ETV Bharat / state

ସାତକୋଶିଆ ଗଣ୍ଡକୁ ଛଡ଼ାଗଲେ ୧୨ ଘଡ଼ିଆଳ, କାହିଁକି ବଢୁନି ବଂଶ ? - GHARIAL CROCODILES

ମହାନଦୀ ସାତକୋଶିଆ ଗଣ୍ଡରେ ଛଡ଼ାଗଲା ୧୨ଟି ଘଡ଼ିଆଳ ଶାବକ । 6 ମାସ ଧରି ଯତ୍ନରେ ରଖିବା ପରେ ସେମାନଙ୍କୁ ଛଡାଯାଇଛି ।

GHARIAL CROCODILES
GHARIAL CROCODILES (ETV Bharat Odisha)
author img

By ETV Bharat Odisha Team

Published : Nov 23, 2024, 7:22 PM IST

ଅନୁଗୋଳ: ମହାନଦୀ ସାତକୋଶିଆ ଗଣ୍ଡରେ ଛଡ଼ାଗଲା ୧୨ଟି ଘଡ଼ିଆଳ ଶାବକ । ବନ୍ୟାରେ ଭାସିଯିବା ଆଶଙ୍କା ଥିବାରୁ ଗତ ଜୁଲାଇ ମାସରେ ଏହି ଘଡ଼ିଆଳ ଛୁଆ ଗୁଡିକୁ ଉଦ୍ଧାର କରି ଟିକରପଡା ଠାରେ ଥିବା ଘଡ଼ିଆଳ ରେସକ୍ୟୁ ସେଣ୍ଟରରେ ରଖାଯାଇଥିଲା । ୬ ମାସ ସେମାନଙ୍କୁ ଉପଯୁକ୍ତ ଯତ୍ନରେ ରଖାଯିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ, ଆକାର ଏବଂ ନିଜେ ଶିକାର କରି ଖାଇବା ଯୋଗ୍ୟ ହେବାପରେ ପ୍ରାକୃତିକ ପରିବେଶରେ ଛାଡି ଦିଆଯାଇଛି । ସାତକୋଶିଆ ଡିଏଫଓ, ପ୍ରାଣୀ ଚିକିତ୍ସକ ଏବଂ ଜଣେ ବିଶେଷଜ୍ଞଙ୍କ ଉପସ୍ଥିତିରେ ଛଡା ଯାଇଛି ।

ବିରଳ ପ୍ରଜାତିର ସୁରକ୍ଷା ଚିନ୍ତାରେ ସରକାର:

GHARIAL CROCODILES (ETV Bharat Odisha)

କୁମ୍ଭୀରଙ୍କ ମଧ୍ୟରେ ଘଡିଆଳ ଏକ ବିରଳ ପ୍ରଜାତି ଅଟନ୍ତି । ଏହି କୁମ୍ଭୀରଙ୍କ ସୁରକ୍ଷା ଓ ବଂଶ ବୃଦ୍ଧି ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଏପରିକି ସରକାରଙ୍କ ତରଫରୁ କିଭଳି ଏମାନଙ୍କ ବଂଶ ବୃଦ୍ଧି ହୋଇପାରିବ ଉଦ୍ୟମ ମଧ୍ୟ ଜାରି ରହିଛି । ହେଲେ ଦୁଃଖର ବିଷୟ ଏମାନଙ୍କ ବଞ୍ଚିବା ହାର ବହୁତ କମ ହୋଇଥାଏ । ତେଣୁ ଅନେକ ସମୟରେ ସଫଳ ହୋଇପାରେନାହିଁ ।

ସାତକୋଶିଆରେ ଦେଖିବାକୁ ମିଳନ୍ତି ଘଡିଆଳ:

ରାଜ୍ୟର କେବଳ ମହାନଦୀ ସାତକୋଶିଆ ଗଣ୍ଡରେ ଏହି ପ୍ରଜାତିର କୁମ୍ଭୀର ଦେଖିବାକୁ ମିଳନ୍ତି । ଏଠାରେ ଘଡ଼ିଆଳ ମାନଙ୍କ ପାଇଁ ଉପଯୁକ୍ତ ପରିବେଶ ଥିବାରୁ ଗତ ଦୁଇ ବର୍ଷ ମଧ୍ୟରେ ନନ୍ଦନକାନନରୁ ପର୍ଯ୍ୟାୟ କ୍ରମେ ୧୮ଟି ଘଡ଼ିଆଳ ଛଡାଯାଇଥିଲା ।

Gharial Crocodiles released
Gharial Crocodiles released (ETV Bharat Odisha)

ଚମ୍ବଲ ଓ ଗଣ୍ଡକରେ ପାସ୍‌ ମହାନଦୀରେ ଫେଲ୍‌ !

