ETV Bharat / state

ଖୋର୍ଦ୍ଧା ଜିଲ୍ଲାରେ ୧୬ ଅତିରିକ୍ତ ମତଦାନ କେନ୍ଦ୍ର ଗଠିତ - 16 Auxiliary Polling Stations - 16 AUXILIARY POLLING STATIONS

16 Auxiliary Polling Stations: ଖୋର୍ଦ୍ଧା ଜିଲ୍ଲାରେ ଗଠିତ ହୋଇଛି ୧୬ ଅତିରିକ୍ତ ମତଦାନ କେନ୍ଦ୍ର । ଏନେଇ ପଠାଯାଇଥିବା ପ୍ରସ୍ତାବକୁ ନିର୍ବାଚନ କମିଶନ ଅନୁମୋଦନ କରିଛନ୍ତି । ଅଧିକ ପଢନ୍ତୁ

Polling Stations
Polling Stations
author img

By ETV Bharat Odisha Team

Published : Apr 13, 2024, 11:04 PM IST

ଖୋର୍ଦ୍ଧା: ଜିଲ୍ଲାରେ ୧୬ ଅତିରିକ୍ତ ମତଦାନ କେନ୍ଦ୍ର ଗଠିତ ହୋଇଛି । ଭୁବନେଶ୍ୱର ମଧ୍ୟରେ ଗୋଟିଏ, ଭୁବନେଶ୍ୱର ଉତ୍ତରରେ ୫ଟି, ଏକାମ୍ର ଭୁବନେଶ୍ୱରରେ ୯ଟି ଏବଂ ଖୋର୍ଦ୍ଧା ବିଧାନସଭା ଅଧୀନରେ ଗୋଟିଏ ଅତିରିକ୍ତ ମତଦାନ କେନ୍ଦ୍ର ସୃଷ୍ଟି ହୋଇଛି । ଏହି ୪ଟି ବିଧାନସଭା କ୍ଷେତ୍ରରେ ମୋଟି ୯୩୨ଟି ମତଦାନ କେନ୍ଦ୍ର ଥିବାବେଳେ ଆଉ ୧୬ଟି ଅତିରିକ୍ତ ବୁଥ୍‌ ବୃଦ୍ଧି ହେବା ଦ୍ୱାରା ମୋଟ ବୁଥ୍‌ ସଂଖ୍ୟା ୯୪୮ରେ ପହଞ୍ଚିଛି । ସହରାଞ୍ଚଳରେ ୧୬ ଶହରୁ ଅଧିକ ମତଦାତା ରହିଛନ୍ତି । ଗ୍ରାମାଞ୍ଚଳରେ ୧୫ ଶହରୁ ଅଧିକ ଭୋଟର ଥିବା ପୂର୍ବ ମତଦାନ କେନ୍ଦ୍ରରୁ ପୃଥକ କରାଯାଇ ଏହି ଅତିରିକ୍ତ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି । ଏ ସଂକ୍ରାନ୍ତରେ ବିିଭିନ୍ନ ରାଜନୈତିକ ଦଳ ଏବଂ ଅଂଶୀଦାରମାନଙ୍କ ସହ ହୋଇଥିବା ବିଚାରବିମର୍ଶକୁ ଆଧାର କରି ପଠାଯାଇଥିବା ପ୍ରସ୍ତାବକୁ ନିର୍ବାଚନ କମିଶନ ଅନୁମୋଦନ କରିଛନ୍ତି । ଏହାପରେ ୧୬ଟି ଅତିରିକ୍ତ ମତଦାନ କେନ୍ଦ୍ର ସୃଷ୍ଟି ହୋଇଛି ।

ଏହି ମତଦାନ କେନ୍ଦ୍ରଗୁଡ଼ିକ ପୂର୍ବରୁ ଥିବା କ୍ୟାମ୍ପସ ମଧ୍ୟରେ ହିଁ ରହିବ । ୧୧୨-ଭୁବନେଶ୍ୱର ମଧ୍ୟ ବିଧାନସଭା ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଝାରପଡ଼ା(ବୁଥ୍‌ ନଂ ୧୮୦), ୧୧୩-ଭୁବନେଶ୍ୱର ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କଳାରାହାଙ୍ଗ (ବୁଥ୍‌ ନଂ ୨୩)ରେ କେନ୍ଦ୍ର କରାଯାଇଛି । ସେହିପରି ସରକାରୀ ପ୍ରାଥମିକ ବିଦ୍ୟାଳୟ, ପଟିଆ (ବୁଥ ନଂ ୨୯), ମହର୍ଷି ମହିଳା ମହାବିଦ୍ୟାଳୟ, ଶୈଳଶ୍ରୀବିହାର (ବୁଥ୍‌ ନଂ-୬୯), ସରକାରୀ ପ୍ରାଥମିକ ବିଦ୍ୟାଳୟ, ଜନତାନଗର, ସାଲିଆସାହି (ବୁଥ୍‌ ନଂ-୧୪୫), ସରକାରୀ ଉଚ୍ଚ ବିଦ୍ୟାଳୟ, ପଳାଶୁଣି (ବୁଥ୍‌ ନଂ ୨୨୬)ରହିଛି ।

ଏହା ବି ପଢନ୍ତୁ...ଏଥର ବୟସ୍କଙ୍କ ଲାଗି ହୋମ ଭୋଟିଂ ବ୍ୟବସ୍ଥା, ଜାଣନ୍ତୁ କେଉଁ ରାଜ୍ୟରେ କେତେ ରହିଛନ୍ତି ବୟସ୍କ ଭୋଟର - LOK SABHA ELECTION 2024

ସେହିପରି ୧୧୪-ଏକାମ୍ର ଭୁବନେଶ୍ୱର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସରକାରୀ ଉଚ୍ଚବିଦ୍ୟାଳୟ, ଘାଟିକିଆ (ବୁଥ୍‌ ନଂ-୭ ଓ ୧୨), ସରକାରୀ ଉଚ୍ଚ ବିଦ୍ୟାଳୟ, ଖଣ୍ଡଗିରି (ବୁଥ୍‌ ନଂ ୪୪ ଓ ୪୭), ସରକାରୀ ଉଚ୍ଚ ବିଦ୍ୟାଳୟ, ଡୁମୁଡୁମା ଗ୍ରାମ (ବୁଥ୍‌ ନଂ ୧୨୪ ଓ ୧୨୬), ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଯଦୁପୁର (ବୁଥ୍‌ ନଂ ୧୩୮) ଖୋଲିଛି । ବିଏମ୍‌ ସରକାରୀ ଉଚ୍ଚ ବିଦ୍ୟାଳୟ, ପୁରୁଣା ଭୁବନେଶ୍ୱର (ବୁଥ୍‌ ନଂ ୧୫୧), ସେଣ୍ଟ ଜାଭିୟର ହାଇସ୍କୁଲ, କେଦାରଗୌରୀ (ବୁଥ୍‌ ନଂ-୧୫୭) ଏବଂ ୧୧୭-ଖୋର୍ଦ୍ଧା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗଡ଼ ଖୋର୍ଦ୍ଧା (ବୁଥ୍‌ ନଂ ୪୩)ରେ ଏହିସବୁ ଅତିରିକ୍ତ ବୁଥ୍‌ ଖୋଲିଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.