ETV Bharat / sports

ଫାଇନାଲ୍‌ରେ ଫେଲ୍‌ ମାରିଲେ ଭାରତୀୟ ବୋଲର; ଶ୍ରୀଲଙ୍କା ଜିତିଲା ମେଡେନ୍‌ ଟାଇଟଲ - Womens Asia Cup 2024 Final

author img

By ETV Bharat Sports Team

Published : Jul 28, 2024, 6:45 PM IST

Womens Asia Cup 2024 Final: ମହିଳା ଏସିଆ କପ୍‌ 2024 ଫାଇନାଲ୍‌ରେ ହାରିଲା ଭାରତ । ପ୍ରଥମେ ବ୍ୟାଟିଂ କରି ସ୍ମୃତି ମାନ୍ଧାନାଙ୍କ 60 ରନର ପାଳି ବଳରେ 165 ରନ କରିଥିଲା ଭାରତ । ହେଲେ ବୋଲରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ ହାତରୁ ଖସିଗଲା ଟ୍ରଫି । ଅଧିକ ପଢ଼ନ୍ତୁ

Womens Asia Cup 2024 Final
Womens Asia Cup 2024 Final (IANS Photos)

ଦାମ୍ବୁଲ୍ଲା (ଶ୍ରୀଲଙ୍କା): ମହିଳା ଏସିଆ କପ୍‌ 2024 ଫାଇନାଲ୍‌ରେ ଫେଲ୍‌ ମାରିଲେ ଭାରତୀୟ ବୋଲର । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ସ୍ମୃତି ମାନ୍ଧାନାଙ୍କ 60 ରନ ବଳରେ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍‌ ହରାଇ 165 ରନ କରିଥିଲା । ହେଲେ ଏହାକୁ ଡିଫେଣ୍ଡ କରିବାରେ ଅସଫଳ ରହିଛନ୍ତି ଭାରତୀୟ ବୋଲିଂ ବାହିନୀ । ଫଳରେ କେବଳ 18.4 ଓଭରରେ କେବଳ 2 ୱିକେଟ୍‌ ହରାଇ ଟାର୍ଗେଟ ହାସଲ କରିବା ସହ ମେଡେନ୍‌ ଏସିଆ କପ୍‌ ଟ୍ରଫି ଜିତିଛି ଶ୍ରୀଲଙ୍କା ।

ଭାରତ ପାଳି:-

ଆଜି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟିକା ହରମନପ୍ରୀତ କୌର । ଦୁଇ ଓପନର ଶେଫାଳୀ ବର୍ମା ଓ ସ୍ମୃତି ମାନ୍ଧାନା ଭଲ ଆରମ୍ଭ ମଧ୍ୟ ଦେଇଥିଲେ । ହେଲେ ଶେଫାଳୀ କେବଳ 16 ରନ କରି ଆଉଟ୍‌ ହୋଇଥିଲେ । ଉମା ଛେତ୍ରୀ 9 ଓ ଅଧିନାୟିକା ହରମନପ୍ରୀତ କୌର 11 ରନ କରି ଆଉଟ୍‌ ହୋଇଥିଲେ । ଗୋଟିଏ ପଟେ ସ୍ମୃତି ଏକାକୀ ଦଳ ପାଇଁ ସଙ୍ଘର୍ଷ କରୁଥିବାବେଳେ ଅନ୍ୟପଟେ ଭାରତୀୟ ବ୍ୟାଟର ମାନେ ୱିକେଟ୍‌ ଫିଙ୍ଗି ଚାଲିଥିଲେ । ଜେମିମା ରେଡ୍ରିଗସ୍‌ ଓ ରିଚା ଘୋଷ ଆକ୍ରାମକ ପାଳି ଖେଳିବାକୁ ଯାଇ କିଛିମାତ୍ରାରେ ସ୍ମୃତିଙ୍କ ସହଯୋଗ କରିଥିଲେ । ଜେମିମା 16 ବଲରୁ 29 ଓ ରିଚା 14 ବଲରୁ 30 ରନ କରି ଆଉଟ୍‌ ହୋଇଥିଲେ । ଅନ୍ୟପଟେ ସ୍ମୃତି 60 ଗୁରୁତ୍ବପୂର୍ଣ୍ଣ ରନ ଦଳୀୟ ଖାତାରେ ଯୋଡ଼ି ଆଉଟ୍‌ ହୋଇଥିଲେ । ଫଳରେ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍‌ ହରାଇ 165 ରନ କରିଥିଲା ଭାରତ ।

