ETV Bharat / state

NAC ଦାବିରେ 12 ଘଣ୍ଟିଆ ମନମୁଣ୍ଡା ବନ୍ଦ, ଜନଜୀବନ ପ୍ରଭାବିତ - ମନମୁଣ୍ଡା ବନ୍ଦ

Boudh Manamunda Bandh: ବୌଦ୍ଧ ଜିଲ୍ଲା ମନମୁଣ୍ଡାକୁ NAC ମାନ୍ୟତା ମିଳିନଥିବାରୁ ସ୍ଥାନୀୟ ନାଗରିକ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଆଜି 12 ଘଣ୍ଟିଆ ମନମୁଣ୍ଡା ବନ୍ଦ ଡାକରା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ମନମୁଣ୍ଡା ବନ୍ଦ
ମନମୁଣ୍ଡା ବନ୍ଦ
author img

By ETV Bharat Odisha Team

Published : Feb 26, 2024, 1:14 PM IST

Updated : Feb 26, 2024, 1:42 PM IST

ମନମୁଣ୍ଡା ବନ୍ଦ

ବୌଦ୍ଧ: NAC ମାନ୍ୟତା ନମିଳିବାରୁ ତେଜିଛି ଜନ ଅସନ୍ତୋଷ । ରାଜ୍ୟ ସରାକାର 35ଟି ନୂଆ ଏନଏସି ଘୋଷଣା କରିଛନ୍ତି । କିନ୍ତୁ ବୌଦ୍ଧ ଜିଲ୍ଲା ମନମୁଣ୍ଡାକୁ ଏନଏସି ମାନ୍ୟତା ମିଳିନଥିବାରୁ ସ୍ଥାନୀୟ ନାଗରିକ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଆଜି 12 ଘଣ୍ଟିଆ ମନମୁଣ୍ଡା ବନ୍ଦ ଡାକରା ଦେଇଛନ୍ତି । ଫଳରେ ଯାତାୟତ ଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି ।

ବୌଦ୍ଧ ଜିଲ୍ଲାର ମନମୁଣ୍ଡାକୁ ଏନଏସି ମାନ୍ୟତା ମିଳିନଥିବାରୁ ପୂର୍ବରୁ ସ୍ଥାନୀୟ ନାଗରିକମାନେ ପ୍ରତିବାଦ ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଜି ଏହାର ପ୍ରତିବାଦରେ 12 ଘଣ୍ଟିଆ ମନମୁଣ୍ଡା ବନ୍ଦ ଡାକରା ଦିଆଯାଇଛି । ଏନ୍ଏସି ମାନ୍ୟତା ନପାଇବାରୁ ଅସନ୍ତୋଷର ବହ୍ନି ବ୍ୟାପିବାରେ ଲାଗିଛି । ବୌଦ୍ଧ ଜିଲ୍ଲାରେ ପୂର୍ବରୁ ଥିବା ଏକମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ସରକାର ମ୍ୟୁନିସିପାଲିଟି ଓ କଣ୍ଟାମାଳକୁ ନୂଆ ଏନ୍ଏସି ମାନ୍ୟତା ପ୍ରଦାନ ପରେ ଉଭୟ ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ବୌଦ୍ଧଠାରେ ବିଜେଡି ପକ୍ଷରୁ ନାଚଗୀତରେ ଉତ୍ସବ ପାଳନ କରାଯାଇଥିବା ବେଳେ ବୌଦ୍ଧ ନାଗରିକ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛି । କିନ୍ତୁ ଦୀର୍ଘ ବର୍ଷ ହେଲା କଣ୍ଟାମାଳ ବ୍ଲକର ମନମୁଣ୍ଡା, ବୌଦ୍ଧ ବ୍ଲକର ବାଉଶୁଣୀ ଓ ହରଭଙ୍ଗା ବ୍ଲକର ପୁରୁଣା କଟକକୁ ଏନ୍ଏସି ମାନ୍ୟତା ପାଇଁ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପୁରୁଣା କଟକକୁ ମିଳିଲାନି ଏନଏସି ମାନ୍ୟତା, ପ୍ରତିବାଦରେ 12 ଘଣ୍ଟିଆ ବନ୍ଦ

ଏପରିକି ମନମୁଣ୍ଡା ଓ ପୁରୁଣା କଟକ ଏନ୍ଏସି ପାଇଁ ରାଜନେତାମାନେ ବାରମ୍ବାର ପ୍ରତିଶ୍ରୁତି ଦେଇ ଚାଲିଥିଲେ । କିନ୍ତୁ ବର୍ତ୍ତମାନ ଜିଲ୍ଲାର ମନମୁଣ୍ଡା, ବାଉଶୁଣୀ ଓ ପୁରୁଣା କଟକକୁ ଏନ୍ଏସି ମାନ୍ୟତା ନମିଳିବାରୁ ଜନ ଅସନ୍ତୋଷ ତେଜୁଛି । ବିଶେଷ ଭାବରେ ବୌଦ୍ଧ ଜିଲ୍ଲାର ମନମୁଣ୍ଡାକୁ ଏନ୍ଏସି ମାନ୍ୟତା ମିଳି ନଥିବାରୁ ଆଜି 12 ଘଣ୍ଟିଆ ମନମୁଣ୍ଡା ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଯୋଗୁଁ ହଜାର ହଜାର ଗାଡ଼ି ମୋଟର ଠପ୍ ହୋଇ ପଡ଼ିଛି । ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି । ଗତକାଲି ପୁରୁଣା କଟକ ଠାରେ ବନ୍ଦ ପାଳନ କରାଯାଇଥିବା ବେଳେ ଆଜି ମନମୁଣ୍ଡା ଠାରେ ବନ୍ଦକୁ ସ୍ଥାନୀୟ ଅଧିବାସୀ ସମ୍ପୂର୍ଣ୍ଣ ସହଯୋଗ କରି ସଫଳ କରିଛନ୍ତି । ଏପରିକି ମନମୁଣ୍ଡାକୁ ଏନ୍ଏସି ମାନ୍ୟତା ନମିଳିଲେ ଆଗାମୀ ସାଧାରଣ ନିର୍ବାଚନରେ ମନମୁଣ୍ଡା ଅଞ୍ଚଳର ଅଧିବାସୀ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated : Feb 26, 2024, 1:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.