପାରୁନଥିବାରୁ ବର୍ଷର ଅଧାଦିନ ଏହି ଅଞ୍ଚଳର ଲୋକଙ୍କୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିବାକୁ ପଡୁଛି । ନଦୀ ଆରପଟରେ ଥିବା ଗାଁରେ ଦୁଇଟି ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ଏଠାକାର ଶିକ୍ଷକମାନଙ୍କୁ ପ୍ରତିଦିନ ନଦୀପାର ହୋଇ ଯିବାକୁ ପଡୁଛି । ନଦୀର ଆରପଟେ ଥିବା ଅଞ୍ଚଳା,ବୁର୍ଜି,କଳମାସିଂ,ନୂଆଗାଁ,ମୁରଇସିଂ, ନୂଆସାହି, ତୁଡୁମୁଲୁ ଏବଂ ଗଙ୍ଗାପୁର ଆଦି ଆଉ ୭ଟି ଗାଁବି ଏଭଳି ବିଚ୍ଛିନ୍ନାଞ୍ଚଳ ହୋଇ ରହିଛି । ଅଞ୍ଚଳବାସୀଙ୍କ ମୁଖ୍ୟ ସମସ୍ୟା ହେଉଛି ଯୋଗାଯୋଗ ।

ମହେନ୍ଦ୍ରତନୟା ନଦୀ ଉପରେ ପୋଲ କେବେ ?

Panchayat office
Panchayat office (ETV Bharat Odisha)

ସ୍ବାଧୀନତାର ଏତେ ବର୍ଷ ପରେ ବି ଆଜି ଯାଏଁ ମହେନ୍ଦ୍ରତନୟା ନଦୀ ଉପରେ ଖଣ୍ଡିଏ ପୋଲ ହୋଇପାରିଲା ନାହିଁ । ଯାହା ସେମାନଙ୍କ ପାଇଁ ନିହାତି ଆବଶ୍ୟକ ବୋଲି ସେଠାକାର ଲୋକେ କହିଥିଲେ । ପୋଲଟିଏ ନଥିବାରୁ ଏହି ଅଞ୍ଚଳର ଲୋକେ ଅନ୍ୟାନ୍ୟ କଥା ଦୂରେ ଥାଉ ଆବଶ୍ୟକ ସମୟରେ ଗାଁକୁ ଆମ୍ବୁଲାନ୍ସଟିଏ ବି ପହଞ୍ଚିପାରୁନାହିଁ । ଫଳରେ ରୋଗୀଙ୍କୁ ନଦୀ ପାର କରାଇବା ପରେ ହିଁ ଚିକିତ୍ସା ସୁବିଧା ମିଳୁଥିବା ସେମାନେ କହିଛନ୍ତି । କେବଳ ସେତିକି ନୁହେଁ, ଏହି ଅଞ୍ଚଳର ପିଲାମାନେ ହାଇସ୍କୁଲ ଶିକ୍ଷା ପାଇଁ ବାହାରକୁ ଯିବାକୁ ପଡୁଛି । ଯାତାୟତ ଅସୁବିଧାରୁ ପ୍ରାଥମିକ ଶିକ୍ଷା ପରେ ପାଠ ପଢାରେ ଡୋରୀ ବାନ୍ଧିଥିବା ବେଳେ ଆଉ କିଛି କରଡାସିଂ କିମ୍ବା ରାୟଗଡ ସ୍କୁଲରେ ନାଁ ଲେଖାଇଛନ୍ତି । ହେଲେ ବର୍ଷର ଅଧାଦିନ ନଦୀରେ ପାଣି ରହୁଥିବାରୁ ଯାତାୟତ ସମ୍ଭବ ହେଉନାହିଁ । ତେଣୁ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । କିନ୍ତୁ ପୋଲ ନିର୍ମାଣ ନହେବା ଯାଏଁ ଆଉ କିଛି ହେବ ବୋଲି ସେମାନେ ଆଉ ଆଶା କରୁନଥିବା କହିଛନ୍ତି । ପ୍ରତିଥର ନିର୍ବାଚନ ଆସିଲେ ନେତାଏଁ ଗାଁକୁ ଆସନ୍ତି ଏବଂ ବିଭିନ୍ନ ସମସ୍ୟାର ସମାଧାନର ପ୍ରତିଶୃତି ମଧ୍ୟ ଦିଅନ୍ତି । ହେଲେ ଏହାପରେ ଆଉ ଏହି ଅଞ୍ଚଳ କଥା କାହାକୁ ମନେ ପଡେନାହିଁ ବୋଲି ଅତି କ୍ଷୋଭର ସହ ଏଠାକାର ଲୋକେ କହିଛନ୍ତି ।

