ETV Bharat / sports

ରଣଜୀ ଟ୍ରଫି ପରେ ଆଉ ୱିକେଟ ପଛରେ ଦେଖାଯିବେନି ରିଦ୍ଧିମାନ, କ୍ରିକେଟକୁ କଲେ ବାଏ ବାଏ...

କ୍ରିକେଟ ସବୁ ଫର୍ମାଟକୁ ବାଏ ବାଏ କଲେ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହ । ଧୋନିଙ୍କ ପରେ ଓ୍ବିକେଟ ରକ୍ଷକ ଭାବେ ଥିଲେ ପ୍ରଥମ ପସନ୍ଦ । ରଣଜୀ ପରେ ଅବସର ।

Wriddhiman Saha
Wriddhiman Saha (AFP)
author img

By ETV Bharat Odisha Team

Published : 20 hours ago

Updated : 18 hours ago

ହାଇଦ୍ରାବାଦ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଟିମ୍‌ ଇଣ୍ଡିଆ ହାରିବା ପରେ କ୍ରିକେଟକୁ ବାଏ ବାଏ କହିଲେ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହ । ସେ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇ ଭାବପୂର୍ଣ୍ଣ ମେସେଜ ଲେଖିଛନ୍ତି ।

କ୍ରିକେଟରୁ ରିଦ୍ଧିମାନଙ୍କ ଅବସର:

ଚଳିତ ରଣଜୀ ଟ୍ରଫି ସିଜନରେ ବେଙ୍ଗଲ ଦଳକୁ ପ୍ରତିନିଧିତ୍ୱ କରୁଛନ୍ତି ରିଦ୍ଧିମାନ ଶାହ । ଅବସର ନେଇ ସୋସିଆଲ ମିଡିଆରେ ସେ କହିଛନ୍ତି, '' ମୁଁ ମୋ କ୍ରିକେଟ କ୍ୟାରିୟରର ଶେଷ ରଣଜୀ ସିଜିନ ଖେଳୁଛି । କ୍ରିକେଟରେ ଏକ ସ୍ମରଣୀୟ ଯାତ୍ରା ପରେ ଏହି ସିଜିନ ମୋର ଶେଷ ସିଜନ ହେବ । ଅବସର ନେବା ପୂର୍ବରୁ ମୁଁ ବଙ୍ଗଳାକୁ ପ୍ରତିନିଧିତ୍ୱ କରି କେବଳ ରଣଜୀ ଟ୍ରଫି ଖେଳିବି । ଯେଉଁମାନେ ମୋର ଏହି ସଫଳ ଯାତ୍ରାରେ ମୋର ସାଥ ଦେଇଛନ୍ତି ସମସ୍ତଙ୍କୁ ଧନ୍ୟବାଦ । ଆପଣଙ୍କର ସମର୍ଥନ ମୋ ପାଇଁ ବହୁତ କିଛି । ଆସନ୍ତୁ ଏହି ସିଜନକୁ ସ୍ମରଣୀୟ କରିବା । '' 2021 ମସିହାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ପାଇଁ ସେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ ।

WRIDDHIMAN SAHA
WRIDDHIMAN SAHA (SOCIAL MEDIA)

ଏହା ମଧ୍ୟ ପଢନ୍ତୁ-ଖସିଲା ଟିମ ଇଣ୍ଡିଆ ଟେଷ୍ଟ ରାଙ୍କିଂ, WTC ଫାଇାନାଲ ଖେଳିବା ଉପରେ ପ୍ରଶ୍ନ ?

