ETV Bharat / state

ଚଳଚଞ୍ଚଳ ଶତାୟୁ ବୃଦ୍ଧା ହେମ, କାଗଜପତ୍ରରେ ମାରିଦେଲେ ସରକାର, ଅଭିଯୋଗ ପରେ ତଦନ୍ତ ଆରମ୍ଭ - GOVT RECORD MISTAKE

ଆଖି ବୁଜି କାମ କରୁଛନ୍ତି ସରକାରୀ ଅଧିକାରୀ । ଚଳଚଞ୍ଚଳ ଶତାୟୁ ବୃଦ୍ଧାଙ୍କୁ ପ୍ରମାଣପତ୍ରରେ ଦର୍ଶାଯାଇଛି ମୃତ । ଅଭିଯୋଗ ପରେ ତନାଘନା ଆରମ୍ଭ ।

ଚଳଚଞ୍ଚଳ ଶତାୟୁ ବୃଦ୍ଧା ହେମ, କାଗଜପତ୍ରରେ ମାରିଦେଲେ ସରକାର
ଚଳଚଞ୍ଚଳ ଶତାୟୁ ବୃଦ୍ଧା ହେମ, କାଗଜପତ୍ରରେ ମାରିଦେଲେ ସରକାର (ETV Bharat odisha)
author img

By ETV Bharat Odisha Team

Published : Nov 4, 2024, 10:54 AM IST

ବୌଦ୍ଧ: ଶତାୟୁ ବିଧବା ବୃଦ୍ଧା ସରକାରୀ କାଗଜପତ୍ରରେ ହୋଇଗଲେ ମୃତ । ସରକାରୀ ସହଯୋଗ ସହୟତା ଯୋଗାଇ ଦେବା ତ ଦୂରର କଥା, ତାଙ୍କୁ ସରକାରୀ ରେକର୍ଡରେ ମୃତ ବୋଲି ଦର୍ଶାଯାଇଛି । ଏଭଳି ଘଟଣା ବର୍ତ୍ତମାନ ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ପ୍ରଶାସନିକ ଅଧିକାରୀଙ୍କ ଅବହେଳା ତଥା ତ୍ରୁଟି ଯୋଗୁଁ ଜଣେ ଜୀବିତ ମଣିଷ କାଗଜପତ୍ରରେ ମୃତ ହୋଇଗଲେ । ଏପରି ଅଭାବନୀୟ ଘଟଣା ଲୋକଲୋଚନକୁ ଆସିବା ଓ ଅଭିଯୋଗ ହେବା ପରେ ବର୍ତ୍ତମାନ ବ୍ଲକ ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଏହାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

କୌଣସି ଉପାନ୍ତ କିମ୍ବା ଦୁର୍ଗମ ଅଞ୍ଚଳର ନୁହେଁ, ବୌଦ୍ଧ ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର କିଛି ଦୂରରେ ଘଟିଛି ଏଭଳି ଘଟଣା । ସୂଚନା ମୁତାବକ ସଦର ବ୍ଲକ ଅନ୍ତର୍ଗତ ବଢିଗାଁ ପଞ୍ଚାୟତର ଐତିହାସିକ ଗ୍ରାମ ବଲାସିଙ୍ଘାରେ ନିଜ ତିନି ପୁଅ, ବୋହୂ ଓ ନାତି-ନାତୁଣୀଙ୍କ ସହିତ ବସବାସ କରନ୍ତି ହେମ ମହାକୁଡ଼ । ଦୀର୍ଘ ବର୍ଷ ପୂର୍ବରୁ ସ୍ବାମୀ ଆରପାରିକୁ ଚାଲି ଯାଇଛନ୍ତି । ବୃଦ୍ଧା ହେମଙ୍କ ଆନୁମାନିକ ବୟସ ପ୍ରାୟ ଶହେ ହେବ ବୋଲି ଗ୍ରାମବାସୀ କୁହନ୍ତି ।

