ETV Bharat / state

ଏନଏସି ଦାବିରେ ୧୨ ଘଣ୍ଟିଆ ଲାଠୋର ବନ୍ଦ - ଲାଠୋର ବନ୍ଦ

12 hours bandh in Lathor: ଏନଏସି ମାନ୍ୟତା ଦାବିରେ ବଲାଙ୍ଗୀରର ଲାଠୋର ସହର ୧୨ ଘଣ୍ଟିଆ ବନ୍ଦ । ଦୋକାନ ବଜାର ସହ ସବୁ ସରକାରୀ ଓ ବେସରକାରୀ ସଂଗଠନ ଓ ଗାଡ଼ି ଚଳାଚଳ ବନ୍ଦ ରହିଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Feb 29, 2024, 2:13 PM IST

୧୨ ଘଣ୍ଟିଆ ଲାଠୋର ବନ୍ଦ

ବଲାଙ୍ଗୀର: ଏନଏସି ମାନ୍ୟତା ଦାବିରେ ତେଜୁଛି ଆନ୍ଦୋଳନ । ବଲାଙ୍ଗୀର ଜିଲ୍ଲାର ଲାଠୋର ସହରକୁ ଏନଏସି ଦାବି ନେଇ ଆଜି (ଗୁରୁବାର) ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେବ । ଏହାର ପ୍ରଭାବରେ ସହରର ସବୁ ଦୋକାନ ବଜାର ସହ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଗାଡିମୋଟର ଚଳାଚଳ ବନ୍ଦ ରହିଛି । କେବଳ କିଛି ଅତ୍ୟାବଶ୍ୟକ ସେବାକୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି ।

ସୂଚନା ମୁତାବକ, ବଲାଙ୍ଗୀର ଜିଲ୍ଲାରେ ଦୀର୍ଘ ଦିନରୁ ଅନେକ ଅଞ୍ଚଳକୁ ଏନଏସି ଦାବି ନେଇ ଆନ୍ଦୋଳନ ହୋଇଆସୁଛି । ଏପରିକି ଫାଇବ-ଟି ସଚିବ ଭିକେ ପାଣ୍ଡିଆନଙ୍କ ବିଭିନ୍ନ ସମୟରେ ବଲାଙ୍ଗୀର ଗସ୍ତ ବେଳେ ଲୋକେ ସେମାନଙ୍କ ଅଞ୍ଚଳକୁ ଏନଏସି ଦାବି କରିଥିଲେ । କିନ୍ତୁ ନିକଟରେ ରାଜ୍ୟ ସରକାର ଘୋଷଣା କରିଥିବା ଏନଏସି ତାଲିକାରେ ଜିଲ୍ଲାର ଅନେକ ଅଞ୍ଚଳ ବାଦ୍ ପଡ଼ିବା ପରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହେଉଛି । ଏହି କ୍ରମରେ ଆଜି ବଲାଙ୍ଗୀର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ସହର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପାଳନ ପ୍ରଭାବରେ ଗାଡ଼ି ଚଳାଚଳ, ଦୋକାନ ବଜାର ସରକାରୀ ଓ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଛି । ସେହିପରି ଶତାଧିକ ଲୋକେ ଓ ସଂଗଠନ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିବା ସହ ବିଭିନ୍ନ ରାସ୍ତା ମଧ୍ୟ ଅବରୋଧ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜୋର ଧରିଲା NAC ମାନ୍ୟତା ଦାବି, ୧୨ ଘଣ୍ଟିଆ ରାସୋଳ ବନ୍ଦ

ଏହା ମଧ୍ୟ ପଢନ୍ତୁ: ବାମରାକୁ NAC ମାନ୍ୟତା ଦାବିରେ 12 ଘଣ୍ଟିଆ ବନ୍ଦ ପାଳନ

ବଲାଙ୍ଗୀର ଜିଲ୍ଲାର ବେଲାପଡା ଓ ସଇଁତଳାକୁ ଏନଏସି ମାନ୍ୟତା ଦେଇଛନ୍ତି ସରକାର । ହେଲେ ଏନଏସି ଦାବି ହୋଇଆସୁଥିବା ଅନ୍ୟ ଅଞ୍ଚଳ ଏଥିରୁ ବାଦ୍ ପଡ଼ିଛି । ଯେଉଁଥିରେ ଲୋଇସିଂହା, ଲାଠୋର ଓ ବଙ୍ଗୋମୁଣ୍ଡା ଅନ୍ୟତମ । ଏନଏସି ଘୋଷଣାରୁ ଏହିସବୁ ଅଞ୍ଚଳ ବାଦ୍ ପଡ଼ିବା ପରେ ସବୁଠି ଆନ୍ଦୋଳନ ତେଜିଛି । ଏଥିପାଇଁ ଆଜି ଲାଠୋର ସହର ବନ୍ଦ ଡାକରା ଦିଆଯାଇଥିବାର ଆନ୍ଦୋଳନକାରୀ କହିଛନ୍ତି । ଆଗରୁ ସରକାର ଲାଠୋରକୁ ଏନଏସି ମାନ୍ୟତା ଦେବାର ପ୍ରତିଶ୍ରୁତି ଦେଇଥିଲେ । ହେଲେ ପରେ ଏହାକୁ ବାଦ୍ ଦେବା ତାଙ୍କ ପ୍ରତି ପ୍ରତାରଣା ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି ଏବଂ ଆଗକୁ ଦାବି ପୂରଣ ନ ହେଲେ ଏମାନେ ତୀବ୍ର ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.