ETV Bharat / sports

ମହିଳା ପ୍ରିମିୟର ଲିଗ: ଗୁଜୁରାଟର ହ୍ୟାଟ୍ରିକ ପରାଜୟ, 6 ୱିକେଟରେ ଜିତିଲା ୟୁପି

WPL 2024: ଡବ୍ଲୁପିଏଲର ଅଷ୍ଟମ ମୁକାବିଲାରେ ୟୁପି ଓ୍ବାରିୟର୍ଜର ବିଜୟ । ପଏଣ୍ଟ ଟେବୁଲରେ ଖାତା ଖୋଲିବାରେ ବିଫଳ ହୋଇଛି ଗୁଜୁରାଟ ଜିଆଣ୍ଟ୍ସ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 2, 2024, 7:33 AM IST

WPL 2024
WPL 2024

ବେଙ୍ଗାଲୁରୁ: ମହିଳା ପ୍ରିମିୟର ଲିଗରରେ ଅଷ୍ଟମ ମୁକାବିଲାରେ ୟୁପି ଓ୍ବାରିୟର୍ଜର ରୋମାଞ୍ଚକର ବିଜୟ । 16 ଓଭର ଶେଷ ସୁଦ୍ଧା ବିଜୟ ରନ ହାସଲ କରି ଗୁଜୁରାଟକୁ 6 ଓ୍ବିକେଟରେ ହରାଇଛି ୟୁପି ଟିମ । ଚଳିତ ଡବ୍ଲୁପିଏଲ ସିଜିନରେ ଦ୍ବିତୀୟ ବିଜୟ ହାସଲ କରିଛି ଓ୍ବାରିୟର୍ଜ । ଅନ୍ୟପଟେ ହ୍ୟାଟ୍ରିକ ପରାଜୟ ସହ ପଏଣ୍ଟ ଟେବୁଲରେ ଖାତା ଖୋଲିବାରେ ବିଫଳ ହୋଇଛି ଗୁଜୁରାଟ ଜିଆଣ୍ଟ୍ସ । ଗ୍ରେସ ହ୍ୟାରିସଙ୍କ ଅପରାଜିତ 60 ରନ ଦଳକୁ ବିଜୟୀ ମୁହାଁ କରିଥିଲା । ଗୁଜୁରାଟର କୌଣସିବି ବ୍ୟାଟର ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହୋଇନାହାନ୍ତି ।

ଶୁକ୍ରବାର ସନ୍ଧ୍ୟା 7ଟା 30 ମିନିଟରେ ବେଙ୍ଗାଲୁରୁ ସ୍ଥିତ ଏମ ଚିନାସ୍ବାମୀ ଷ୍ଟାଡିୟମରେ ୟୁପି ଓ୍ବାରିୟର୍ଜ ଓ ଗୁଜୁରାଟ ଜାଏଣ୍ଟସ ମଧ୍ୟରେ ମୁକାବିଲା ହୋଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ୟୁପି । ଏହାପରେ ବ୍ୟାଟିଂ ପାଇଁ ଗୁଜୁରାଟକୁ ଆମନ୍ତ୍ରଣ କରିଥିଲା । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ଲୌର ଭଲଭର୍ଟ ଓ ବେଥ ମୁନି । ଉଭୟ ସଂଘର୍ଷ କରିଥିଲେ ମଧ୍ୟ ବେଥ ମୁନି 16 ଓ ଲୌର 28 ରନ କରି ଆଉଟ ହୋଇଥିଲେ । ଏହାପରେ ଫୋଏବ ଲିଚଫିଲ୍ଡ ଓ ଆସଲି ଗାର୍ଡନ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । 20 ଓଭରରେ ଦଳ 4ଟି ଓ୍ବିକେଟ ହରାଇ 142 ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଫୋଏବ ଲିଚଫିଲ୍ଡ 38, ଆସଲି ଗାର୍ଡନ 30 ଓ ଲୌର 28 ରନ କରିଥିଲେ । ତୁନା କନଓ୍ବାର 2ଟି, ଖତ୍ରେୟାନ ଓ ମେଘ୍ନା ସିଂ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ମହିଳା ପ୍ରିମିୟର ଲିଗ୍, ଆଜି ଓ୍ବାରିୟର୍ସ-ଗୁଜୁରାଟ ଜିଆଣ୍ଟ୍ସ ମୁକାବିଲା

143 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ୟୁପି ଓ୍ବାରିଅର୍ଜ । ଦଳ ପକ୍ଷରୁ ଗ୍ରେସ ହ୍ୟାରିସ ଶେଷ ପର୍ଯ୍ୟନ୍ତ ଅପରାଜତ ରହି ଦଳକୁ ବିଜୟୀ ମୁହାଁ କରିଥିଲେ । ସେ 60 ରନ କରିଥିବା ବେଳେ ଆଲିସା ହେଲି 33 ଓ ଚାମାରି 17 ରନ କରିଥିଲେ । ଆରମ୍ଭରୁ ଦଳର ବ୍ୟାଟର ଧୁମାଧାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ମାତ୍ର 15.4 ବଲରେ 4 ଓ୍ବିକେଟ ହରାଇ ଦଳ 143 ରନ ହାସଲ କରି ବିଜୟୀ ହୋଇଥିଲା । ଚଳିତ ସିଜିନରେ ଏହା ୟୁପି ଟିମର ଦ୍ବିତୀୟ ବିଜୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.