ETV Bharat / state

ଚର୍ଚ୍ଚାରେ ତଳସରା ନିର୍ବାଚନ ମଣ୍ଡଳୀ: କେଉଁ ଦଳରୁ କିଏ ପ୍ରାର୍ଥୀ, ରିପିଟ୍ ନା ନୂଆ ମୁହଁ ! - ତଳସରା ନିର୍ବାଚନ ମଣ୍ଡଳୀ

Talsara Assembly Constituency: ସୁନ୍ଦରଗଡ଼ ତଳସରା ନିର୍ବାଚନ ମଣ୍ଡଳୀରେ କାହା ମୁଣ୍ଡରେ କଳସ ଢାଳିବେ ଜନତା । ତିନି ଦଳ ପକ୍ଷରୁ ପ୍ରସ୍ତୁତି ଜୋରଦାର । କିଏ କାହାକୁ ଦେବ ମାତ୍ ? ଅଧିକ ପଢ଼ନ୍ତୁ,

ତଳସରା ନିର୍ବାଚନ ମଣ୍ଡଳୀ
ତଳସରା ନିର୍ବାଚନ ମଣ୍ଡଳୀ
author img

By ETV Bharat Odisha Team

Published : Mar 4, 2024, 10:44 AM IST

Updated : Mar 4, 2024, 10:58 AM IST

ରାଉରକେଲା: ରାଜ୍ୟରେ ଜମିଲାଣି ନିର୍ବାଚନୀ ମାହୋଲ । ଏହାରି ଭିତରେ ଫୋକସରେ ରହିଛି ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀ । ଦିନେ କଂଗ୍ରେସର ଗଡ଼ ଭାବେ ପରିଚିତ ଥିବା ଏହି ନିର୍ବାଚନ ମଣ୍ଡଳୀ ବର୍ତ୍ତମାନ ବିଜେପି ଦଖଲରେ ରହିଛି । ତେବେ 2024ରେ ଏହି ଆସନକୁ କିଏ ଅକ୍ତିଆର କରିବ ? ବିଜେପି ତାର ବିଜୟ ଧାରା ବଜାୟ ରଖିବ କି ? ପୁଣି ଥରେ ଟ୍ରାକକୁ ଫେରିବ କି କଂଗ୍ରେସ ? ତଳସରାରେ ଶୁଭିବ କି ଶଙ୍ଖନାଦ ? ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି । ସେପଟେ 3 ପ୍ରମୁଖ ଦଳର ପ୍ରାର୍ଥୀ ତାଲିକାରେ ଅନେକ ଆଶାୟୀ । କାହାକୁ ଟିକେଟ ମିଳିବ ଓ କାହାର ଟିକେଟ କଟିବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । କେଉଁ ଦଳରୁ କିଏ ଟିକେଟ ହାତେଇବ ତାହା ଏବେଠୁ ଆକଳନ କରିବା କଷ୍ଟ ହୋଇପଡ଼ିଛି । ତଥାପି ତିନି ଦଳର ପ୍ରାର୍ଥୀ ତାଲିକା ଉପରେ ସମସ୍ତଙ୍କ ନଜର ରହିଛି ।

ତଳସରା ବିଧାନସଭା ଆସନ:

