ETV Bharat / state

୨୦ ଜଣ ପାଇବେ ରାଜ୍ୟପାଳ ପୋଲିସ ପଦକ, ଗଣତନ୍ତ୍ର ଦିବସରେ‌ ହେବେ ସମ୍ମାନିତ

author img

By ETV Bharat Odisha Team

Published : Jan 21, 2024, 5:27 PM IST

Republic Day Governor Police Medal: ଗଣତନ୍ତ୍ର ଦିବସ ଅର୍ଥାତ ଜାନୁଆରୀ 26 ତାରିଖରେ ପୋଲିସଙ୍କୁ ମିଳିବ ପୁରସ୍କାର । ୨୦ ଜଣ ପୋଲିସଙ୍କୁ ମିଳିବ ସମ୍ମାନଜନକ ରାଜ୍ୟପାଳ ପଦକ । ଅଧିକ ପଢ଼ନ୍ତୁ

୨୦ଜଣ ପାଇବେ ରାଜ୍ୟପାଳ ପୋଲିସ ପଦକ
୨୦ଜଣ ପାଇବେ ରାଜ୍ୟପାଳ ପୋଲିସ ପଦକ

ଭୁବନେଶ୍ବର: ଗଣତନ୍ତ୍ର ଦିବସ ଅର୍ଥାତ ଜାନୁଆରୀ 26 ତାରିଖରେ ପୋଲିସଙ୍କୁ ମିଳିବ ପୁରସ୍କାର । 2023 ବର୍ଷ ପାଇଁ ପ୍ରକାଶ ପାଇଛି ରାଜ୍ୟପାଳ ପୋଲିସ ପଦକ ତାଲିକା । ଜାନୁୟାରୀ ୨୬ ରେ 7ଟି କାଟାଗୋରୀରେ ୨୦ ଜଣ ପୋଲିସଙ୍କୁ ମିଳିବ ସମ୍ମାନଜନକ ରାଜ୍ୟପାଳ ପଦକ । ଏନେଇ ପ୍ରକାଶିତ ହୋଇଛି ରାଜ୍ୟପାଳ ପୋଲିସ ପଦକ ତାଲିକା ।

2023 ବର୍ଷ ପାଇଁ ସମ୍ମାନଜନକ ରାଜ୍ୟପାଳ ପୋଲିସ ପଦକ ନେଇ ତାଲିକା ଘୋଷଣା ହୋଇଛି । ପ୍ରକାଶ ପାଇଥିବା ରାଜ୍ୟପାଳ ପୋଲିସ ପଦକ ତାଲିକାରେ ଅଛନ୍ତି ୨ ଜଣ ଆଇଜି, ୨ଜଣ ଏସପିଙ୍କ ସହ ମୋଟ ୨୦ ଜଣ ପୋଲିସ କର୍ମଚାରୀ । ଏଥର ଗଣତନ୍ତ୍ର ଦିବସରେ ପୋଲିସମାନଙ୍କୁ ସମ୍ମାନିତ କରିବେ ରାଜ୍ୟପାଳ ରଘୁବର ଦାସ । ଏନେଇ ପ୍ରଥମ କାଟାଗୋରୀରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ ପୋଲିସ ପଦକ ତାଲିକାରେ ରହିଛନ୍ତି । ସେହିପରି ୨ୟ କାଟାଗୋରୀରେ ଗଞ୍ଜାମ ଏସପି ଜଗମୋହନ ମୀନାଙ୍କ ସହ ସମ୍ବଲପୁର ଏସପି ମୁକେଶ ଭାମୁ ମଧ୍ୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

ସେପଟେ ୩ୟ କାଟାଗୋରୀରେ ଅଛନ୍ତି ଏସିପି ମାନସ ଗଡନାୟକ । ମାନସ ଦୀର୍ଘଦିନ ଧରି ରାଜଧାନୀରେ ଥାନାଧିକାରୀଠୁ ଏସିପି ପର୍ଯ୍ୟନ୍ତ କାମ କରିଆସୁଛନ୍ତି । ସେହିପରି ବରିଷ୍ଠ ଓପିଏସ ତଥା ବିଜୁ ପଟ୍ଟନାୟକ ପୋଲିସ ଟ୍ରେନି ଏକାଡେମୀର ଅତିରିକ୍ତ ଏସପି ଉଦୟଭାନୁ ମିଶ୍ର ମଧ୍ୟ ରାଜ୍ୟପାଳଙ୍କ ଠାରୁ ଏହି ପୁରସ୍କାର ପାଇବେ । ସେହିପରି କାଟାଗୋରୀ ୪ରେ କ୍ରାଇମବ୍ରାଞ୍ଚର ଚର୍ଚ୍ଚିତ ଡାଏନାମିକ ଇନ୍ସପେକ୍ଟର ଇନିଲ ଆନନ୍ଦ, ଗଂଜାମ ପାଟପୁର ଥାନା ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲ, ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନ୍ସପେକ୍ଟର ହେମାମାଳିନୀ ନାୟକ ପ୍ରମୁଖ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....77th Independence Day: ସେବା ପାଇଁ ୨୮ ଅଧିକାରୀଙ୍କୁ ପୋଲିସ ପଦକ

ତେବେ କ୍ୟାଟାଗୋରୀ ୫ରେ ରାଉରକେଲାର ସବ ଇନସ୍ପେକ୍ଟର ଦିଲ୍ଲୀପ ନାୟକ, ଭୁବନେଶ୍ବର କମିଶନରେଟ ପୋଲିସ ଏସଆଇ ଯୁଗଳ ଚରଣ ସ୍ବାଇଁଙ୍କ ସହ ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଏସଆଇ ସଂଜୟ ପଟ୍ଟନାୟକ ରାଜ୍ୟପାଳ ପୋଲିସ ପଦକ ପାଇଁ ମନୋନୀତ ହୋଇଛନ୍ତି । କ୍ୟାଟାଗୋରୀ ୬ରେ ଏଏସଆଇ ବିକାଶ ପାତ୍ରଙ୍କ ସହ ପ୍ରଜାପତି ମେହେର ଓ ପ୍ରଶାନ୍ତ ବିଶ୍ବାଳ ଏହି ସମ୍ମାନଜନକ ପୋଲିସ ପଦକ ପାଇବେ । ସେହିପରି କାଟାଗୋରୀ ୭ ରେ କନଷ୍ଟେବଳ ରମେଶ ସାହୁ, ସନାତନ ସାହୁ, ନରେଶ ଚୌଧୁରୀଙ୍କ ସମେତ ସିପାହୀ ବିଶ୍ବକର୍ମା ମୁଣ୍ଡା ଓ କେଦାରନାଥ ମିଶ୍ର ମଧ୍ୟ ରାଜ୍ୟପାଳ ପୋଲିସ ପଦକ ସମ୍ମାନରେ ସମ୍ମାନିତ ହେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.