ETV Bharat / state

ମୋହନ ସରକାରର ପ୍ରଥମ ବିଧାନସଭା ବଜେଟ ଅଧିବେଶନ; ଶାସକ ଦଳକୁ ଘେରିବାକୁ ବିରୋଧି ପ୍ରସ୍ତୁତ, କଣ ରହିଛି ନୂଆ ସରକାର ଆଗରେ ଚ୍ୟାଲେଞ୍ଜ ? - Odisha Assembly Budget Session - ODISHA ASSEMBLY BUDGET SESSION

Odisha Assembly Budget Session: ଆଜିଠୁ ବିଧାନସଭା ବଜେଟ ଅଧିବେଶନ । ବିଜେପି ସରକାର ଗଠନ ହେବା ପରେ ଆଗତ ହେବ ପ୍ରଥମ ବଜେଟ । ପ୍ରଥମ ଥର ବିରୋଧି ଭୂମିକାରେ ନଜର ଆସିବ ବିଜେଡି । ଅଧିକ ପଢନ୍ତୁ

Odisha Assembly Budget Session
Odisha Assembly Budget Session (ETV BHARAT ODISHA)
author img

By ETV Bharat Odisha Team

Published : Jul 22, 2024, 8:34 AM IST

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ପ୍ରଥମ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ମୋହନ ସରକାରଙ୍କ ଆଗରେ ରହିଛି ଅନେକ ଚ୍ୟାଲେଞ୍ଜ । 25 ତାରିଖରେ2024-25 ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍କ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମ ଥର ବିରୋଧି ଭୂମିକାରେ ନଜର ଆସିବ ବିଜେଡି । ଶାସକ ଦଳକୁ ପ୍ରଶ୍ନ ବାଣରେ ଘେରିବାକୁ ପ୍ରସ୍ତୁତ ଉଭୟ ବିଜେଡି ଓ କଂଗ୍ରେସ । ବିଧାନସଭାରେ ବିରୋଧିଙ୍କୁ କପରି ସାମ୍ନା କରୁଛି ବିଜେପି ତା ଉପରେ ସମସ୍ତଙ୍କ ନଜର । ଆଜି ଦିନ 11ଟାରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ଏହାପରେ ଧନ୍ୟବାଦ ପ୍ରସ୍ତାବ ଆସିବ ।

ପ୍ରଥମ ଥର ବିରୋଧି ଭୂମିକାରେ ବିଜେଡି: ରାଜ୍ୟରେ 24 ବର୍ଷ ଶାସନ ଗାଦିରେ ବସିବା ପରେ ପ୍ରଥମ ଥର ପାଇଁ ବିଧାନସଭାରେ ବିରୋଧି ଭୂମିକାରେ ନଜର ଆସିବ ବିଜେଡି । ମୁଖ୍ୟ ବିରୋଧି ଦଳ ଭାବେ ଅବତ୍ତୀର୍ଣ୍ଣ ହୋଇଛି ବିଜୁ ଜନତା ଦଳ । ସେହିପରି ବିରୋଧୀ ଦଳ ନେତା ଭାବେ ନଜର ଆସିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୃହରେ ଏଥର କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିବ ବୋଲି ଆକଳନ କରାଯାଉଛି । ଶକ୍ତିଶାଳୀ ବିରୋଧି ଦଳକୁ ମୋହନ ସରକାର କିପରି ସାମ୍ନା କରୁଛି ତା ଉପରେ ସମସ୍ତଙ୍କ ନଜର ।

ଏହା ମଧ୍ୟ ପଢନ୍ତୁ-ମୋହନ ସରକାରର ପ୍ରଥମ ବଜେଟ ଅଧିବେଶନ; ସହଯୋଗ ଲୋଡ଼ିଲେ ବାଚସ୍ପତି - All Party Meeting

ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧି: ରାଜ୍ୟରେ ବିଜେପି ସରକାର ଗଠନ ହେବାର ପାଖାପାଖି 40 ଦିନ ହୋଇଛି । ଏହାରି ମଧ୍ୟରେ ସରକାର ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି । ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଓ ରତ୍ନ ଭଣ୍ଡାର ଖୋଲିବା ପରି ବଡ ବଡ ପଦକ୍ଷେପ ନେଇଛନ୍ତି । ରାଜ୍ୟପାଳଙ୍କ ପୁଅ ବିବାଦ ପ୍ରସଙ୍ଗ, ଧାନ ଏମଏସପି 31ଶହକୁ ବୃଦ୍ଧି, ମହାପ୍ରଭୁ ବଳଭଦ୍ର ପଡିଯିବା ଘଟଣା ଓ ରାଜ୍ୟରେ ମାଗଣା ବିଜୁଳି ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ବିଜେଡି ଓ କଂଗ୍ରେସ ।

