ETV Bharat / sports

ପ୍ୟାରିସ ଅଲିମ୍ପିକ୍ସରେ ଭିନେଶଙ୍କୁ ମିଳିବ କି ନ୍ୟାୟ ? ତଦନ୍ତ ସାପେକ୍ଷ କହିଲା ଓଡ଼ିଶା ଅଲିମିକ୍ସ ସଂଘ - Paris Olympics 2024

author img

By ETV Bharat Sports Team

Published : Aug 8, 2024, 6:03 PM IST

Updated : Aug 9, 2024, 11:54 AM IST

Indian Wrestler Vinesh Phogat: ମାତ୍ର 100ଗ୍ରାମ ଓଜନ ବୃଦ୍ଧି ଯୋଗୁଁ ପ୍ୟାରିସ ଅଲିମ୍ପିକ୍ସ 2024ରେ ଆଉଟ୍‌ ଭାରତୀୟ ଷ୍ଟାର ରେସଲର୍‌ ଭିନେଶ ଫୋଗତ । ତେବେ ଆଗକୁ କଣ ହେବ ? ତାଙ୍କୁ ନ୍ୟାୟ ମିଳିବ କି ନାହିଁ ? ତାଙ୍କ ସତରେ କଣ ଷଡ଼ଯନ୍ତ୍ର ହୋଇଛି ? ଶୁଣନ୍ତୁ ଓଡ଼ିଶା କୁସ୍ତି ସଂଘ ଓ ଅଲିମ୍ପିକ୍ସ ସଂଘ ଏ ନେଇ କଣ କହୁଛି

ପ୍ୟାରିସ ଅଲିମ୍ପିକ୍ସରେ ଭିନେଶଙ୍କୁ ମିଳିବ କି ନ୍ୟାୟ !
ପ୍ୟାରିସ ଅଲିମ୍ପିକ୍ସରେ ଭିନେଶଙ୍କୁ ମିଳିବ କି ନ୍ୟାୟ ! (ETV Bharat Odisha)

କଟକ: ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଲାଗିଛି ଶକ୍ତ ଝଟକା । ମହିଳା 50କେଜି ଵର୍ଗ କୁସ୍ତି ଫାଇନଲ ମ୍ୟାଚ ପୂର୍ବରୁ 100 ଗ୍ରାମ ଓଜନ ଅଧିକ ନେଇ ଫାଇନଲ ମ୍ୟାଚ ପୂର୍ବରୁ ଡିସକ୍ଵଲିଫାଏ ହୋଇ ସବୁ ଦିନ ପାଇଁ କ୍ରୀଡାକୁ ଅଲବିଦା କହିଛନ୍ତି ଭିନେଶ ଫୋଗତ । ଏନେଇ ବିଶ୍ବଠାରୁ ଆରମ୍ଭ କରି ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ ଓଡ଼ିଶା କୁସ୍ତି ସଂଘ ଓ ଅଲିମ୍ପିକ୍ସ ସଂଘ ନିଜ ମତ ରଖିଛି । ଭିନେଶଙ୍କ ଡାଏଟ ଉପରେ ନଜର ରଖୁଥିବା ଟିମ କିପରି ଜାଣିପାରିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଓଡ଼ିଶା କୁସ୍ତି ସଂଘ ସମ୍ପାଦକ କିଶୋର ବେହେରା । ସେପଟେ ଏହି ଘଟଣା ଯେପରି ବାକି ଖେଳାଳିଙ୍କ ମନୋବଳ ଭାଙ୍ଗି ନ ଦିଏ ସେଥିପ୍ରତି ଦୃଷ୍ଟି ଦିଆଯିବା ଉଚିତ ବୋଲି କହିଛନ୍ତି ଓଡ଼ିଶା ଅଲିମ୍ପିକ୍ସ ସଂଘ ସମ୍ପାଦକ ଅଭିଜିତ ପାଲ୍‌ ।