ଏହା ମଧ୍ୟ ପଢନ୍ତୁ-INDIA-ENGLAND ODI: ବାରବାଟୀ ଫାଇଟ ପାଇଁ ଟିକେଟ ମୂଲ୍ୟ ଧାର୍ଯ୍ୟ କଲା OCA

ରିଦ୍ଧିମାନଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର:

ଭାରତୀୟ ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ଭାରତ ପାଇଁ 40 ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ହାରାହାରି 29.41 ରେ 56ଟି ଇନିଂସରେ ମୋଟ 1353 ରନ୍ ସ୍କୋର କରିଥିଲେ । ଯେଉଁଥିରେ 3ଟି ଶତକ ଏବଂ 6 ଅର୍ଦ୍ଧଶତକ ସାମିଲ ରହିଛି । ଅନ୍ତର୍ଜାତୀୟ ଟେଷ୍ଟରେ ତାଙ୍କ ନାମରେ 92 ଟି କ୍ୟାଚ୍ ଏବଂ 12 ଟି ଷ୍ଟମ୍ପ ଆଉଟ୍ ଅଛି । ସାହା 9 ଟି ODI ମ୍ୟାଚ୍ ରେ ଭାରତର ପ୍ରତିନିଧିତ୍ୱ କରିଥିଲେ ।

ଧୋନିଙ୍କ ପରେ ଓ୍ବିକେଟ କିପର ଭାବେ ପ୍ରଥମ ପସନ୍ଦ ଥିଲେ ଶାହ:

ଟେଷ୍ଟ କ୍ରିକେଟରୁ ଏମଏସ ଧୋନିଙ୍କ ଅବସର ପରେ ଶାହ ଭାରତୀୟ ଦଳର ପ୍ରଥମ ପସନ୍ଦ ୱିକେଟ କିପର-ବ୍ୟାଟ୍ସମ୍ୟାନ ଭାବେ ଉଭା ହୋଇଥିଲେ । ତାଙ୍କ କିପିଂ ଶୈଳୀ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଥିଲା । ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିଥିବା ତୃତୀୟ ଭାରତୀୟ ଖେଳାଳି ହେଉଛନ୍ତି ରିଦ୍ଧିମାନ । ଯେତେବେଳେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ଅଧୀନରେ ନୂତନ ଦଳ ଗଠନ ହେଲା ସେତେବେଳେ ରିଦ୍ଧିମାନଙ୍କ ଉପରେ ଏତେଟା ଦୃଷ୍ଟି ଦିଆଯାଇନଥିଲା ।

ରଣଜୀ ଖେଳ ଜାରି ରଖିବେ ରିଦ୍ଧିମାନ:

ରିଦ୍ଧିମାନ ଶାହ ବେଙ୍ଗଲ ପାଇଁ ରଣଜୀ ଟ୍ରଫି ଖେଳ ଜାରି ରଖିବେ । କିନ୍ତୁ ସେ ଆସନ୍ତା ଆଇପିଏଲ୍ ସିଜନରେ ଖେଳିବେ ନାହିଁ । ତାଙ୍କୁ ଗୁଜୁରାଟ ଟାଇଟାନ୍ସ ତାଙ୍କୁ ରିଟେନ କରିନାହିଁ । ପରବର୍ତ୍ତୀ ମେଗା ନିଲାମ ପାଇଁ ପଞ୍ଜିକୃତ ହୋଇ ନାହାନ୍ତି । ଯାହା ଫଳରେ ତାଙ୍କର ଆଇପିଏଲ କ୍ୟାରିୟରରେ ବିରାମ ଲାଗିଛି । 2008ଠାରୁ ଆଇପିଏଲର ପ୍ରତିଟି ସିଜିନ ଖେଳିଆସୁଛନ୍ତି ସେ । ସେ ଗୁଜୁରାଟ ଟାଇଟାନ୍ସ ପାଇଁ ଖେଳିବା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ, ଚେନ୍ନାଇ ସୁପର କିଙ୍ଗ୍ସ, ପଞ୍ଜାବ କିଙ୍ଗ୍ସ, ସନରାଇଜର୍ସ ହାଇଦ୍ରାବାଦ ଦଳ ପାଇଁ ମଧ୍ୟ ଖେଳିଛନ୍ତି ।

Last Updated : 18 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.