ଏହି ପାଳିରେ ଶ୍ରୀଲଙ୍କା ମହିଳା ଦଳ ପକ୍ଷରୁ ବେଶ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । କବିଶା ଦିଲ୍ଲାରୀ ସର୍ବାଧିକ 2ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ଉଦେଶିକା ପ୍ରବୋଧାନୀ, ସଚିନୀ ନିସାଂସାଲା ଓ ଅଧିନାୟିକା ଚମାରି ଅଥପଥୁ ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଥିଲେ ।

ଶ୍ରୀଲଙ୍କା ପାଳି:-

166 ରନର ଟାର୍ଗେଟ୍‌ ନେଇ ଆରମ୍ଭରୁ ଝୁଣ୍ଟିଥିଲା ଶ୍ରୀଲଙ୍କା । ଦଳର ଓପନର ବିଶ୍ମି ଗୁଣରତ୍ନେ ରନ୍‌ ଆଉଟ୍‌ ହୋଇ ଆରମ୍ଭରୁ ଆଉଟ୍‌ ହୋଇଥିଲେ । ଏହାପରେ ଅଧିନାୟିକା ଚମାରି ଅଥପଥୁଙ୍କ ସହ ମିଶି ବେଶ ଦମଦାର ଆରମ୍ଭ କରିଥିଲେ ହର୍ଷିତା ସମରୱିକ୍ରମା । ଚମାରି 43 ବଲରୁ 61 ରନ ସ୍କୋର କରି ଦଳକୁ ଏକ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ । ତାଙ୍କ ପାଳିରେ 9 ଚୌକା ଓ 2 ଛକା ସାମିଲ ଥିଲା । ଏହାପରେ ହର୍ଷିତା 51 ବଲରୁ 69 ରନର ଅପରାଜିତ ପାଳି ଖେଳି ଦଳକୁ ବିଜୟୀ କରାଇଥିଲେ । ତାଙ୍କୁ ଭରପୁର ସାଥ ମିଳିଥିଲା ସାଥି ଖେଳାଳି କବିଶା ଦିଲ୍ଲାରୀଙ୍କର । ସେ କେବଳ 16 ବଲରୁ 30 ରନର ମ୍ୟାଚ୍‌ ବିଜୟୀ ପାଳି ଖେଳିଥିଲେ । ଫଳରେ ଭାରତ ଦ୍ବାରା ନିର୍ଦ୍ଧାରିତ ଟାର୍ଗେଟକୁ 18.4 ଓଭରରେ କେବଳ 2 ୱିକେଟ୍‌ ହରାଇ ସହଜରେ ହାସଲ କରିନେଇଛି ଶ୍ରୀଲଙ୍କା । ଏହା ଶ୍ରୀଲଙ୍କା ମହିଳା ଦଳର ମେଡେନ୍‌ ଏସିଆ କପ୍‌ ଟ୍ରଫି । ଏହା ପୂର୍ବରୁ ଶ୍ରୀଲଙ୍କା ଦଳ କେବେ ମଧ୍ୟ ଏସିଆ କପ୍‌ ଟାଇଟଲ ଜିତିନଥିଲା ।

ଏହି ପାଳିରେ ଭାରତ ପାଇଁ ପ୍ରାୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । କେବଳ ଦୀପ୍ତି ଶର୍ମା ଗୋଟିଏ ୱିକେଟ୍‌ ନେବାରେ ସକ୍ଷମ ହୋଇଥିଲେ । ଅନ୍ୟ କୌଣସି ଭାରତୀୟ ବୋଲରଙ୍କୁ ଆଶାତୀତ ସଫଳତା ମିଳିନଥିଲା । ଫଳରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଥିବା ଭାରତୀୟ ଦଳକୁ ଫାଇନାଲ୍‌ରେ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...ବିଜୟରୁ ଭାରତର ଅଭିଯାନ ଆରମ୍ଭ; ସଂଘର୍ଷ କରି ହାରିଲା ଶ୍ରୀଲଙ୍କା - IND vs SL 1st T20I

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.