ETV Bharat / state

ବ୍ରହ୍ମପୁରରେ ପାଳନ ହେଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ - Birth Anniversary of Biju Pattnaik

Birth Anniversary of Biju Pattnaik Celebrated in Ganjam: ଆଜି ପ୍ରବାଦ ପୁରୁଷ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ବ୍ରହ୍ମପୁରରେ ପାଳନ ହୋଇଯାଇଛି । ସହରର ବିଜୁ ପଟ୍ଟନାୟକ ପାର୍କ ପରିସରରେ ତାଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା । ଅଧିକ ପଢ଼ନ୍ତୁ,

ବ୍ରହ୍ମପୁରରେ ପାଳନ ହେଲା ପ୍ରବାଦ ପୁରୁଷ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ଜୟନ୍ତୀ

author img

By ETV Bharat Odisha Team

Published : Mar 5, 2024, 10:22 PM IST

ବ୍ରହ୍ମପୁରରେ ପାଳନ ହେଲା ପ୍ରବାଦ ପୁରୁଷ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ଜୟନ୍ତୀ

ବ୍ରହ୍ମପୁର: ଆଜି ପ୍ରବାଦ ପୁରୁଷ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ବ୍ରହ୍ମପୁରରେ ପାଳନ ହୋଇଯାଇଛି । ସହରର ବିଜୁ ପଟ୍ଟନାୟକ ପାର୍କ ପରିସରରେ ତାଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା । ଗଞ୍ଜାମର ବରପୁତ୍ର ବିଜୁ ବାବୁଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ସମସ୍ତେ ମନେ ପକାଇବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସହରର ବିଜୁ ପଟ୍ଟନାୟକ ପାର୍କ ପରିସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମେୟର ସଙ୍ଘମିତ୍ରା ଦଳେଇ, ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସମେତ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ବିଜୁ ବାବୁଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ବିଜୁ ବାବୁଙ୍କ ଦୁଃସାହାସିକ ପଦକ୍ଷେପ ଓଡିଶାକୁ ନୂଆ ପରିଚୟ ଅଦମ୍ୟ ସାହାସିକତା ଯୋଗୁଁ ରାଜ୍ୟ, ଦେଶ ତଥା ଦେଶ ବାହାରେ ପରିଚିତ କିଭଳି ରହିଥିଲେ ତାହାକୁ ନେଇ ଏହି ଅବସରରେ ସ୍ମୃତି ଚାରଣ କରିଥିଲେ । ବିଜୁ ବାବୁଙ୍କ ପ୍ରତିଟି କୀର୍ତ୍ତିମାନ ପ୍ରତିଟି ଓଡିଆ ସେହି ଭୂମିପୁତ୍ରଙ୍କ ଜନ୍ମଜୟନ୍ତୀରେ ଜଣେ ପାଇଲଟ, ରାଜନୈତିଜ୍ଞ ଓ ବ୍ୟବସାୟୀ । ପ୍ରଥମେ ପାଇଲଟ ରହିଥିବା ବିଜୁ ବାବୁଙ୍କୁ ଓଡିଶା ପ୍ରତି କିଛି କରିବାକୁ ଆଗଭର ଏବଂ ପାଇଲଟ ଚାକିରି ଛାଡି ରାଜନୀତିରେ ପାଦ ଥାପିଥିଲେ । ଏପରିକି ରାଜ୍ୟରେ ପାରାଦ୍ବୀପ ବନ୍ଦର, ହୀରାକୁଦ ଡ୍ୟାମ୍, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଏବଂ ଓଟିଏମ୍ ଆରମ୍ଭ ହୋଇଥିବା ବେଳେ ରାଜ୍ୟ ରାଜନୀତିରୁ ଆରମ୍ଭ କରି ଜାତୀୟ ରାଜନୀତି କ୍ଷେତ୍ରରେ ତାଙ୍କର ଅବଦାନ କିଭଳି ରହିଥିଲା ଏବଂ ଇଣ୍ଡୋନେସିଆର ସ୍ବାଧୀନତା ସଂଗ୍ରାମରେ ତାଙ୍କର ଭୂମିକାକୁ କେହି କେବେ ଭୁଲିପାରିବେ ନାହିଁ ବୋଲି ଅନେକ ମତବ୍ୟକ୍ତ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.... ପିପିଲିରେ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ପାଳନ

ଗଞ୍ଜାମ ଜିଲ୍ଲାର ଜି.ନୂଆଁଗା 1916 ମସିହାର ମାର୍ଚ୍ଚ ୫ ତାରିଖରେ ଜନ୍ମ ଗ୍ରହଣ କରିଥିବା ଓଡିଆ ମାଟିର ବୀର ସନ୍ଧାନ ବିଜୟାନନ୍ଦ ପଟ୍ଟନାୟକ ତାଙ୍କ ପିଲାଟି ଦିନରୁ ଜୀବନବ୍ୟାପୀ ଦେଖିବାକୁ ମିଳିଥିଲା ଦୁଃସାହସ ଓ ନିର୍ଭୀକତା । ସେ ରହିଥିଲେ ଅତ୍ୟନ୍ତ ବଳିଷ୍ଠ, ମେଧାବୀ ଉପସ୍ଥିତ ତଥା ବିଚକ୍ଷଣ ବୁଦ୍ଧିସମ୍ପର୍ଣ୍ଣ ବ୍ୟକ୍ତିତ୍ଵ। ଓଡିଶା ରାଜନୀତିର ଜଣେ ଅନ୍ୟତମ ପୁରୋଧା ବିଜୁ ପଟ୍ଟନାୟକ । ମୁଖ୍ୟତଃ ଓଡ଼ିଆ ମାଟିର ଗୌରବ, ନୂଆ ଓଡିଶାର ନିର୍ମାତା, ରାଜନୀତିର ମହାଦ୍ରୁମ, ଦକ୍ଷ ପାଇଲଟ ଓ ଶିଳ୍ପପତି ତଥା ରାଜନୀତି ଯୁଦ୍ଧରେ ରହିଥିଲେ ଜଣେ ସଫଳ ଯୋଦ୍ଧା । ସେହି ମହାନ ବ୍ୟକ୍ତିଙ୍କ ୧୦୮ ଜନ୍ମଜୟନ୍ତୀ ଅବସରରେ ଓଡିଶା ପ୍ରତି ତାଙ୍କର ରହିଥିବା ମହାନ ଅବଦାନ ପାଇଁ ତାଙ୍କୁ ପ୍ରବାଦ ପୁରୁଷ, ଭୂମିପୁତ୍ର, କଳିଙ୍ଗବୀର ଆଖ୍ୟା ଦିଆଯାଇଥିବା ବେଳେ ସେହି ମହାନ ବ୍ୟକ୍ତିଙ୍କୁ ଏହି ଅବସରରେ ସମସ୍ତେ ସ୍ମରଣ କରିଥିଲେ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.