ETV Bharat / state

ଢେଙ୍କାନାଳରେ ସମର କବି ଓ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ - Ambedkar birth Anniversary

author img

By ETV Bharat Odisha Team

Published : Apr 14, 2024, 8:25 PM IST

B.R Ambedkar birth Anniversary: ଢେଙ୍କାନାଳରେ ପାଳନ ହେଲା 133ତମ ସମର କବି ବ୍ରଜନାଥ ବଡ଼ଜେନା ଏବଂ ଡଃ ବି.ଆର ଆମ୍ବେଦକରଙ୍କ ଜୟନ୍ତୀ । ଅଧିକ ପଢନ୍ତୁ

ଢେଙ୍କାନାଳରେ ସମର କବି ଓ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ଢେଙ୍କାନାଳ: ଆଜି ହେଉଛି ଡଃ ବି. ଆର ଆମ୍ବେଦକର ଏବଂ ସମର କବି ବ୍ରଜନାଥ ବଡ଼ଜେନାଙ୍କ 133ତମ ଜୟନ୍ତୀ । ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟଙ୍କ ପ୍ରତିମୂର୍ତ୍ତୀ ମାଲ୍ୟାର୍ପଣ ପ୍ରଦାନ କରାଯାଇଛି । ପ୍ରଥମେ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅସରରେ ଜିଲ୍ଲାପାଳ ସମର କବିଙ୍କ କୃତିତ୍ବ, ମହାନତା ଓ ସମର କାବ୍ୟର ବିଶେଷତ୍ବ ଉପରେ ନିଜର ଅଭିଭାଷଣ ରଖିଥିଲେ । ଏହାପରେ 6ନଂ ୱାର୍ଡ ସ୍ଥିତ ଶିଶୁ ଉଦ୍ୟାନରେ ଥିବା ସମର କବି ଏବଂ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଡଃ ବି. ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଦିଆଯାଇଥିଲା ।

ଭାରତରତ୍ନ ଆମ୍ବେଦକରଙ୍କ 134ତମ ଜୟନ୍ତୀ ସାରା ଦେଶରେ ପାଳନ ହେଉଛି । ସେ 1891 ଏପ୍ରିଲ 14 ତାରିଖରେ ଜନ୍ମଗ୍ରହଣ କରିଥିଲେ । ଜଣେ ଭାରତୀୟ ଆଇନଜୀବୀ, ଅର୍ଥନୈତିଜ୍ଞ, ସାମାଜିକ-ରାଜନୈତିକ ସଂସ୍କାରକ ଭାବେ ଆମ୍ବେଦକର ବେଶ ଖ୍ୟାତି ଅର୍ଜନ କରିଛନ୍ତି । ଭାରତର ସମ୍ବିଧାନ ପ୍ରଣେତା ଅଟନ୍ତି ଆମ୍ବେଦକର । ସ୍ୱାଧୀନତା ପରବର୍ତ୍ତୀ ଭାରତରେ ତାଙ୍କର ସାମାଜିକ - ରାଜନୈତିକ ଚିନ୍ତାଧାରାକୁ ରାଜନୈତିକ ମହଲରେ ସମ୍ମାନ ଦିଆଯାଉଛି ।

ତେବେ ରାଜ୍ୟ ତଥା ସାରା ଦେଶରେ ତାଙ୍କ ଜୟନ୍ତୀକୁ ପାଳନ କରାଯାଇଛି । ୬ ଡିସେମ୍ବର ୧୯୫୬ରେ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁ ପରେ, ୧୯୯୦ ମସିହାରେ ବାବା ସାହେବଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଓ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ ..... ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କ 134ତମ ଜୟନ୍ତୀ ପାଳିଲେ ଝାରସୁଗୁଡ଼ାବାସୀ - B R Ambedkar Birth Anniversary

ସେପଟେ ଆଜି କଂଗ୍ରେସ, ବିଜେପି ଏବଂ କମ୍ୟୁନିଷ୍ଟ ଭଳି ରାଜନୈତିକ ଦଳ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଏଜି ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରାଯିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସେହିପରି ଝାରସୁଗୁଡ଼ା ସହରର ସୁନାରୀମୁଣ୍ଡା ଛକଠାରେ ଥିବା ଆମ୍ବେଦକର ମୂର୍ତ୍ତିଠାରେ ଆମ୍ବେଦକର ଜୟନ୍ତୀ ପାଳନ କରାଯାଇଛି । ଏଥିରେ ସମସ୍ତ ରାଜନୈତିକ ଦଳ ଯୋଗ ଦେଇଥିବା ବେଳେ ଭିମ୍ ଆର୍ମି, ଲକ୍ଷଘର ସମାଜ, କୋଶଲ୍ ସେନା ପକ୍ଷରୁ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.