ଏହା ବି ପଢନ୍ତୁ- ଛାତ୍ରଛାତ୍ରୀ ଦେଲେ ଉଚିତ ଶିକ୍ଷା ! କାଦୁଅ ରାସ୍ତାରେ ଚାଲିଲେ ତହସିଲଦାର ଓ ବିଡିଓ - BDO WALKED IN MUDDY ROAD

ଏହା ବି ପଢନ୍ତୁ- ବିଶ୍ବ ପର୍ଯ୍ୟଟନ ଦିବସ: ବିକାଶ ଖୋଜୁଛି ବୌଦ୍ଧ, ମୋହନ ମାଝୀ ସରକାର ଦୃଷ୍ଟି ଦେବାକୁ ଅପିଲ୍ - Tourism Development Demand

ଏହା ବି ପଢନ୍ତୁ- ମୋହନ ସରକାରଙ୍କ ବିକାଶ ରୋଡମ୍ୟାପ, ତୃଣମୂଳ ସ୍ତରରେ ପହଞ୍ଚାଇବେ ଜିଲ୍ଲାପାଳ - Govt Development Roadmap

ଏହା ବି ପଢନ୍ତୁ- ବିକାଶ ଆଢ଼ୁଆଳରେ ଟିକରପଡା ପଞ୍ଚାୟତ, ସରକାରୀ ଯୋଜନାରୁ ବଞ୍ଚିତ ଲୋକେ - Lack Of Development In Tribal Area

ସରକାର ଆଦିବାସୀଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା କରିବା ସହ ଏହା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଆଦିବାସୀ ଅଧ୍ୟୁଷିତ ଏହି ପଞ୍ଚାୟତର ଅଧିକାଂଶ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିବା ଘଟଣା ସରକାରୀ ଯୋଜନାର ସଠିକ ରୂପାୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେବଳ ନଦୀ ଆର ପଟରେ ଥିବା ଗାଁ ନୁହେଁ, ଏପଟର ଗାଁରେ ବି ରହିଛି ରାସ୍ତାଘାଟ ସମସ୍ୟା । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ସରଡା ଗାଁକୁ ଲମ୍ବିଥିବା ରାସ୍ତାଟିର ଅବସ୍ଥା ଆଖିରେ ନଦେଖିଲେ ବିଶ୍ବାସ କରିହେବ ନାହିଁ । ବିଗତ ଦିନରେ ଅନୁଷ୍ଠିତ ନିର୍ବାଚନ ବେଳେ ନେତାମାନେ ଗାଁରେ ପହଞ୍ଚି ମାଳମାଳ ପ୍ରତିଶୃତି ଦେଉଛନ୍ତି, ହେଲେ ଆଜି ଯାଏଁ ପ୍ରତିଶୃତି ପାଳନ ହୋଇପାରିନାହିଁ ବୋଲି କହିଛନ୍ତି ଅଞ୍ଚଳବାସୀ ।

ଏନେଇ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ କହିଛନ୍ତି ଯେ, ଏହି ପୋଲ ନିର୍ମାଣରେ ବିଳମ୍ବକୁ ନେଇ ବିଧାନସଭାରେ ପ୍ରଶ୍ନ କରାଯାଇଛି । ବିଭାଗୀୟ ମନ୍ତ୍ରୀ ଏହାକୁ ତୁରନ୍ତ ଶେଷ କରିବା ପାଇଁ ଉତ୍ତର ରଖିଛନ୍ତି । ତେଣୁ ଏହି ଶୀଘ୍ର ହେବ ବୋଲି ସେ ଆଶା ବାଦିଥିବା କହିଛନ୍ତି । ଗ୍ରାମ୍ୟ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରେ ଏହି ପୋଲ କାମ ଆରମ୍ଭ ହୋଇଛି । କେତେକ ନିର୍ଦ୍ଧିଷ୍ଟ କାରଣ ପାଇଁ ତାହା ଅଟକି ରହିଛି । ଅତିଶୀଘ୍ର ଏହି କାମ ସାରିବା ପାଇଁ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି ।

ଦୀର୍ଘ ଦିନ ହେଲା ଅଧପନ୍ତରିଆ ହୋଇ ପଡିରହିଥିବା ଏହି ପୋଲ କାମ କେବେ ଶେଷ ହେବ ଏବଂ ଲୋକେ କେବେ ସୁବିଧା ପାଇବେ ତାହା ଉପରେ ସମସ୍ତଙ୍କ ନଜର।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.