ETV Bharat / state

ରାଜାରାଣୀଙ୍କ ପାଇଁ ପ୍ରଚାର ମଇଦାନରେ ରାଜକୁମାର ଜ୍ବାଇଁ, ଜାଣନ୍ତୁ କିଏ ? - Election Campaigning - ELECTION CAMPAIGNING

Election Campaigning Of Royal Family: ଶାଶୁ ଶ୍ବଶୁରଙ୍କ ଲାଗି ନିର୍ବାଚନୀ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି ଜ୍ବାଇଁ ମେୱାର ରାଜକୁମାର । ଉଭୟ ଝିଅ ଜ୍ୱାଇଁ ଘରକୁ ଘର ବୁଲି ରାଜପରିବାର ପାଇଁ କରୁଛନ୍ତି ଭୋଟ ଭିକ୍ଷା । ଅଧିକ ପଢନ୍ତୁ

Election Campaign
Election Campaign (ETV Bharat Odisha)
author img

By ETV Bharat Odisha Team

Published : May 15, 2024, 7:28 AM IST

Election Campaign (ETV Bharat Odisha)

ବଲାଙ୍ଗୀର: ଗଡ଼ ବଜାୟ ରଖିବା ଲକ୍ଷ୍ୟରେ ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି ରାଜପରିବାର । ଶାଶୁ ଶ୍ବଶୁରଙ୍କ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି ଜ୍ବାଇଁ ମେୱାର ରାଜକୁମାର । ଉଭୟ ଝିଅ-ଜ୍ୱାଇଁ କରିଛନ୍ତି ସଂଗୀତା ଓ କନକ ବର୍ଦ୍ଧନ ସିଂହଦେଓଙ୍କ ପାଇଁ ପ୍ରଚାର । ବଲାଙ୍ଗୀର ରାଜନୈତିକ ମଇଦାନରେ ଏବେ ଚାଲିଛି ଜୋରଦାର ଲଢେଇ । ନିର୍ବାଚନ ପାଇଁ ଆଉ ମାତ୍ର କିଛି ଦିନ ଥିବାବେଳେ ପ୍ରାର୍ଥୀମାନେ ମଇଦାନରେ ଦମ ଦେଖାଉଛନ୍ତି । ପ୍ରଚାର ପାଇଁ ଭିନ୍ନ ଭିନ୍ନ ଢଙ୍ଗ ହାତେଇଛନ୍ତି । ଏହାରି ଭିତରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ରାଜା ଦମ୍ପତି । ରାଣୀ ସଂଗୀତା କୁମାରୀ ସିଂହଦେଓ ସାଂସଦ ଥିବାବେଳେ ଏଥର ମଧ୍ୟ ବିଜେପିରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି । ସେହିପରି ତାଙ୍କ ସ୍ୱାମୀ କନକ ବର୍ଦ୍ଧନ ସିଂହଦେଓ ବିଜେପିରୁ ପଟଣାଗଡ ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ଏଥର ଉଭୟଙ୍କ ପ୍ରଚାରର ମଙ୍ଗ ଧରିଛନ୍ତି ସେମାନଙ୍କ ଝିଅ ଜ୍ବାଇଁ ।

Election Campaign
Election Campaign (ETV Bharat Odisha)

ଝିଅ ନିବୃତି ସିଂହଦେଓ ଓ ତାଙ୍କ ସ୍ୱାମୀ ମେୱାର ରାଜକୁମାର ଲକ୍ଷରାଜ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଗାଁ ଗାଁ ବୁଲି ଏମାନେ ଉଭୟଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ସେହିପରି ଉଭୟ ସଂଗୀତାଙ୍କ ପାଇଁ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସୋନପୁରରେ ବୁଲି ବୁଲି ପ୍ରଚାର କରିଛନ୍ତି । ତେବେ ଝିଅ ନିବୃତି ସିଂହଦେଓ କହିଛନ୍ତି, ମୁଁ ଏହି ମାଟିରେ ବଢ଼ିଛି । ଏ ଅଞ୍ଚଳର ବିକାଶ ପାଇଁ ଆମ ପରିବାର ସବୁବେଳେ ଚେଷ୍ଟିତ ଅଛନ୍ତି । ଏଠାରେ କେନ୍ଦ୍ରରୁ ଲୋୟର ଶୁକତେଲ ପ୍ରକଳ୍ପ, ଅନେକ ରେଳ ପ୍ରକଳ୍ପ ସହ ଖୋର୍ଦ୍ଧା, ବଲାଙ୍ଗୀର ରେଳପଥ, ୱାଗନ କାରଖାନା ଇତ୍ୟାଦି କରାଯାଇଥିବା ସେ କହିଛନ୍ତି । ଯାହାର ସାର୍ଟିଫିକେଟ ନିଜେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଇଛନ୍ତି । ସଂଗୀତା ସିଂହଦେଓ 10 ହଜାର କୋଟି ଟଙ୍କାର ପ୍ରକଳ୍ପ ଆଣିଥିବାର କହିଛନ୍ତି ଝିଅ ନିବୃତି ।

ଏହା ବି ପଢନ୍ତୁ...ଜମୁଛି ପ୍ରଚାର, ସୋନପୁର ଓ ବୀରମହରାଜପୁର ସିଟ୍‌ ହାତେଇବାକୁ ବିଜେପି ଜୋରଦାର ପ୍ରୟାସ - BJP Election Campaign

ନିବୃତି ମା'ଙ୍କୁ ଜିତାଇବା ଦିଗରେ ଜୋରଦାର ପ୍ରୟାସ ଚଲାଇଛନ୍ତି । ସେହିପରି ମେୱାର ରାଜକୁମାର ଲକ୍ଷରାଜ ସିଂ କହିଛନ୍ତି, "ଦେଶର ସବୁଠୁ ବଡ଼ ପର୍ବ ନିର୍ବାଚନ। ଆମେ ଏଥିପାଇଁ ଗର୍ବିତ।" ତେଣୁ ଅଧିକରୁ ଅଧିକ ସାମିଲ ହେବାକୁ ସେ ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି । ଲୋକେ 10 ବର୍ଷ ହେଲା କ'ଣ କାମ ହୋଇଛି ତାହା ଜାଣିଛନ୍ତି" ବୋଲି କହିବା ସହ ଡବଲ ଇଞ୍ଜିନ ସରକାର ଗଢିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ଲକ୍ଷରାଜ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.