ETV Bharat / state

ହାତୀ ଗଣନା ପ୍ରକ୍ରିୟା ଶେଷ, ଚଳିତ ଥର କମିଛନ୍ତି ୨୦୦ରୁ ଊର୍ଦ୍ଧ୍ବ - ODISHA ELEPHANT REPORT

author img

By ETV Bharat Odisha Team

Published : Jun 8, 2024, 10:49 PM IST

ODISHA ELEPHANT CENSUS REPORT: ଚଳିତ ହାତୀ ଗଣନା ପ୍ରକ୍ରିୟା ଶେଷ ପରେ ତଥ୍ୟ ପ୍ରଦାନ କଲା ବନ ବିଭାଗ । ଗତ ଥର ରିପୋର୍ଟ ଅନୁଯାୟୀ ଚଳିତ ଥର କମିଛନ୍ତି ୨୦୦ରୁ ଉର୍ଦ୍ଧ୍ବ ହାତୀ । ଅଧିକ ପଢନ୍ତୁ

ODISHA ELEPHANT REPORT
ODISHA ELEPHANT REPORT (ETV Bharat Odisha)

ରାଇରଙ୍ଗପୁର: ହାତୀ ଗଣନା ପ୍ରକ୍ରିୟା ଶେଷ ପରେ ବନବିଭାଗ ପକ୍ଷରୁ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି । ବନ ବିଭାଗ ପକ୍ଷରୁ ଚଳିତ ବର୍ଷ ମାର୍ଚ୍ଚ ମାସ ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ହାତୀ ଗଣନା ପ୍ରକ୍ରିୟା ଜାରି ରହିଥିଲା । ହାତୀ ଗଣନା ଶେଷ ହେବା ପରେ ଆରସିସିଏଫ ବାରିପଦା ସର୍କଲରେ ହାତୀଙ୍କ ସଂଖ୍ୟା ୪୩୧ ଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି ।

ତେବେ ବାରିପଦା ସର୍କଲ ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ଆରସିସିଏଫ) କାର୍ଯ୍ୟାଳୟ ପକ୍ଷରୁ ଚଳିତ ବର୍ଷର ହାତୀ ଗଣନା ରିପୋର୍ଟ ପ୍ରଦାନ କରାଯାଇଛି । ବାରିପଦା ବନ ସର୍କଲରେ ଚଳିତ ବର୍ଷ ସମୁଦାୟ ହାତୀ ସଂଖ୍ୟା ୪୩୧ ରହିଥିବା ବେଳେ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ୨୦୦ରୁ ଊର୍ଦ୍ଧ୍ବ ହାତୀଙ୍କ ସଂଖ୍ୟା କମିଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ଆରସିସିଏଫ) ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ଥିବା ବନଖଣ୍ଡଗୁଡିକରେ ସମୁଦାୟ ୩୩୦ ହାତୀ ରହିଥିବା ବେଳେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ୨୦୪ଟି ହାତୀ ରହିଥିବା ରିପୋର୍ଟରେ ଦର୍ଶାଯାଇଛି ।

ସେହିପରି ବାରିପଦା ବନଖଣ୍ଡରେ ୧୦୫, କରଞ୍ଜିଆ ବନଖଣ୍ଡରେ ୧୮, ରାଇରଙ୍ଗପୁର ବନଖଣ୍ଡରେ ୩, ବାଲେଶ୍ଵର ଜିଲ୍ଲାର କୁଳଡିହା ଅଭୟାରଣ୍ୟରେ ୬୮, କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ୩୩ଟି ହାତୀ ରହିଥିବା ହାତୀ ଗଣନା ରିପୋର୍ଟରୁ ଜଣାପଡିଛି । ହେଲେ ଚଳିତ ବର୍ଷ ହାତୀଙ୍କ ସଂଖ୍ୟା ହ୍ରାସ ପାଇଥିବା ହାତୀ ଗଣନାରୁ ଜଣାପଡିଛି । ହାତୀ ଗଣନା ପାଇଁ ଜିଲ୍ଲାର ବିଭିନ୍ନ ଜଙ୍ଗଲ ରେ ମଞ୍ଚା ନିର୍ମାଣ କରାଯାଇ ବନ କର୍ମଚାରୀ ମାନଙ୍କ ଦ୍ଵାରା ହାତୀ ଗଣନା କାର୍ଯ୍ୟ କରା ଯାଇଥିଲା । ୪୩୧ ହାତୀଙ୍କ ମଧ୍ୟରେ ଅଣ୍ଡିରା ହାତୀ, ମାଇ ହାତୀ ସମେତ ହାତୀ ଛୁଆ ରହିଥିବା ଜଣାଯାଇଛି ।

ଏହା ମଧ୍ୟ ପଢନ୍ତୁ .....ଆସିଲା ହାତୀ ଗଣନା ରିପୋର୍ଟ; ରାଜ୍ୟରେ ଅଛନ୍ତି ୨୦୯୮ ହାତୀ, ୫ ବର୍ଷରେ ମରିଛନ୍ତି ୪୦୩ - Elephant Census

ତେବେ ଚଳିତ ବର୍ଷ ଠାରୁ ପ୍ରତି ବର୍ଷ ଦୁଇ ଥର ହାତୀ ଗଣନା କାର୍ଯ୍ୟ କରାଯିବ । ଗ୍ରୀଷ୍ମ ଋତୁ ଓ ଶୀତ ଋତୁରେ ହାତୀ ଗଣନା କରାଯିବ ବୋଲି ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ଆରସିସିଏଫ) ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି । ସେହି ସମୟରେ ହାତୀମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିବା ଯୋଗୁଁ ଏହା ହାତୀ ଗଣନା ପାଇଁ ସହାୟକ ହୋଇଥାଏ । ତେବେ ଚଳିତ ବର୍ଷ ହାତୀ ଗଣନା ରିପୋର୍ଟ ଜଣାପଡିବା ପରେ ହାତୀ ସଂଖ୍ୟା କମି ଥିବାରୁ ପଶୁପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.