ବିରୋଧୀଙ୍କୁ କାଉଣ୍ଟର କରିବାକୁ ଶାସକ ଦଳ ପ୍ରସ୍ତୁତ: ବିଜେପି ସରକାରରେ ପ୍ରଥମ ବିଧାନସଭା ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି। ତେଣୁ ବିଧାନସଭାରେ ଶାସକ ଦଳ ଭାବେ କେଉଁ କେଉଁ ପ୍ରସଙ୍ଗ ଉଠାଇବ ସେ ନେଇ ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି। ବିରୋଧୀଙ୍କୁ କେମିତି କାଉଣ୍ଟର କରାଯିବ ସେ ନେଇ ବି ବିଧାୟକଙ୍କୁ ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିରୋଧୀଙ୍କୁ କାଉଣ୍ଟର କରିବାକୁ ଶାସକ ଦଳର ରଣନୀତି ପ୍ରସ୍ତୁତ। ଶାସକ ଦଳର ନୂଆ ଅଭିଜ୍ଞତା ନେଇ ଗୃହ ଚାଲିବ,ଆମେ ପୁରା ପ୍ରସ୍ତୁତ ରହିଛୁ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ବଜେଟ ଅଧିବେଶନ ପୂର୍ବରୁ ଗତକାଲି ବସିଥିଲା ସର୍ବଦଳୀୟ ବୈଠକ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବୈଛକରେ ସାମିଲ ହୋଇଥିବା ବେଳେ କଂଗ୍ରେସର କୌଣସି ବିଧାକ ବୈଠକରେ ସାମିଲ ହୋଇନଥିଲେ । ବୈଠକରେ ଯୋଗ ଦେବାପାଇଁ ବିରୋଧୀ ଦଳ ନେତାଙ୍କୁ ଭେଟି ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ । ହେଲେ ନବୀନ ନିଜେ ନଆସି ବିରୋଧୀ ଦଳ ମୁଖ୍ୟ ସଚେତକଙ୍କୁ ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ ପଠାଇଥିଲେ ।

ବିଧାନସଭା ବଜେଟ ଅଧିବେଶନ କାର୍ଯ୍ୟସୂଚୀ: ଓଡିଶା ବିଧାନସଭାର ସପ୍ତଦଶ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଅଧିବେଶନରେ ମୋଟ 27 କାର୍ଯ୍ୟ ଦିବସ ରହିଛି । ସେପ୍ଟେମ୍ବର 13 ତାରିଖ ପର୍ଯ୍ୟନ୍ତ ବିଧାନସଭାର କାର୍ଯ୍ୟ ଅବଧି ରହିଛି । ଆଜି ରାଜ୍ୟପାଳ ରଘୁବର ଦାସ ଗୃହରେ ଅଭିଭାଷଣ ରଖିବେ । ନୂଆ ସରକାରଙ୍କ ଆଭିମୁଖ୍ୟ, ଯୋଜନା ବାବଦରେ ରାଜ୍ୟପାଳଙ୍କ ଅଭିଭାଷଣରୁ ସ୍ପଷ୍ଟ ସୂଚନା ମିଳିବ । 23 ତାରିଖରେ ଉପବାଚସ୍ପତି ନିର୍ବାଚନ ଘୋଷଣା ହେବ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ 23 ଓ 24 ତାରିଖ ଦୁଇଦିନ ଚର୍ଚ୍ଚାରେ ସରଗରମ ହେବ ଗୃହ । 24 ତାରିଖରେ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । 25 ତାରିଖରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2024/25 ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରିବେ । 26 ତାରିଖରେ ଅନ୍ୟାନ୍ୟ ଅଫିସିଆଲ କାର୍ଯ୍ୟକ୍ରମ ଥିବାବେଳେ 27 ଓ 28 ତାରିଖ ଶନିବାର ଓ ରବିବାର ପଡୁଥିବାରୁ ଛୁଟି ରହିବ ବିଧାନସଭା । ସେହିପରି ଜୁଲାଇ 29ରୁ 31 ତାରିଖ ଯାଏଁ ବଜେଟ ଉପରେ ସାଧାରଣ ଆଲୋଚନା ହେବ । ଅଗଷ୍ଟ 20 ତାରିଖରୁ ଦ୍ବିତୀୟ ପର୍ଯ୍ୟାୟରେ ବିଧାନସଭାର ଅଧିବେଶନ ଆରମ୍ଭ ହେବ । ସେପ୍ଟେମ୍ବର 10 ତାରିଖରେ ଚଳିତ ଆର୍ଥିକବର୍ଷର ବ୍ୟୟ ମଞ୍ଜୁରୀ ବିଲ୍‌ ଉପସ୍ଥାପିତ ହେବ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.