ପ୍ୟାରିସ ଅଲିମ୍ପିକ୍ସରେ ଭିନେଶଙ୍କୁ ମିଳିବ କି ନ୍ୟାୟ ? ତଦନ୍ତ ସାପେକ୍ଷ କହିଲା ଓଡ଼ିଶା ଅଲିମିକ୍ସ ସଂଘ (ETV Bharat Odisha)

100 ଗ୍ରାମ ପାଇଁ ପଦକରୁ ବଞ୍ଚିତ:

ଭାରତର ଷ୍ଟାର କୁସ୍ତିଯୋଦ୍ଧା ଭିନେଶ ଫୋଗତ 50 କେଜି ଏକକ ମହିଳା ଫ୍ରି-ଷ୍ଟାଇଲ କୁସ୍ତି ବର୍ଗରେ ୟୁସନେଲିସ୍ ଲୋପିଜଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । କିନ୍ତୁ ତାଙ୍କ ଓଜନ ମାତ୍ର 100 ଗ୍ରାମ ବଢିଯିବା ପରେ ସେ ଫାଇନାଲ ମ୍ୟାଚରୁ ବାଦ ପଡ଼ିଛନ୍ତି । ତାଙ୍କୁ ପ୍ୟାରିସ୍‌ ଅଲିମ୍ପିକ୍ସ 2024ରୁ ଅଯୋଗ୍ୟ ଘୋଷଣା କରାଯାଇଛି । କିଏ ଏହାକୁ ଷଡ଼ଯନ୍ତ୍ର କହୁଥିବା ବେଳେ ଦେଶବ୍ୟାପୀ ଏହି ନିଷ୍ପତ୍ତିକୁ କଡ଼ା ନିନ୍ଦା କରାଯାଇଛି । ଭିନେଶଙ୍କୁ ରୌପ୍ୟ ପଦକ ଦେବାକୁ ଦାବି ହୋଇଛି । ଏହି ପ୍ରସଙ୍ଗ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଇଟିଭି ଭାରତ ସମ୍ମୁଖରେ ମତ ରଖିଛି ଓଡ଼ିଶା କୁସ୍ତି ସଂଘ ଓ ଅଲିମ୍ପିକ୍ସ ସଂଘ ।

'ମୁଁ ଜାଣିପାରୁନି କେମିତି ବଢିଗଲା ଭିନେଶଙ୍କ ଓଜନ'

ଏନେଇ ଓଡ଼ିଶା କୁସ୍ତି ସଂଘ ସମ୍ପାଦକ କିଶୋର ବେହେରା ମତ ରଖି କହିଛନ୍ତି, "ଚଳିତ ଅଲିମ୍ପିକ୍ସରେ ଭିନେଶ ଇତିହାସ ରଚିଥିଲେ । ହେଲେ ମୁଁ ବୁଝିପାରୁନି ତାଙ୍କ ଡାଏଟିସିଆନ, କୋଚ୍‌ ସମସ୍ତେ ଅଛନ୍ତି । ସେମାନେ କଣ ଓଜନ ଚେକ୍‌ କରିନଥିଲେ । ନିହାତି ଭିନେଶଙ୍କ ମନୋବଳ ଭାଙ୍ଗିଛି । କିନ୍ତୁ ସବୁରି ପରେ ଖେଳରେ ଏକ ନୀତି ନିୟମ ରହିଛି । ଭୁଲ୍‌ କାହାର ରହିଲା ତାଙ୍କ କୋଚ୍‌ ଓ ଖୋଦ ଭିନେଶ କହିପାରିବେ । ନଚେତ ତଦନ୍ତ ହେଲେ ଏ ସମ୍ପର୍କରେ ଜଣାପଡ଼ିବ ।"

'ଅନ୍ୟ ଖେଳାଳିଙ୍କ ମନୋବଳ ବଢାଇବା ଉଚିତ'

