ETV Bharat / state

'ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି ପାଣ୍ଡିଆନ' CEOଙ୍କୁ ଫେରାଦ ହେଲା ବିଜେପି - BJP COMPLAINS AGAINST VK PANDIAN

BJP complains to CEO against VK Pandian: ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ବିଜେଡି ଷ୍ଟାର-କ୍ୟାମ୍ପେନର ଭି.କେ ପାଣ୍ଡିଆନଙ୍କ ବିରୋଧରେ CEOଙ୍କୁ ଫେରାଦ ହେଲା ବିଜେପି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 9, 2024, 11:03 AM IST

Updated : May 9, 2024, 12:09 PM IST

ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି ପାଣ୍ଡିଆନ ! CEOଙ୍କୁ ଫେରାଦ ହେଲା ବିଜେପି
ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି ପାଣ୍ଡିଆନ ! CEOଙ୍କୁ ଫେରାଦ ହେଲା ବିଜେପି (Pic-ETV Bharat)

ଭୁବନେଶ୍ବର: ବିଜେଡିର ଚର୍ଚ୍ଚିତ ନେତା ଭି.କେ. ପାଣ୍ଡିଆନ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ଫେରାଦ ହେଲା ଭାରତୀୟ ଜନତା ପାର୍ଟି (ବିଜେପି) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ମିଥ୍ୟା ଟିପ୍ପଣୀ କରି ନିର୍ବାଚନ ପ୍ରଚାର କରୁଛନ୍ତି ପାଣ୍ଡିଆନ । ସଂସଦରେ 2 କୋଟି ଚାକିରି ସମ୍ପର୍କରେ ପ୍ରଧାନମନ୍ତ୍ରୀ ବିବୃତ୍ତି ମାଧ୍ୟମରେ ସ୍ପଷ୍ଟ ତଥ୍ୟ ରଖି ସାରିଛନ୍ତି । ତା’ ସତ୍ତ୍ୱେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନାଁରେ ଭୁଲ ତଥ୍ୟ ଦେଇ ପାଣ୍ଡିଆନ ଭୋଟ ମାଗୁଥିବା ଦଳ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଏହାସହ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ରେ କାର୍ଯ୍ୟରତ ନିରାକାର ସାହୁ ନାମକ ଜଣେ ୱାର୍ଡ ସୁପରଭାଇଜର ଶାସକ ଦଳ ବିଜେଡି ପାଇଁ ପ୍ରଚାର କରୁଥିବା ମଧ୍ୟ ବିଜେପି ଅଭିଯୋଗ କରିଛି । ସିଇଓଙ୍କୁ ପ୍ରମାଣ ଦେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ ।

ପାଣ୍ଡିଆନଙ୍କୁ ଟାର୍ଗେଟ କରି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ସଠିକ୍ ଖବର ନରଖି ନିର୍ବାଚନ ପ୍ରଚାର କରିବା ମୂର୍ଖାମୀ । ବିଜେଡି ଦଳକୁ ଜିତାଇବା ପାଇଁ ନିଜର ହିତାହିତ ଜ୍ଞାନ ହରାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା । ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା ବିଜେଡିର ଷ୍ଟାର କ୍ୟାମ୍ପନର ତାଲିକାର ୨ ନମ୍ବର ସ୍ଥାନରେ ଅଛନ୍ତି । ଏହି ଗୁମାସ୍ତା ଜଣକ ସମସ୍ତ ଆଇନ କାନୁନକୁ ଦଳିଚକଟି ବିଜେଡିର ପ୍ରଚାର କରୁଛନ୍ତି । ହାରିବା ଭୟ ଏତେ ଘାରିଛି ଯେ, ଉଚିତ ଓ ଅନୁଚିତ ମଧ୍ୟରେ ସେ ଫରକ ଜାଣିପାରୁ ନାହାନ୍ତି । ସରକାରୀ କର୍ମଚାରୀମାନଙ୍କୁ ମଧ୍ୟ ଦଳୀୟ ପ୍ରଚାରରେ ଲଗାଇବା ସହ ସରକାରୀ କଳ ଓ ବଳର ଅପବ୍ୟବହାର କରିବାରେ ଲାଗିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଆପତ୍ତିଜନକ ପୋଷ୍ଟ ପାଇଁ ଜେପି ନଡ୍ଡା ଓ ଅମିତ ମାଲବୀୟଙ୍କୁ ସମନ - Code Of Conduct Violation

ବିଜେଡି ଗତ ୨୫ ବର୍ଷ ଧରି ଏଭଳି ମିଥ୍ୟା ପ୍ରଲୋଭନ ଦେଖାଇ ଓଡ଼ିଶାକୁ ଭ୍ରମିତ କରିଥିଲା କିନ୍ତୁ ଏଥର ଓଡ଼ିଶାବାସୀ ଜାଗ୍ରତ ହୋଇଛନ୍ତି । ଯାହାକୁ ବିଜେଡିର ଗୁମାସ୍ତା ସହ୍ୟ ନକରିପାରି ପ୍ରଧାନମନ୍ତ୍ରୀଙ୍କୁ ମିଛୁଆ କହୁଛନ୍ତି । ଗତ ଦୁଇ ଦିନ ତଳେ ୨ କୋଟି ନିଯୁକ୍ତିର ମିଛ କଥା କହି ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀଙ୍କୁ ତାତ୍ସଲ୍ୟ କରିବା ଏବଂ ପରବର୍ତ୍ତୀ ସମୟରେ ଏହି ଭିଡିଓକୁ ସାମାଜିକ ଗଣମାଧ୍ୟମରେ ପ୍ରଚାର ଓ ପ୍ରସାର କରିବା ଦ୍ୱାରା ପାଣ୍ଡିଆନ ‘ଆରପି ଆକ୍ଟ-୧୯୫୧’ ଓ ‘ଆଇଟି ଆକ୍ଟ-୨୦୦୦’କୁ ଅବମାନନା କରିବା ସହ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଖୋଲା ଉଲ୍ଲଂଘନ ମଧ୍ୟ କରିଛନ୍ତି ବୋଲି ସମୀର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 9, 2024, 12:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.