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ, ସବଡେଗା, ବାଲିଶଙ୍କରା ବ୍ଲକ ଏବଂ ଲେଫ୍ରିପଡ଼ା ବ୍ଲକର ୧୦ ପଞ୍ଚାୟତକୁ ନେଇ ୧୯୬୧ ମସିହାରେ ଗଠିତ ହୋଇଥିଲା ତଳସରା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀକୁ ଦଖଲ କରିବା ପାଇଁ କିଛି ବର୍ଷ ହେଲା ବିଜେଡି ଜୋରଦାର ପ୍ରୟାସ ଚଳାଇଥିବା ବେଳେ କଂଗ୍ରେସର ଗଡ଼ ଭାବରେ ପରିଚିତ ଏହି ନିର୍ବାଚନ ମଣ୍ଡଳୀକୁ ଗତ 2019 ନିର୍ବାଚନରେ କଂଗ୍ରେସ ହାତରୁ ଛଡାଇ ନେବାରେ ସଫଳ ହୋଇଥିଲା ବିଜେପି । ୧ ଲକ୍ଷ ୫୦ ହଜାର ୭୮୧ ଭୋଟର ଥିବା ଏହି ନିର୍ବାଚନ ମଣ୍ଡଳୀରେ ଆସନ୍ତା ନିର୍ବାଚନରେ ନୂତନ ଭୋଟର ନିର୍ଣ୍ଣୟକ ଭୂମିକା ଗ୍ରହଣ କରିବାର ସମ୍ଭାବନା ଅଧିକ ।

କଂଗ୍ରେସ ଗଡ଼ରେ ବିଜେପି !

୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭବାନୀଶଙ୍କର ଭୋଇ ବିଜେଡି ପ୍ରାର୍ଥୀ ଷ୍ଟିଫେନ ସୋରେନଙ୍କୁ ୧୬,୧୮୮ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ଏହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ଷ୍ଟିପେନ ସରେଙ୍ଗ ୪୪,୦୭୬ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ଦଳର ପ୍ରଫୁଲ୍ଲ ମାଝି ୪୧ ହଜାର ୧୧୧ ଭୋଟ ପାଇ ୩ୟ ସ୍ଥାନରେ ରହିଥିଲେ । ଅପରପକ୍ଷେ ଏହି ନିର୍ବାଚନ ମଣ୍ଡଳୀକୁ କଂଗ୍ରେସ ଦଳ ୭ ଥର ଦଖଲ କରିଥିଲା । ତେବେ ଗତ ପଞ୍ଚାୟତ ନିର୍ବାଚନରେ ସମସ୍ତ ଜିଲ୍ଲା ପରିଷଦ ଆସନ ବିଜେଡି ଦଖଲ କରିବାରେ ସକ୍ଷମ ହୋଇଥିବା ଯୋଗୁଁ ଆସନ୍ତା ନିର୍ବାଚନରେ ସଫଳ ହେବ ବୋଲି ଆଶା ବାନ୍ଧିଛି ବିଜେଡି । ସେପଟେ ବିଜେପି ମଧ୍ୟ ତାର ବିଜୟ ଧାରା ବଜାୟ ରଖିବ ବୋଲି ଆଶା ରଖିଥିବା ବେଳେ ଜନସମ୍ପର୍କକୁ ଆଧାର କରି ଏହି ନିର୍ବାଚନ ମଣ୍ଡଳୀକୁ ପୁଣି ଦଖଲ କରିବାକୁ ଉଦ୍ୟମ ଚଳାଇଛି ।

ଆସନ 1, ଆଶାୟୀ ଅନେକ:

ଆସନ୍ତା ନିର୍ବାଚନରେ ବିଜେଡି ଟିକେଟରୁ ଲଢ଼ିବା ପାଇଁ ପ୍ରାର୍ଥୀ ତାଲିକାରେ ଅନେକ ଆଶାୟୀ । ହେଲେ ଦଳରେ ପ୍ରାର୍ଥୀ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ବିଜେଡିର ଆଶାୟୀ ଭାବେ ସର୍ବାଗ୍ରେ ସ୍ବତନ୍ତ ଭନ୍ନୟନ ପରିଷଦ ଅଧକ୍ଷ ତଥା ବିଜେଡି ସଭାପତି ବିନୟ ଟପ୍ପୋ ରହିଥ‌ିବା ଆଲୋଚନା ହେଉଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଗଙ୍ଗାଧର ପ୍ରଧାନଙ୍କ ପୁଅ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଅମୀୟ ପ୍ରଧାନଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି ।

ବିଜେଡିରୁ କିଏ ?

