ETV Bharat / state

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଅଢ଼େଇ ବର୍ଷର ଆରାଧ୍ୟା ସାମଲ - IBR achiever Aaradhya Samal

author img

By ETV Bharat Odisha Team

Published : Jun 20, 2024, 6:28 AM IST

Rourkela Girl IBR achiever: ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ରାଉରକେଲାର ଅଢ଼େଇ ବର୍ଷର ଝିଅ ଆରାଧ୍ୟା ସାମଲ। ଜାଣନ୍ତୁ ଆରାଧ୍ୟାଙ୍କ ଟ୍ୟାଲେଣ୍ଟ ଆଉ ତାଙ୍କ ସଫଳତା ବିଷୟରେ।

Rourkela Girl IBR achiever
Rourkela Girl IBR achiever (ETV Bharat Odisha)

ରାଉରକେଲା: ଚର୍ଚ୍ଚାରେ ଆଢ଼େଇ ବର୍ଷର କୁନି ଝିଅ ଆରାଧ୍ୟା । ରାଉରକେଲା ପାଇଁ ଗର୍ବ ଆଣିଛନ୍ତି କୁନି ଝିଅ ଆରାଧ୍ୟା ସାମଲ । ମାତ୍ର ଅଢେଇ ବର୍ଷ ବୟସରେ ଆରାଧ୍ୟା ନିଜ ନାମକୁ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସାମିଲ କରିପାରିଛନ୍ତି । ତେବେ ଏତେ ଛୋଟ ବୟସରେ ଏତେ ବଡ଼ ସଫଳତା ପାଇ ଆରାଧ୍ୟା ନିଜ ପରିବାର ପାଇଁ ଗର୍ବ ଆଣିବା ସହିତ ଜିଲ୍ଲା ତଥା ରାଜ୍ୟ ପାଇଁ ଗର୍ବ ଆଣିପାରିଛନ୍ତି । ଭାରତବର୍ଷର ସବୁଠାରୁ କୁନି ଝିଅ ଭାବରେ ଏହି ରେକର୍ଡ ନିଜ ନାଁରେ କରିଛନ୍ତି ଆରାଧ୍ୟା । ଇଣ୍ଡିଆ ବୁକ୍ ଅଫ ରେକର୍ଡର ‘ଆଇବିଆର ଆଚିଭର' ହୋଇ ପାରିଛନ୍ତି ଆରାଧ୍ୟା ।

ରାଉରକେଲା ସହରର ସେକ୍ଟର-୧୫ସ୍ଥିତ ବି-୧ରେ ରହୁଥିବା ସତ୍ୟବ୍ରତ ସାମଲ ଓ ବୀଣାପାଣିଙ୍କ ଝିଅ ହେଉଛନ୍ତି ଆରାଧ୍ୟା ସାମଲ । ଆରାଧ୍ୟା ୧୫ ନଭେମ୍ବର ୨୦୨୧ରେ ଜନ୍ମଗ୍ରହଣ କରିଥିଲେ । ଏତେ କମ ବୟସରୁ ଅନେକ ଜିନିଷକୁ ଚିହ୍ନଟ କରି କମାଲ ଦେଖାଇଛନ୍ତି ଆରାଧ୍ୟା । ସବୁଠାରୁ କମ ବୟସରେ ଆରାଧ୍ୟା ଏହି ରେକର୍ଡରେ ଭିତରେ ରହିଛି ସବୁଠାରୁ କମ ବୟସରେ ମଣିଷ ଶରୀରର ୧୪ଟି ଅଙ୍ଗକୁ ଚିହ୍ନଟ କରିବା, ୯ଟି ପଶୁ, ୫ ପ୍ରକାରର ପରିବା, ୯ ପ୍ରକାରର ଫଳ, ୫ଟି ରଙ୍ଗ ବିଷୟରେ କହିବା, ୧ରୁ ୧୦ ନମ୍ବର କହିବା, ୩ଟି ଇଂରାଜୀ ପଦ୍ୟ ଗାନ କରିବା, ସପ୍ତାହର ସବୁ ଦିନ କହିବା, ୮ଟି ଦେଶର ନାମ କହିବା ଇଂରାଜୀ ଆଲଫାବେଟକୁ କ୍ରମାନ୍ବୟରେ କହିବା ଓ ୨୯ଟି ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର ଦେଇ ଏହି ସଫଳତା ପାଇ ପାରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. IWF ୱାର୍ଲଡ ୟୁଥ ୱେଟଲିପ୍ଟିଂ ଚମ୍ପିଆନସିପରେ ଓଡିଶା ଝିଅଙ୍କ କମାଲ, ସ୍ୱର୍ଣ୍ଣ ପଦକ ସହ ବିଶ୍ୱ ରେକର୍ଡ - IWF world youth championships 2024

ଏଭଳି ଜଣେ କୁନି ଶିଶୁଙ୍କ ବିଚକ୍ଷଣ ପ୍ରତିଭା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିଲା । ତାଙ୍କର ଏହି ପ୍ରତିଭାକୁ ନେଇ ଅଭିଭାବକଙ୍କ ପକ୍ଷରୁ ଏହି ପ୍ରତିଯୋଗିତାରେ ସାମିଲ ପାଇଁ ପଞ୍ଜିରଣ କରାଯାଇଥିଲା । ଇଣ୍ଡିଆ ବୁକ୍ ଅଫ ରେକର୍ଡର ଫରିଦାବାଦ କାର୍ଯ୍ୟାଳୟ ପକ୍ଷରୁ ଏହି ରେକର୍ଡ ଲାଗି ହୋଇଥିବା ପରୀକ୍ଷାରେ ଆରାଧ୍ୟା ସଫଳ ହେବା ସହ ଏ ସମ୍ପର୍କିତ ପ୍ରମାଣପତ୍ର ବା ସାର୍ଟିଫିକେଟ ପାଇଛନ୍ତି ଏହି ସଫଳତାକୁ ନେଇ ଆରାଧ୍ୟା ଏବଂ ତାଙ୍କ ଅଭିଭାବକଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ତେବେ ଆରାଧ୍ୟାଙ୍କର ଏହି ସଫଳତାରେ ତାଙ୍କ ମାଆ ବୀଣାପାଣି ଜେନାଙ୍କ ସମେତ ଅନ୍ୟ ପରିବାର ସଦସ୍ୟଙ୍କ ସହଯୋଗ ଥିବା ତାଙ୍କ ମାଆ କହିଛନ୍ତି । ତେବେ ଝିଅର ଏହି ସପଳତାରେ ଘର ଲୋକ ନିଜର ଖୁସି ବ୍ୟକ୍ତ କରିଥିବା ବେଳେ ଏହା ତାଙ୍କ ସଫଳତାର ପ୍ରଥମ ସିଡି ଭାବରେ ରହିବ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.