ଚଳଚଞ୍ଚଳ ଶତାୟୁ ବୃଦ୍ଧା ହେମ, କାଗଜପତ୍ରରେ ମାରିଦେଲେ ସରକାର (ETV Bharat odisha)

ଏହା ମଧ୍ୟ ପଢନ୍ତୁ :- ବିଷାକ୍ତ ହେଉଛି ହୀରାକୁଦ ଆର୍ଦ୍ରଭୂମି ! ଉପରମୁଣ୍ଡରୁ ଆସୁଛି ଶିଳ୍ପାୟନ ବର୍ଜ୍ୟବସ୍ତୁ, ପଟୁରେ ବସିଲାଣି କ୍ୟାନସର ସୃଷ୍ଟିକାରୀ କଣିକା

ଏହା ବି ପଢନ୍ତୁ...ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜିଲ୍ଲାରେ ସରକାରୀ ପ୍ରକଳ୍ପକୁ ବିରୋଧ

  • ନାଁ କଟିବାରୁ ସରକାରୀ ସୁବିଧାରୁ ବଞ୍ଚିତ ହେମ !

ପୂର୍ବରୁ ହେମ ସାମାଜିକ ସୁରକ୍ଷା ଅନ୍ତର୍ଗତ ଭତ୍ତା ଓ ଯୋଗାଣ ବିଭାଗର ରାସନ ସାମଗ୍ରୀ ପାଉଥିଲେ । ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥାତ ପ୍ରାୟ ପାଞ୍ଚ ମାସ ପୂର୍ବରୁ ବୃଦ୍ଧା ହେମଙ୍କୁ ସରକାରୀ କାଗଜପତ୍ରରେ ମୃତ ବ୍ୟକ୍ତି ବୋଲି ଦର୍ଶାଯାଇଥିଲା । ପରେ ସେ ଏହି ସୁବିଧାରୁ ବଞ୍ଚିତ ହେବାକୁ ବାଧ୍ୟ ହୋଇଛନ୍ତି । ତେବେ କି’ଏ ଓ କେଉଁ ପରିସ୍ଥିତିରେ ହେମଙ୍କୁ ମୃତ ଦର୍ଶାଇଲା ତାହା ଏବେ ତଦନ୍ତ ସାପେକ୍ଷ । କିନ୍ତୁ ବଢିଗାଁ ପଞ୍ଚାୟତର ମୃତ ଅଧିବାସୀଙ୍କ ତାଲିକାରେ ବଲାସିଙ୍ଘାର ହେମ ମହାକୁଡ଼ ମୃତ ବୋଲି ବ୍ଲକ ସାମାଜିକ ସୁରକ୍ଷା ବିଭାଗର ଦସ୍ତାବିଜରେ ଉଲ୍ଲେଖ ହୋଇଛି ।

ଚଳଚଞ୍ଚଳ ଶତାୟୁ ବୃଦ୍ଧା ହେମ, କାଗଜପତ୍ରରେ ମାରିଦେଲେ ସରକାର
ଚଳଚଞ୍ଚଳ ଶତାୟୁ ବୃଦ୍ଧା ହେମ, କାଗଜପତ୍ରରେ ମାରିଦେଲେ ସରକାର (ETV Bharat odisha)
  • ତ୍ରୁଟି ସୁଧାରିବାକୁ ପ୍ରଶାସନର ପ୍ରତିଶ୍ରୁତି

ଏଭଳି ଘଟଣା ପରେ ଅଞ୍ଚଳର ସାଧାରଣ ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିବା ବେଳେ ଅଭିଯୋଗ ପରେ ବୌଦ୍ଧ ବିଡ଼ିଓ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏହାର ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପରେ ତ୍ରୁଟି ମାର୍ଜିତ କରି ବୃଦ୍ଧା ହେମଙ୍କୁ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଉଭୟ ଅଧିକାରୀ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.