ETV Bharat / state

ଆସନ୍ତା ୧ରୁ ଠପ୍‌ ହୋଇପାରେ ୧୦୮ ଆମ୍ବୁଲାନ୍ସ ସେବା, କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

ଆସନ୍ତା ନଭେମ୍ବର ୧ ତାରିଖରୁ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଠପ୍‌‌ ହୋଇପାରେ ଏହି ଜରୁରୀ ସେବା ।

108 Ambulance Workers Threaten Strike
108 Ambulance Workers Threaten Strike (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ବାଲେଶ୍ୱର: ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଚେତାବନୀ । ଠପ୍‌‌ ହୋଇପାରେ ଏହି ଜରୁରୀ ସେବା । କାରଣ ଦାବି ପୂଣ ନହେଲେ ନଭେମ୍ବର ୧ରୁ ସମ୍ପୂର୍ଣ୍ଣ ରୋଗୀସେବା ବନ୍ଦ କରିବୁ ବୋଲି ସିଧାସିଧା ଶୁଣାଇ ଦେଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ନୂଆ ଠିକା ସଂସ୍ଥାର ମନୋମୁଖୀ କାର୍ଯ୍ୟ ବିରୋଧ କରି ଏହି ନିଷ୍ପତ୍ତି ନେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ । ନିଯୁକ୍ତି ଏବଂ ବେତନକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି । ସମୁଦାୟ ୧୧ ଦଫା ଦାବି ନେଇ ସ୍ବର ଉଠାଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ ।

108 Ambulance Workers Threaten Strike (ETV Bharat Odisha)

ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାବି:

ବାଲେଶ୍ବର ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ପକ୍ଷରୁ ନୂତନ କମ୍ପାନୀରେ ନିଯୁକ୍ତି ସାଙ୍ଗକୁ କର୍ମଚାରୀଙ୍କ କାର୍ଯ୍ୟ କରିବାର ସମୟ ସୀମା ନିର୍ଦ୍ଧାରଣ ପାଇଁ ଦାବି ଉଠିଛି । ଏହାସହ ବେଆଇନ ଛଟେଇ ବନ୍ଦ କରିବା, କର୍ମଚାରୀଙ୍କ ମୃତ୍ୟୁ ଏବଂ ଆକ୍ରମଣ ସହାୟତା ଯଥା କ୍ରମେ ୨୦ ଲକ୍ଷ ଏବଂ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବା, ପର୍ଯ୍ୟାପ୍ତ ପରିମାଣର ଆମ୍ବୁଲାନ୍ସ ଯୋଗାଇଦେବା ଭଳି ଦାବି ହୋଇଛି । ସେହିଭଳି ୧୨ ଘଣ୍ଟା କାମ କରୁଥିଲେ ମଧ୍ୟ ୮ ଘଣ୍ଟାର ବେତନ ପାଉଛନ୍ତି । ଯଦି ୧୨ ଘଣ୍ଟା କାମ କରୁଛୁ ତେବେ ୧୨ ଘଣ୍ଟାର ମଜୁରୀ ଦିଆଯାଉ ବୋଲି ଦାବି କରିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ । ଦାବିକୁ ନେଇ ସେମାନେ ଜିଲ୍ଲାପାଳଙ୍କୁ ଭେଟିଥିବାବେଳେ ତୁରନ୍ତ ଦାବି ପୂରଣ ପାଇଁ ସ୍ୱର ଉଠାଇଛନ୍ତି ।

108 Ambulance Workers Threaten Strike
108 Ambulance Workers Threaten Strike (ETV Bharat Odisha)

ଅଭିଯୋଗ କଲେ ଶୁଣୁନାହିଁ ନୂଆ କମ୍ପାନୀ:

କର୍ମଚାରୀଙ୍କ ଅସନ୍ତୋଷକୁ ନେଇ ଅଲ ଓଡ଼ିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ବାଲେଶ୍ୱର ଶାଖାର ସମ୍ପାଦକ ଗୋପାଳକୃଷ୍ଣ ସିଂ କହିଛନ୍ତି, "ବିଗତ ଦିନରେ ଯେଉଁ କମ୍ପାନୀ ଥିଲା ତାହାର ଟେଣ୍ଡର ଏବେ ସାରିଯାଇଛି । ଯେଉଁ ନୂଆ କମ୍ପାନୀ ଆସିଛି ସେ ବର୍ତ୍ତମାନ ଆମକୁ ନିଯୁକ୍ତି ଦେଇଛି । ଆମ ଜିଲ୍ଲାରେ କିଛି ପିଲାଙ୍କୁ ନିଯୁକ୍ତି ଦେଇଛି ଆଉ କିଛି ଜଣ ପିଲାଙ୍କୁ ସେ ନିଯୁକ୍ତି ଦେଇନାହିଁ । କାରଣ ପଚାରିବାରୁ NHM ଚାକିରି ଦେଇନାହିଁ କିମ୍ବା ନୂଆ କମ୍ପାନୀ ଗ୍ରହଣ କରୁନାହିଁ ବୋଲି କହୁଛନ୍ତି । ଆମ ଜିଲ୍ଲାରେ ୫ ଜଣ ଯିଏ କି ସଭାପତି, ସମ୍ପାଦକ, ମୁଖ୍ୟବକ୍ତା ଆଉ କିଛି ମୁଖ୍ୟ ଲିଡରମାନଙ୍କୁ ସେମାନେ ନିଯୁକ୍ତି ଦେଉନାହାନ୍ତି । ଯେଉଁମାନେ ପୂର୍ବ କମ୍ପାନୀରେ ନିଯୁକ୍ତ ଥିଲେ ସେମାନେ ପୁନର୍ବାର ପୁଣି ନୂଆ କମ୍ପାନୀରେ ଚାକିରି ପାଇଛନ୍ତି । ଆମେମାନେ ଦୀର୍ଘ ୧୧ ବର୍ଷ ହେଲାଣି କାମ କରିବା ସତ୍ତ୍ୱେ, କିଛି ଭୁଲ ନଥାଇ ମଧ୍ୟ ଆମକୁ ଚାକିରି ଦେଉନାହାଁନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ରାସ୍ତା ପାଇଁ ରାସ୍ତାରୋକ, ବାଙ୍କୀ-ସିମର ରାସ୍ତାରେ ଯାତାୟାତ ଠପ

