ETV Bharat / sports

ପାକିସ୍ତାନକୁ 6 ୱିକେଟ୍‌ରେ ହରାଇଲା ଭାରତ; ଟି20 ବିଶ୍ବକପ୍‌ ଅଭିଯାନ ଜାରି - IND vs PAK Womens T20 World Cup

India beats Pakistan by 6 wickets : ମହିଳା ଟି20 ବିଶ୍ବକପ୍‌ରେ ପାକିସ୍ତାନକୁ ମାତ ଦେଲା ଭାରତ । 6 ୱିକେଟ୍‌ରେ ଜିତିଲେ ହରମନପ୍ରୀତ କୌର ଆଣ୍ଡ କୋ । ଅଧିକ ପଢ଼ନ୍ତୁ

author img

By ETV Bharat Sports Team

Published : 2 hours ago

Indian Women's Team
Indian Women's Team (AP Photo)

ଦୁବାଇ : ଟି20 ବିଶ୍ବକପ୍‌ରେ ଟିମ୍‌ ଇଣ୍ଡିଆର ଦମ୍‌ଦାର କମ୍‌ବ୍ୟାକ୍‌ । ପାକିସ୍ତାନକୁ 6 ୱିକେଟ୍‌ରେ ମାତ ଦେଲା ଭାରତ । ଜାରି ରହିଥିବା ମହିଳା ଟି20 ବିଶ୍ବକପ୍‌ରେ ପ୍ରଥମ ମ୍ୟାଚ୍‌ ନ୍ୟୁଜିଲ୍ୟାଣ୍ଡଠାରୁ ହାରିବା ପରେ ଦ୍ବିତୀୟ ମ୍ୟାଚ୍‌ରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି ଭାରତୀୟ ଦଳ । ପାକିସ୍ତାନ ବିପକ୍ଷ ମ୍ୟଚ୍‌ରେ 6 ୱିକେଟ୍‌ରେ ବିଜୟ ହାସଲ କରି ଟ୍ରାକ୍‌କୁ ଫେରିଛନ୍ତି ହରମନପ୍ରୀତ କୌର ଆଣ୍ଡ କୋ । ଆଜିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ କେବଳ 105 ରନ ହିଁ କରିପାରିଥିଲା । 106 ରନର ଟାର୍ଗେଟକୁ 18.5 ଓଭରରେ 4 ୱିକେଟ ହରାଇ ହାସଲ କରିନେଇଛି ଭାରତ । ଚମତ୍କାର ବୋଲିଂ ପ୍ରଦର୍ଶନ ପାଇଁ ଅରୁନ୍ଧତୀ ରେଡ୍ଡୀ ମ୍ୟାଚ୍‌ର ଶ୍ରେଷ୍ଠ ବୋଲର ବିବେଚିତ ହୋଇଛନ୍ତି ।

ପାକିସ୍ତାନ ବ୍ୟାଟିଂ :-

ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ପାକିସ୍ତାନ । ହେଲେ ପ୍ରଥମ ଓଭରରେ ହିଁ ପାକିସ୍ତାନୀ ଓପନର ଗୁଲ ଫିରୋଜାଙ୍କୁ ପାଭିଲିୟନ ଫେରାଇ ଭାରତକୁ ପ୍ରଥମ ସଫଳତା ଦେଇଥିଲେ ଷ୍ଟାର ବୋଲର ରେଣୁକା ସିଂହ । ଏହାପରେ ପାକିସ୍ତାନର ଦଳୀୟ ସ୍କୋର 25 ହୋଇଥିବାବେଳେ ସିଦ୍ରା ଅମିନ (8)ଙ୍କୁ କ୍ଲିନ ବୋଲ୍ଡ କରିଥିଲେ ଦୀପ୍ତି ଶର୍ମା । ଏମିତି ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନର ମୁନୀବା ଅଲି (17) କିଛି ସମୟ ସଙ୍ଘର୍ଷ କରିଥିଲେ ମଧ୍ୟ ଦଳୀୟ ସ୍କୋରବୋର୍ଡକୁ ଅଧିକ ଗତି ଦେଇପାରିନଥିଲେ । ସେ ଶ୍ରେୟଙ୍କା ପାଟିଲଙ୍କ ଶିକାର ପାଲଟିଥିଲେ । ନିଦା ଦାର (28) ଦଳ ପାଇଁ ସର୍ବାଧିକ ସ୍କୋର କରିଥିଲେ । ଏହା ବ୍ୟତୀତ ଅଧିନାୟିକା ଫତିମା ସାନା (13) ଓ ସୟଦା ଆରୁବ ଶାହ (14)ଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି 2 ଅଙ୍କ ସ୍କୋର କରିପାରିନଥିଲେ । ଫଳରେ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ ହରାଇ କେବଳ 105 ରନ କରିଥିଲା ପାକିସ୍ତାନ ।