ସେପଟେ ଓଡ଼ିଶା ଅଲିମ୍ପିକ୍ସ ସଂଘ ସମ୍ପାଦକ ଅଭିଜିତ ପାଲ କହିଛନ୍ତି, "ଏହି ଘଟଣା ସମସ୍ତ ଦେଶବାସୀଙ୍କୁ ନିରାଶ କରିଛି । ଏ ଘଟଣା କାହିଁକି ଘଟିଲା କଣ ପାଇଁ ଘଟିଲା ତାହା ତଦନ୍ତ ପରେ ହିଁ ଜଣାପଡ଼ିବ । ସବୁ ଜାଗାରୁ ଯେଉଁ ମେସେଜ ଆସୁଛି, ସବୁଦିନେ ତାଙ୍କର ଓଜନ ହୁଏ । କହିହେବନି ୟା ଭିତରେ ଚକ୍ରାନ୍ତ ଅଛି କି ନ ହୋଇଛି । ଭାରତୀୟ ଅଲିମ୍ପିକ୍ସ ସଂଘ ଓ କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ସବୁ ଦିଗରେ ନଜର ରଖାଯାଇଛି । କିନ୍ତୁ ଏହା ତାଙ୍କ ପାଇଁ ଅନ୍ୟାୟ ହୋଇଛି କି ନାହିଁ ତାହା ବର୍ତ୍ତମାନ କହିବା ଅସମ୍ଭବ । ତଦନ୍ତ ରିପୋର୍ଟ ଆସିଲା ପରେ ସବୁ କିଛି ସ୍ପଷ୍ଟ ହେବ । ଏହାଛଡ଼ା ଅନ୍ୟ ଯେଉଁ ଇଭେଣ୍ଟ ଆଜି ଅଲିମ୍ପିକ୍ସରେ ରହିଛି ଯେପରି ହକି, ଜାଭେଲିନ ସେଥିରେ ଯେମିତି ଖେଳାଳିମାନେ ମାନସିକ ସ୍ତରରେ ନ ଭାଙ୍ଗିଯିବେ ସେନେଇ ଭାରତୀୟ ଅଲିମ୍ପିକ୍ସ କ୍ରୁ ଟିମ ନଜର ରଖିଛି । କୋଚ୍ ସପୋର୍ଟ ଷ୍ଟାଫମାନେ ଆମ ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରିବା ସହ ମନୋବଳ ନ ଭାଙ୍ଗିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।"

କାହିଁକି ଅଯୋଗ୍ୟ ଘୋଷିତ ହେଲେ ଭିନେଶ ?

ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତକୁ ବଡ଼ ଝଟ୍‌କା ଲାଗିଛି । 50 କିଲୋଗ୍ରାମ ବର୍ଗରେ ଫାଇନାଲ୍‌ରେ ପହଞ୍ଚି ଭାରତ ପାଇଁ ମେଡାଲ ପକ୍କା କରିଥିଲେ ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗତ । ହେଲେ 50 କିଲୋଗ୍ରାମରୁ ମାତ୍ର 100 ଗ୍ରାମ ଅଧିକ ଓଜନ ହେବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ଏବେ ସେ ନା ସ୍ବର୍ଣ୍ଣ ପଦକ ଜିତିପାରିବେ ଆଉ ନା ରୌପ୍ୟ । ନିର୍ଦ୍ଦିଷ୍ଟ ପରିମାଣରୁ ତାଙ୍କ ଓଜନ ଅଧିକ ଥିବାରୁ ସେ ଫାଇନାଲ ମ୍ୟାଚ୍ ଖେଳିବାକୁ ସକ୍ଷମ ହେବେ ନାହିଁ । ଏଣୁ ତାଙ୍କୁ ଚଳିତ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ କରାଯାଇଛି ।

ଏହା ବି ପଢନ୍ତୁ- 'ମୁଁ ହାରିଗଲି...' ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ପରେ କୁସ୍ତିକୁ ଭିନେଶ ଫୋଗତଙ୍କ ଅଲବିଦା

ଇଟିଭି ଭାରତ, କଟକ

Last Updated : Aug 9, 2024, 11:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.