ତଳସରା ନିର୍ବାଚନ ମଣ୍ଡଳୀରେ ଦୁଇ ଥର କଂଗ୍ରେସ ବିଧାୟକ ଥିବା ତଥା ବର୍ତ୍ତମାନ ବିଜେଡି ବରିଷ୍ଠ କାର୍ଯ୍ୟକର୍ତ୍ତା ରହିଥିବା ପ୍ରଫୁଲ୍ଲ ମାଝି ମଧ୍ୟ ଆଶାୟୀ ତାଲିକାରେ ରହିଛନ୍ତି । ଦଳରେ ଗତ କିଛି ଦିନ ତଳେ ସମିଲ ହୋଇଥିବା ଅବସରପାପ୍ତ ପୋଲିସ ଆରକ୍ଷୀ ଅଧୀକ୍ଷକ, ବଥା ଖଡିଆ ସମାଜର ରାଜ୍ୟ ସଭାପତି ନୃପଚରଣ ଦଣ୍ଡସେନା ମଧ୍ୟ ଆଲୋଚନା ପରିଧିରେ ଅଛନ୍ତି । ସେହିଭଳି ଏହି ଆସନରେ ଦଳ ଯଦି ମହିଳା ପ୍ରାର୍ଥୀଙ୍କ ବିଷୟକୁ ବିଚାର କରାଯିବ ତେବେ ବାଲିଶଙ୍କରା ଜୋନ୍ ଅଧ୍ୟକ୍ଷା କୁଞ୍ଜଳତା ଭିତିରିଆ ଟିକେଟ ପାଇପାରନ୍ତି ବୋଲି ଆଲୋଚନା ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ....2024 ଫାଇଟ୍: କାହାର ହେବ ଜୟଦେବ ବିଧାନସଭା ? ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ତାଲିକାରେ ଅନେକ ଆଶାୟୀ

ଏଥର ତ୍ରିମୁଖୀ ଲଢ଼େଇ !:

ବିଜେପିର କେବଳ ଭବାନୀଶଙ୍କର ଭୋଇଙ୍କ ନାମ ଚର୍ଚ୍ଚାର ରହିଛି । ସେ ବିଧାୟକ ସ‌ହ ବିଜେପି ଜିଲ୍ଲା ସଭାପତି ପଦରେ ରହିଛନ୍ତି । ତାଙ୍କୁ ଦଳ ପ୍ରାର୍ଥୀ କରିବା ସୁନିଶ୍ଚିତ ବୋଲି କୁହାଯାଉଛି । ଅପରପକ୍ଷରେ ଦଳୀୟ ସ୍ଥିତି ଦୁର୍ବଳ ରହିଥିଲେ ମଧ୍ୟ କଂଗ୍ରେସ ଦଳ ପ୍ରର୍ଥୀ ତାଲିକାରେ ପିସିସି ସଧାରଣ ସମ୍ପାଦିକା ଅମିତା ବିଶ୍ୱାଳ, ବେଦେନ୍ଦ୍ର ଭିତିରିଆ, ଆଛେନି କୁଲୁ, ଅନିମା ସୁକାନ୍ତି ମିଞ୍ଜ, ପୂର୍ବତନ ହକି ଅଧୁନାୟକ ପ୍ରବୋଧ ତିର୍କୀ, ଆଲବର୍ଟ କିଣ୍ଡୋ ପ୍ରମୁଖ ରହିଛନ୍ତି । ଆସନ୍ତା ନିର୍ବାଚନରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବ ତାକୁ ନେଇ କଳ୍ପନା ଜଳ୍ପନା ଲାଗିରହିଥିବା ବେଳେ ଏଥର ତ୍ରିମୁଖୀ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିପାରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ସୁନ୍ଦରଗଡ଼

Last Updated : Mar 4, 2024, 10:58 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.