ଭାରତ ବୋଲିଂ :-

ଏହି ପାଳିରେ ଭାରତ ପକ୍ଷରୁ ବେଶ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଅରୁନ୍ଧତି ରେଡ୍ଡୀ 4 ଓଭର ବୋଲିଂ କରି କେବଳ 19 ରନ ବ୍ୟୟରେ ସର୍ବାଧିକ 3ଟି ୱିକେଟ ଦଖଲ କରିଥିବାବେଳେ ଶ୍ରେୟଙ୍କା ପାଟିଲ ଅନ୍ୟପଟେ ବେଶ ପ୍ରଭାବୀ ସାବ୍ଯସ୍ତ ହୋଇଥିଲେ । ସେ 4 ଓଭରରୁ ଗୋଟିଏ ମେଡେନ ଓଭର ସହିତ କେବଳ 12 ରନ ବ୍ୟୟ କରି 2ଟି ବହୁମୂଲ୍ୟ ୱିକେଟ ଅକ୍ତିଆର କରିଥିଲେ । ରେଣୁକା ସିଂହ, ଦିପ୍ତୀ ଶର୍ମା ଓ ଆଶା ଶୋଭାନା ଗୋଟିଏ ଲେଖାଏଁ ସଫଳତା ହାସଲ କରିଥିଲେ ।

ଭାରତ ବ୍ୟାଟିଂ :-

କେବଳ 106 ରନ ବିଜୟଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଭାରତକୁ ପ୍ରଥମ ଝଟ୍‌କା ଲାଗିଥିଲା, ଯେତେବେଳେ ଷ୍ଟାର ଓପନର ସ୍ମୃତି ମାନ୍ଧାନା (7)ଙ୍କୁ ପାଭିଲିୟନ ଫେରାଇଥିଲେ ପାକିସ୍ତାନୀ ବୋଲର ସାଦିଆ ଇକ୍‌ବାଲ । ଏହାପରେ ଅନ୍ୟତମ ଓପନର ଶେଫାଳୀ ବର୍ମା ଓ ଜେମିମା ରୋଡ୍ରିଗସ ଭାରତକୁ ଏକ ଭଲ ଭାଗିଦାରୀ ଦେଇଥିଲେ । ଦଳୀୟ ସ୍କୋର 61 ହୋଇଥିବାବେଳେ ଶେଫାଳୀ ଦଳ ପାଇଁ ସର୍ବାଧିକ 32 ରନର ପାଳି ଖେଳି ଆଉଟ୍‌ ହୋଇଥିଲେ । ଏହାପରେ ଜେମିମା (23) ପାକ୍‌ ଅଧିନାୟିକା ଫତିମା ସନାଙ୍କ ଶିକାର ପାଲଟିଥିଲେ । ଏହାପରେ ରିଚା ଘୋଷ ବ୍ୟାଟିଂ କରିବାକୁ ଆସି ତୁରନ୍ତ ଆଉଟ୍‌ ହୋଇ ଚାଲିଯାଇଥିଲେ । ସେ ଖାତା ଖୋଲିବାକୁ ମଧ୍ୟ ବିଫଳ ହୋଇଥିଲେ । ଭାରତୀୟ ଅଧିନାୟିକା ହରମନପ୍ରୀତ କୌର 24 ବଲରୁ 29 ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳି ଭାରତକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । ହେଲେ ଦଳ ଜିତିବା ପାଇଁ ଆଉ କେବଳ 2 ରନ ଆବଶ୍ୟକ କରୁଥିବାବେଳେ ଆହତ ହୋଇ (ରିଟାୟାର୍ଡ ହର୍ଟ୍‌) ପାଭିଲିୟନ ଫେରିଯାଇଥିଲେ କୌର । ଗୋଟିଏ ପଟେ ଦିପ୍ତୀ ଶର୍ମା 7 ରନ କରି ଅପରାଜିତ ରହିଥିବାବେଳେ ଅନ୍ୟପଟେ 4 ମାରି ଦଳକୁ ବିଜୟୀ କରାଇଥିଲେ ଏସ୍‌ ସଜନା ।

ପାକିସ୍ତାନ ବୋଲିଂ :-

ପାକିସ୍ତାନ ଦଳର ବୋଲିଂ ବିଭାଗ ଆଜି ଭାରତ ବିପକ୍ଷରେ ବେଶ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ମ୍ୟାଚ୍‌ରେ ଭାରତର ବ୍ୟାଟିଂକ୍ରମ ସଂଘର୍ଷ କରୁଥିବା ମଧ୍ୟ ସ୍ପଷ୍ଟ ଦେଖିବାକୁ ମିଳିଥିଲା । ତେବେ କ୍ରମାଗତ ୱିକେଟ ଖସାଇବାରେ ବିଫଳ ରହିଥିଲା ପାକ୍‌ ଦଳ । ଦଳ ପକ୍ଷରୁ ଅଧିନାୟିକା ଫତିମା ସନା 4 ଓଭରରେ 23 ରନ ବ୍ୟୟ କରି ସର୍ବାଧିକ 2ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଦିଆ ଇକ୍‌ବାଲ ଏବଂ ଓମାଇମା ସୋହେଲ ଗୋଟିଏ ଲେଖାଏଁ ସଫଳତା ହାସଲ କରିଥିଲେ । ଯାହା ମ୍ୟାଚ୍‌ ଜିତିବା ପାଇଁ ପର୍ଯ୍ୟାପ୍ତ ନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.