ETV Bharat / state

ଲୋକଙ୍କୁ ମିଳିବ ବିପର୍ଯ୍ୟୟ ଜନିତ ପୂର୍ବ ସୂଚନା, ୨ଟି ପ୍ରମୁଖ ଅନୁଷ୍ଠାନ ସହ ବୁଝାମଣାପତ୍ର ସ୍ୱାକ୍ଷର କଲା OSDMA

author img

By ETV Bharat Odisha Team

Published : Mar 6, 2024, 10:36 PM IST

MOU Signed By OSDMA : ଆଜି ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କେରଳର ଅମୃତା ବିଶ୍ଵ ବିଦ୍ୟାପୀଠମ ଓ ବ୍ୟାଙ୍କକ ସ୍ଥିତ ରାଇମସ ଅନୁଷ୍ଠାନ ସହିତ ୨ଟି ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି । ଲୋକମାନେ ପ୍ରାଥମିକ ଆଗୁଆ ସତର୍କ ସୂଚନାର ପ୍ରସାରଣକୁ ଦେଖି ପାରିବେ । ଅଧିକ ପଢନ୍ତୁ

ଲୋକଙ୍କୁ ମିଳିବ ବିପର୍ଯ୍ୟୟ ଜନିତ ପୂର୍ବ ସୂଚନା, ୨ଟି ପ୍ରମୁଖ ଅନୁଷ୍ଠାନ ସହ ବୁଝାମଣାପତ୍ର ସ୍ୱାକ୍ଷର କଲା OSDMA
ଲୋକଙ୍କୁ ମିଳିବ ବିପର୍ଯ୍ୟୟ ଜନିତ ପୂର୍ବ ସୂଚନା, ୨ଟି ପ୍ରମୁଖ ଅନୁଷ୍ଠାନ ସହ ବୁଝାମଣାପତ୍ର ସ୍ୱାକ୍ଷର କଲା OSDMA

ଭୁବନେଶ୍ବର: ଏଣିକି ପ୍ରାକୃତିକ ବିପର୍ଯ୍ୟୟ ହେଲେ ଜନସାଧାରଣଙ୍କୁ ମିଳିପାରିବ ଆଗୁଆ ସୂଚନା । ଏଥିପାଇଁ ଆଜି ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କେରଳର ଅମୃତା ବିଶ୍ଵ ବିଦ୍ୟାପୀଠମ ଓ ବ୍ୟାଙ୍କକ ସ୍ଥିତ ରାଇମସ ଅନୁଷ୍ଠାନ ସହିତ ୨ଟି ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି । କେରଳର ଅମୃତା ବିଶ୍ଵ ବିଦ୍ୟାପୀଠମ ସହିତ ଭୂସ୍ଖଳନ ବିପର୍ଯ୍ୟୟ ପରିଚାଳନା ସଂପର୍କିତ ଓ ବ୍ୟାଙ୍କକ ସ୍ଥିତ ରାଇମସ ଅନୁଷ୍ଠାନର ସହିତ ବହୁମୁଖୀ ପ୍ରଭାବ ଆଧାରିତ ବିପର୍ଯ୍ୟୟ ପୂର୍ବାନୁମାନ ସଂପର୍କରେ ଏମଓୟୁ ହୋଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓସଡମାର ପରିଚାଳନା ନିର୍ଦ୍ଦେଶକ ସତ୍ୟବ୍ରତ ସାହୁଙ୍କ ଉପସ୍ଥିତିରେ ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି । ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏହା ଅନୁଷ୍ଠିତ ହୋଇଛି ।

ପ୍ରାଥମିକ ଆଗୁଆ ସତର୍କ ସୂଚନାର ପ୍ରସାରଣ କରାଇବା ସହ ଓଡ଼ିଶାର ଜନସାଧାରଣଙ୍କୁ ଏହାର ପୂର୍ବାନୁମାନ ଦର୍ଶାଇବ । ଏହି ଚୁକ୍ତିନାମାକୁ ଓସଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁସ୍ମିତା ବେହେରା ଏବଂ ଅମୃତା ବିଶ୍ଵ ବିଦ୍ୟାପୀଠମର ନିର୍ଦ୍ଦେଶକ ଡଃ. ମନିଷା ବିନୋଦିନୀ ରମେଶ ସ୍ବାକ୍ଷର କରିଛନ୍ତି । ସେହିପରି ରାଇମସ ଅନୁଷ୍ଠାନ ସହିତ ସ୍ବାକ୍ଷରିତ ବୁଝାମଣା ପତ୍ରରେ ଓଏସଡିଏମଏର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁସ୍ମିତା ବେହେରା ଏବଂ ରାଇମସ ପକ୍ଷରୁ ବରିଷ୍ଠ ଉପଦେଷ୍ଟା ଡଃ. କେ. ଜେ ରମେଶ ବୁଝାମଣା ପତ୍ରରେ ସ୍ବାକ୍ଷର କରିଛନ୍ତି । ଏହା ଫଳରେ ବହୁମୁଖୀ ପ୍ରଭାବ ଆଧାରିତ ବିପର୍ଯ୍ୟୟ ପୂର୍ବାନୁମାନ ଜନସାଧାରଣଙ୍କ ନିକଟରେ ପହଞ୍ଚିବ । ବିଶ୍ବବ୍ୟାଙ୍କ ସମର୍ଥିତ ଓଡ଼ିଶା ରାଜ୍ୟ ସାମର୍ଥ୍ୟ ଓ ସହନଶୀଳ ଅଭିବୃଦ୍ଧି କାର୍ଯ୍ୟକ୍ରମ ବା ଓଏସସିଆରଜିପି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଜ୍ଞାନକେୌଶଳ ପ୍ରଦାନ କରିବ । ବ୍ୟବସ୍ଥାକୁ ସମନ୍ବିତ କରିବାରେ ରାଇମସ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ସହାୟକ ହେବ ।