ଏହା ମଧ୍ୟ ପଢ଼ନ୍ତୁ...ଗଡ଼ିବନି ବସ, ଆନ୍ଦୋଳନ ଡାକରା ଦେଲା ଘରୋଇ ବସ ମାଲିକ ସଂଘ - Private Bus Strike

ଏହା ମଧ୍ୟ ପଢ଼ନ୍ତୁ...ଗାନ୍ଧୀ ଜୟନ୍ତୀରେ ରାସ୍ତାକୁ ଓହ୍ଲାଇଲେ ଗାନ୍ଧୀବାଦି ନେତା, କଲେ ମଦ ବିରୋଧୀ ଆନ୍ଦୋଳନ - DEMAND FOR LIQUOR BAN

'୧୨ ଘଣ୍ଟା କାମ କରୁଛୁ ୧୨ ଘଣ୍ଟାର ମଜୁରୀ ଦିଆଯାଉ'

ଗୋପାଳକୃଷ୍ଣ ସିଂ ଏହା ମଧ୍ୟ କହିଛନ୍ତି, "ବାଲେଶ୍ୱର ଜିଲ୍ଲାରେ ୫ ୪ଜଣ ଥିଲେ କିଛି କମି କମି ଯେଉଁ ମୁଖ୍ୟ ଲିଡରମାନେ ଅଛୁ ସେମାନଙ୍କୁ ଚାକିରି ଦେଉନାହାନ୍ତି । ବିଗତ ଦିନରେ ଆମେ ଦାବି କରି ଆସିଛୁ ଯେ, ଆମେ ୧୨ଘଣ୍ଟା କାମ କରୁଛୁ, କିନ୍ତୁ କମ୍ପାନୀ ଆଜି ଯାଏଁ ଆମକୁ ୧୨ ଘଣ୍ଟାର ପ୍ରାପ୍ୟ ଦେଉନାହାନ୍ତି । ଏହାକୁ ନେଇ ଆମେ ଲେବର କମିଶନରଙ୍କ ପାଖରେ ଚିଠି ବି କରିଥିଲୁ, ଲେବର କମିଶନରଙ୍କ ଚିଠି ଅନୁସାରେ ୮ ଘଣ୍ଟାର ପ୍ରାପ୍ୟ ଦିଆଯିବ । କିନ୍ତୁ ନୂଆ କମ୍ପାନୀ ତାହା ଗ୍ରହଣ କରୁନାହିଁ । ଅନଲାଇନ ମାଧ୍ୟମରେ ସେମାନେ ଗୋଟେ ଲିଙ୍କ ଦେଉଛନ୍ତି, ପିଲାମାନେ ସମସ୍ତେ ଯୋଡି ହେଉଛନ୍ତି । ଡକ୍ୟୁମେଣ୍ଟ ସବମିଟ କରୁଛନ୍ତି ତା ସହିତ ସେମାନେ ୫୯୦ ଟଙ୍କା ଲେଖାଏଁ ଦିଆଯାଉଛି । ଆମର ଦାବି ଯଦି ଆମକୁ ୮ ଘଣ୍ଟାର ମଜୁରୀ ଦିଆଯାଉଛି ତେବେ ଆମେ ୮ ଘଣ୍ଟା କାମ କରିବୁ । ଯଦି ୧୨ ଘଣ୍ଟା କାମ କରିବୁ ୧୨ ଘଣ୍ଟାର ମଜୁରୀ ଦିଆଯାଉ । ଯେଉଁମାନେ ନିଯୁକ୍ତି ପାଇ ନାହାନ୍ତି ସେମାନଙ୍କୁ ନିଯୁକ୍ତି ଦିଆଯାଉ । ନଚେତ ନଭେମ୍ବର ୧ ତାରିଖ ଆମେ ସମ୍ପୂର୍ଣ୍ଣ ରୋଗୀସେବା ବନ୍ଦ କରିବୁ ।"

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.