ତେବେ ମହାନଦୀ ସାତକୋଶିଆ ଗଣ୍ଡରେ କିଛି ବର୍ଷ ହେଲା ଘଡ଼ିଆଳ ବଂଶ ବୃଦ୍ଧି ପାଇଁ ବହୁ ଉଦ୍ୟମ କରାଯାଉଛି । କିନ୍ତୁ ଆଖି ଦୃଶିଆ ସଫଳତା ମିଳିପାରୁନାହିଁ । ଏଠାରେ ପୂର୍ବରୁ ଥିବା ଏକ ମାତ୍ର ମା’ ଘଡ଼ିଆଳ ଲଗାତାର ୪ବର୍ଷ ହେଲା ଛୁଆ ଦେଉଛି । କିନ୍ତୁ ସେମାନଙ୍କୁ ସୁରକ୍ଷା ଦିଆଯାଇପାରୁନାହିଁ । ଆମ ଦେଶର ଚମ୍ବଲ ଓ ଗଣ୍ଡକ ନଦୀରେ ଯୋଜନା ମୁତାବକ ଘଡ଼ିଆଳ ସଂରକ୍ଷଣ କରାଯାଇଥିବାରୁ ସେଠାରେ ଆଶାତୀତ ଭାବେ ଘଡ଼ିଆଳ ସଂଖ୍ୟା ବଢିବାରେ ଲାଗିଛି । ସାତକୋଶିଆ ଗଣ୍ଡରେ ବଂଶ ବୃଦ୍ଧି ହୋଇ ପାରୁନଥିବା ଚିନ୍ତାର କାରଣ ହୋଇଛି ।

40ବର୍ଷ ପରେ ସାତକୋଶିଆ ଗଣ୍ଡରେ ଛୁଆ ଦେଇଥିଲେ ଘଡିଆଳ:

ଏନେଇ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସରୋଜ କୁମାର ପଣ୍ଡା କହିଛନ୍ତି, "ଦୀର୍ଘ ୪୦ ବର୍ଷ ପରେ ଗତ ସାତକୋଶିଆ ମହାନଦୀ ଗଣ୍ଡରେ ପ୍ରଥମ ଥର ପାଇଁ ଗତ ୨୦୨୧ ମେ ମାସରେ ୨୮ଟି ଛୁଆ ଜନ୍ମ ହୋଇଥିଲେ । ଏହାପରେ ୨୦୨୨ରେ ୩୨ଟି, ୨୦୨୩ରେ ୩୪ଟି ଏବଂ ଚଳିତ ବର୍ଷ ଗତ ମେ ମାସରେ ୩୫ଟି ଘଡ଼ିଆଳ ଘଡ଼ିଆଳ ଛୁଆ ଜନ୍ମ ହୋଇଥିଲେ । କିନ୍ତୁ ବନ୍ୟାରେ ସେମାନେ ଭାସି ଯାଇଥିଲେ । ଚଳିତ ବନ୍ୟାରେ କିଭଳି ଏହି ବିରଳ ଘଡ଼ିଆଳ ଭାସି ନଯିବେ ସେଥିପାଇଁ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଥିଲେ ।’’

ଏହା ମଧ୍ୟ ପଢନ୍ତୁ:

ନଦୀକୂଳିଆ ଲୋକଙ୍କୁ କୁମ୍ଭୀର ଭୟ; PCCF କହିଲେ ଘଡିଆଳ କୁମ୍ଭୀର ମଣିଷର କ୍ଷତି କରେନାହିଁ

ସାତକୋଶିଆ ଗଣ୍ଡରେ ଘଡିଆଳ ପଲ, 4 ବର୍ଷ ପରେ ଜନ୍ମ ନେଲେ କୁମ୍ଭୀର - gharial conservation

ଭାସିଗଲେ କି ଘଡିଆଳ ! କାମ ଦେଉନି ରେଡିଓ କଲାର, ବନ୍ୟା ପରେ ମିଳୁନି ୪ କୁମ୍ଭୀରଙ୍କ ପତ୍ତା

ଏନେଇ ପ୍ରାଣୀଚିକିତ୍ସକ କିଶୋର ସାହୁ କହିଛନ୍ତି, "ତେବେ ଧୀରେ ଧୀରେ ପରିସ୍ଥିତି ସୁଧୁରୁଛି । ବର୍ତ୍ତମାନ ମହାନଦୀ ଗଣ୍ଡରେ ପ୍ରାୟ ୨୦ଟି ଘଡ଼ିଆଳ ଅଛନ୍ତି । ଏବେ ଯେଉଁ ୧୨ଟି ଶାବକ ଛଡା ଯାଇଛି ସେମାନଙ୍କୁ ସୁରକ୍ଷା ଦେବାପାଇଁ ୨୪ ଘଣ୍ଟିଆ ନଜର ରଖା ଯାଉଛି । ଆଗକୁ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।’’

ପ୍ରାଣୀ ବିଶେଷଜ୍ଞ କୃଷ୍ଣା ଖାନ କହିଛନ୍ତି "ସଠିକ ସମୟ ଏବଂ ସଠିକ ସ୍ଥାନରେ ଘଡ଼ିଆଳ ଛଡାଯାଇଥିବାରୁ ସେମାନଙ୍କ ବଞ୍ଚିବା ଆଶାରହିଛି । ଏହା ସଫଳ ହେଲେ ନିଶ୍ଚିତ ଭାବେ ସାତକୋଶିଆରେ ଘଡ଼ିଆଳ ବଂଶ ବୃଦ୍ଧି ପାଇପାରିବ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.