ଏହା ମଧ୍ୟ ପଢନ୍ତୁ .... ଘର ପାଲଟିଛି ଖବର କାଗଜ ସଂଗ୍ରହାଳୟ, ଦେଶ ବିଦେଶର ୬୧୫୮ଖଣ୍ଡ ପେପର୍ ସାଇତିଛନ୍ତି ବିମଳ

ଏହି ସହଭାଗିତା ସରକାରଙ୍କର ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତିକୁ ସୁଦୃଢ କରିବା ସହ ଓଡ଼ିଶାର ଜନସାଧାରଣଙ୍କୁ ବିପର୍ଯ୍ୟୟର ପୂର୍ବାନୁମାନ ତଥା ପ୍ରାରମ୍ଭିକ ଚେତାବନୀ ଦର୍ଶାଇପାରିବ । ଓଡ଼ିଶାର ଜନସାଧାରଣଙ୍କୁ ବିପର୍ଯ୍ୟୟ ପ୍ରସ୍ତୁତିର ମୁଖ୍ୟସ୍ରୋତରେ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରି ସଶକ୍ତ ଓଡିଶା ଗଠନ କରିବାରେ ଏହା ସହାୟକ ହେବ । ବୁଝାମଣା ପତ୍ରଗୁଡ଼ିକ ସରକାରଙ୍କ ମିଶନ ଜିରୋ କାଜୁଆଲିଟି ଏବଂ ପ୍ରତ୍ୟେକ ଜୀବନ ମୂଲ୍ୟବାନ ଉଦ୍ୟମକୁ ସଫଳ କରାଇବା ଦିଗରେ ସଚେଷ୍ଟିତ ହେବ ।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟ ଭାବେ ପରିଚିତ ହୋଇଛି । ବିପର୍ଯ୍ୟୟ ପ୍ରାକ ପ୍ରସ୍ତୁତି, ବିପର୍ଯ୍ୟୟ ପରିଚାଳନା, ବିପର୍ଯ୍ୟୟ ପରବର୍ତ୍ତୀ ପଦକ୍ଷେପ କିମ୍ବା ବିପର୍ଯ୍ୟୟ ମୁକାବିଲା ରଣନୀତି ଆପଣାଇବାରେ ଆମେ ପ୍ରତ୍ୟେକ ଥର ଆମର ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛୁ । ସ୍ବାକ୍ଷରିତ ବୁଝାମଣା ପତ୍ର ବିପର୍ଯ୍ୟୟ ପ୍ରସ୍ତୁତି ଦିଗରେ ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପରିଚାଳନା ନିର୍ଦ୍ଦେଶକ ସତ୍ୟବ୍ରତ ସାହୁ କହିଛନ୍ତି ଯେ, ଓଡିଶା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ସୁନାମ ଅର୍ଜନ କରିଛି । ଆଜିର ସ୍ବାକ୍ଷରିତ ଉଭୟ ବୁଝାମଣାପତ୍ର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହାର କାର୍ଯ୍ୟକାରିତା ପାଇଁ ସେ ସମସ୍ତ ଅଂଶୀଦାରଙ୍କ ସହଯୋଗ କାମନା କରିଛନ୍ତି । ଏହି ବୁଝାମଣାପତ୍ର ସ୍ବାକ୍ଷର ଅବସରରେ ଓସଡମାର ସ୍ବତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜ୍ଞାନ ଦାସ ଉପସ୍ଥିତ ଥିବା ବେଳେ ସାଧାରଣ ପରିଚାଳକ ସୁମିତା ଜେନା ଧନ୍ୟବାଦ ଅର୍ପଣ କରିଛନ୍ତି ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.