ETV Bharat / state

ମୃତ୍ୟୁର ଯନ୍ତା ପାଲଟିଲା ଶୌଚାଳୟ ଟାଙ୍କି, ଶ୍ବାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ସହ ଘର ମାଲିକ ମୃତ - labours died inside Toilet tank - LABOURS DIED INSIDE TOILET TANK

Labours died inside Toilet tank: ଶୌଚାଳୟ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ 3ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର । ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅଞ୍ଚଳରେ ଘଟିଛି ଅଘଟଣ । ଅଧିକ ପଢନ୍ତୁ

labours died inside Toilet tank
labours died inside Toilet tank (Etv Bharat)
author img

By ETV Bharat Odisha Team

Published : Aug 24, 2024, 1:48 PM IST

Updated : Aug 24, 2024, 2:00 PM IST

ସମ୍ବଲପୁର: ନିର୍ମାଣାଧୀନ ଶୌଚାଳୟ ଟାଙ୍କିରେ ଚାଲିଗଲା 2 ଶ୍ରମିକଙ୍କ ଜୀବନ । ସେଣ୍ଟ୍ରିିଂ ଖୋଲିବାକୁ ଶୌଚାଳୟ ଟାଙ୍କିରେ ପ୍ରବେଶ କରିବା ପରେ ଶ୍ବାସରୁଦ୍ଧ ହୋଇ 2 ଶ୍ରମିକଙ୍କ ସହ ଘର ମାଲିକର ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ପୁକୁଡା ଗାଁରେ । ଅନ୍ୟ ଜଣେ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ତିନି ମୃତକ ହେଉଛନ୍ତି ଶ୍ରୀକାନ୍ତ ମୁଣ୍ଡା (35), ଭରତ ରଣା (28) ଓ ବସନ୍ତ ଦେହୁରୀ (37) । ଗୁରୁତର ଥିବା ସିଦ୍ଧାର୍ଥ ମୁଣ୍ଡାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

  • ଶ୍ରମିକଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ଘର ମାଲିକର ଜୀବନ :

ଜମେନକିରା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ 9 ଟା ସମୟରେ ଏହି ଘଟଣା ଘଟିଛି । ପୁକୁଡା ଗାଁର ବସନ୍ତ ଦେହୁରୀଙ୍କ ଏକ ନିର୍ମାଣାଧୀନ ଶୌଚାଳୟ ଟାଙ୍କିର ସେଣ୍ଟ୍ରିଂ ଖୋଲିବାକୁ ଶ୍ରୀକାନ୍ତ ମୁଣ୍ଡା, ଭରତ ରଣା ଓ ସିଦ୍ଧାର୍ଥ ମୁଣ୍ଡା ଶୌଚାଳୟ ଟାଙ୍କି ଭିତରକୁ ପ୍ରବେଶ କରିଥିଲେ l ପଶୁ ପଶୁ 2ଜଣ ଶ୍ରମିକ ଚେତାଶୂନ୍ୟ ହୋଇପଡିଥିଲେ । ଏହା ଦେଖି ଘର ମାଲିକ ବସନ୍ତ ଦେହୁରୀ ମଧ୍ୟ ଟାଙ୍କିକୁ ପଶିଥିଲେ । ଏହାପରେ ସେ ମଧ୍ୟ ଟାଙ୍କି ମଧ୍ୟରେ ଚେତା ହରାଇଥିଲେ । ଏହା ଜାଣିବା ପରେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଟାଙ୍କିରୁ ଉଦ୍ଧାର କରି ସ୍ଥାନୀୟ ଜମେନକିରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ l ହସ୍ପିଟାଲରେ 3 ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ବେଳେ ଗୁରୁତର ସିଦ୍ଧାର୍ଥ ମୁଣ୍ଡଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ-ପାଇଖାନା ଟାଙ୍କି ନେଲା ଜୀବନ, ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ଏହା ମଧ୍ୟ ପଢନ୍ତୁ :- ସଂରକ୍ଷଣ ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲୁ; ବାଚସ୍ପତିଙ୍କ ପୋଡ଼ିଅମ ଉପରକୁ ଚଢ଼ିବାକୁ ବିରୋଧୀଙ୍କ ଉଦ୍ୟମ, କ୍ଷମା ଦାବି କଲା ବିଜେପି, ଦିନ ୪ଟା ଯାଏଁ ମୃହ ମୁଲତବୀ - reservation issue Odisha Assembly

  • ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ଶ୍ରମିକଙ୍କ ମୃତ୍ୟୁ ହେବା ଘଟଣା ପ୍ରଥମ ନୁହେଁ । ପୂର୍ବରୁ ଏମିତି ଏନେକ ଘଟଣା ନଜିର ରହିଛି । ଗତବର୍ଷ ଜୁଲାଇ ମାସରେ ଭୁବନେଶ୍ବରରେ ସ୍ବରେଜ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ 2 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ନିର୍ମାଣାଧୀନ ଶୌଚାଳୟ ଟାଙ୍କି ସେଣ୍ଟ୍ରିଂ ଖୋଲିବା ବେଳେ ଏହି ଅଘଟଣ ଘଟିଥିଲା ।

ଇଟିଭି ଭାରତ, ସମ୍ବଲପୁର

Last Updated : Aug 24, 2024, 2:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.