ETV Bharat / sports

ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ : ପାକିସ୍ତାନକୁ ପଛରେ ପକାଇଲା ଦକ୍ଷିଣ ଆଫ୍ରିକା; ଫାଇନାଲ୍‌ ଦୌଡ଼ରେ ଆଗରେ ଭାରତ - World Test Championship

author img

By ETV Bharat Sports Team

Published : Aug 18, 2024, 4:20 PM IST

World Test Championship 2023-25: ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ (WTC)ର ସଦ୍ଯ ପ୍ରକାଶିତ ରାଙ୍କିଂରେ ପାକିସ୍ତାନକୁ ପଛରେ ପକାଇଛି ଦକ୍ଷିଣ ଆଫ୍ରିକା । ଟେବୁଲ ଟପ୍‌ରେ ଭାରତ । ଅଧିକ ପଢ଼ନ୍ତୁ

Team India
Team India (IANS Photo)

ନୂଆଦିଲ୍ଲୀ : ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ (WTC)ର ସଦ୍ଯ ପ୍ରକାଶିତ ରାଙ୍କିଂରେ ପାକିସ୍ତାନକୁ ପଛରେ ପକାଇଛି ଦକ୍ଷିଣ ଆଫ୍ରିକା । ଆଇସିସି ପ୍ରକାଶ କରିଥିବା ଅପଡେଟ୍ ରାଙ୍କିଂରେ ଦକ୍ଷିଣ ଆଫ୍ରିକା ନିଜର ସ୍ଥିତିକୁ ଉନ୍ନତ କରିଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଚମତ୍କାର ପ୍ରଦର୍ଶନ ପରେ ଦକ୍ଷିଣ ଆଫ୍ରିକା ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ (WTC) 2024-25 ପଏଣ୍ଟ ଟେବୁଲରେ ପାକିସ୍ତାନକୁ ପଛରେ ପକାଇ ପଞ୍ଚମ ସ୍ଥାନ ଅଧିକାର କରିଛି । ଅନ୍ୟପଟେ ଭାରତ ଏହି ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ବଜାୟ ରଖଛି ।

5ମରେ ଦକ୍ଷିଣ ଆଫ୍ରିକା :-

ଗୁୟାନାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା 40 ରନ୍‌ରେ ବିଜୟ ହାସଲ କରିଥିଲା । ଏହି ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଡ୍ର ହେବାପରେ ଦ୍ବିତୀୟ ମ୍ୟାଚ୍‌ ଜିତି ସିରିଜକୁ 1-0ରେ ଜିତି ନେଇଥିଲା ଦକ୍ଷିଣ ଆଫ୍ରିକା । ଏହି ସିରିଜ ଜିତିବା ପରେ ଚଳିତ ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ 2023-25​ର ପଏଣ୍ଟ ଟେବୁଲରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଖେଳିଥିବା 5ଟି ସିରିଜରୁ ଦୁଇଟି ବିଜୟ ଏବଂ ତିନୋଟି ପରାଜୟ ସହ ଆଫ୍ରିକୀୟ ଦଳ ଏବେ ପଞ୍ଚମ ସ୍ଥାନରେ ପହଞ୍ଚିଛି । ଦଳର PCT ବର୍ତ୍ତମାନ 38.89 ରହିିଛି । ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ କ୍ରମାଗତ ଦ୍ବିତୀୟ ଟେଷ୍ଟ ସିରିଜ୍‌ ହାରି ବର୍ତ୍ତମାନ WTC ଷ୍ଟାଣ୍ଡିଙ୍ଗ୍‌ରେ ସବୁଠାରୁ ତଳେ ରହିଛି । ସେମାନେ 9 ମ୍ୟାଚ୍‌ ମଧ୍ୟରୁ କେବଳ ଗୋଟିଏ ଜିତିଥିବାବେଳେ ଦଳର PCT ହେଉଛି କେବଳ 18.52 ।

ଭାରତ ଟେବୁଲ ଟପ୍ପର :-

ଭାରତ WTC ପଏଣ୍ଟ ଟେବୁଲ 2023-25ର ​​ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ଅଷ୍ଟ୍ରେଲିଆ ଦ୍ବିତୀୟ ସ୍ଥାନରେ ରହିଛି । ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ 2023-25​​ର ଫାଇନାଲରେ ପହଞ୍ଚିବା ପାଇଁ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଦୃଢ଼ ପ୍ରତିଯୋଗୀ । ଯଦି ଟିମ୍‌ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ପହଞ୍ଚେ, ତେବେ ପ୍ରଥମ ଦଳ ଭାବେ ଲଗାତାର 3ଟି ସଂସ୍କରଣରେ ଫାଇନାଲରେ ପହଞ୍ଚିଥିବା ଦଳ ହେବ । ଅଷ୍ଟ୍ରେଲିଆ ପରେ 50-50 ବିଜୟ ପ୍ରତିଶତ ସହିତ ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା କ୍ରମଶଃ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଅଛନ୍ତି । ଟେବୁଲରେ ପାକିସ୍ତାନକୁ ଷଷ୍ଠ ସ୍ଥାନକୁ ଠେଲି 5ମରେ ପହଞ୍ଚିଛି ଦକ୍ଷିଣ ଆଫ୍ରିକା । ପଏଣ୍ଟ ଟେବୁଲର 7ମ, 8ମ ଓ 9ମ ସ୍ଥାନରେ ଯଥାକ୍ରମେ ଇଂଲଣ୍ଡ, ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଥାପିଥିଲେ କିଙ୍ଗ କୋହଲି; ଦେଖନ୍ତୁ 16 ବର୍ଷରେ କୋହଲିଙ୍କ ବିରାଟ ରେକର୍ଡ - Virat Kohli

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.